ଓଡିଶା

odisha

ETV Bharat / state

Fake Police Arrest: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ: ଯୁବତୀଙ୍କୁ ଫସାଉଥିଲେ ପ୍ରେମ ଜାଲରେ, ଧରାପକାଇଦେଲା କାର୍‌ - Fake Cop Arrested - FAKE COP ARRESTED

Fake Police Arrest: ଖଣ୍ଡଗିରି ପୋଲିସ ଜଣେ ନକଲି ପୋଲିସକୁ ଗିରଫ କରିଛି । ବ୍ୟକ୍ତି ଜଣଙ୍କ ନିଜକୁ ପୋଲିସ କହି ମହିଳାଙ୍କୁ ପ୍ରତାରଣା କରୁଥିଲେ । ଗିରଫ କରିଛି ପୋଲିସ । ପଢନ୍ତୁ ଗାଡି କିପରି ଖୋଲିଦେଲା ନକଲି ପୋଲିସର ପରିଚୟ ।

କଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ
କଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ (ETV Bharat Odisha)

By ETV Bharat Odisha Team

Published : Sep 1, 2024, 10:22 PM IST

ଭୁବନେଶ୍ବର: ଅସଲି ପୋଲିସ ହାତରେ ନକଲି ପୋଲିସ । ବୟସ 55 ନିଜକୁ କହୁଥିଲେ ୟଙ୍ଗ୍‌ ଅଫିସର । ପୋଲିସ ବର୍ଦ୍ଦିରେ ଫଟୋ ଉଠାଇ ଯୁବତୀଙ୍କୁ ଫସାଉଥିଲେ ପ୍ରେମ ଜାଲରେ । ବିବାହ ପରେ ଦେଉଥିଲେ ଧୋକା । ଶେଷରେ ଏଭଳି ଜଣେ ନକଲି ପୋଲିସକୁ ବାନ୍ଧିଛି ଖଣ୍ଡଗିରି ପୋଲିସ । ତାଙ୍କ ନାଁ ହେଉଛି ସୁବାଷ କହଁର ଘର ତୁମ୍ବପଡି ଭଦ୍ରକ ଜିଲ୍ଲାରେ ।

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ (ETV Bharat Odisha)

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ:

ଏନେଇ ଏସିପି ଜୋନ ୩ ତାପସ ମହାପାତ୍ରଙ୍କ ସୂଚନା ମୁତାବକ, ‘ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସୁବାଷ କହଁର । ବୟସ ୫୫ବର୍ଷ ଘର ତୁମ୍ବପଡି ଭଦ୍ରକ ଜିଲ୍ଲାରେ। ସେ ଦୁଇଟି ଛୁଆର ବାପା । ତାଙ୍କ ସନ୍ତାନଙ୍କ ବୟସ 25 ବର୍ଷରୁ ଊର୍ଦ୍ଧ୍ବ ହେବ । ସେ ନିଜକୁ ପୋଲିସ ଇନିସ୍ପେକ୍ଟର ଭାବେ ପରିଚୟ ଦେଇ ୟଙ୍ଗ ଅଫିସର କହୁଥିଲେ । ଏନେଇ ପୋଲିସ ବର୍ଦ୍ଦିର ଫଟୋ ଉଠାଇ ନିଜକୁ ରାଉରକେଲାର ସେକ୍ଟର ୧୫ର ଇନସ୍ପେକ୍ଟର ମନୋଜ ମିଶ୍ର ବୋଲି ପରିଚୟ ଦେଉଥିଲେ । ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ନକଲି ପୋଲିସ ଜଣଙ୍କ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଭୁବନେଶ୍ବର ଏକ ଭଡା ଘରେ ରଖିଥିଲେ । କିନ୍ତୁ ବିବାହ ପରେ ଘରକୁ ନେଉନଥିଲେ । ବିଭିନ୍ନ ଆଳ ଦେଖାଇ ଚାଲିଥିଲେ । ମହିଳାଙ୍କୁ ସନ୍ଦେହ ହେବାରୁ ସେ ଚଢୁଥିବା ଗାଡି ନମ୍ବର ଯାଞ୍ଚ କରିଥିଲେ । ସେଥିରୁ ଜଣାପଡିଥିଲା ଏହି ବ୍ୟକ୍ତି ଜଣକ ମନୋଜ ମିଶ୍ର ନୁହେଁ, ତାଙ୍କ ନାଁ ସୁବାଷ କହଁର । ପରେ ମହିଳା ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର ପୋଲିସ ନକଲି ପୋଲିସ ସନ୍ତୋଷ କହଁରକୁ ଗିରଫ କରିଛି । ଗିରଫ ପରେ ତାଙ୍କ ଠାରୁ ଏକ ପୋଲିସ କ୍ୟାପ ଓ କିଛି ଫଟୋ ମଧ୍ୟ ଜବତ କରିଛି।’

Fake Police Arrest (ETV Bharat Odisha)

ସୂତାକଳରେ କାମ କରୁଥିଲେ ନକଲି ଇନସ୍ପେକ୍ଟର:

ପୋଲିସର ସୂଚନା ଅନୁସାରେ, ନିଜକୁ ପୋଲିସ ପରିଚୟ ଦେଉଥିବା ଏହି ବ୍ୟକ୍ତି ଜଣକ ସୂତାକଳରେ କାମ କରନ୍ତି । ସୋସିଆଲ ମିଡିଆରେ ବିଭିନ୍ନ ଖବର ଦେଖି ନକଲି ପୋଲିସ ସାଜି ଠକେଇ ପାଇଁ ଯୋଜନା କରି ଥିଲେ । ଏଥିପାଇଁ ପୋଲିସ ଡ୍ରେସରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରୁଥିଲେ ।

Fake Police Arrest (ETV Bharat Odisha)

ନିଜକୁ କହୁଥିଲେ ଅବିବାହିତ:

ପୋଲିସର ସୂଚନା ଅନୁସାରେ, 55 ବର୍ଷୀୟ ଏହି ନକଲି ପୋଲିସ ନିଜକୁ ଅବିବାହିତ ବୋଲି ପରିଚୟ ଦେଉଥିଲେ । ଫଳରେ ଲୋକେ ତାଙ୍କୁ ବିବାହ ପ୍ରସ୍ତାବ ଦେଉଥିଲେ । ମହିଳାଙ୍କୁ ବିବାହ ମଧ୍ୟ କରୁଥିଲେ । ସେ 3ଟି ବିବାହ କରିଥିବା ବେଳେ 2ଟି ସନ୍ତାନ ଅଛନ୍ତି ।

ପୋଲିସ ବାବୁଙ୍କ ଢଙ୍ଗିରେ ଫଟୋ ଉଠାଉଥିଲେ:

ନିଜକୁ ପୋଲିସ ଇନସ୍ପେକ୍ଟର ବୋଲି ପରିଚିତ କରାଇବାକୁ ଅନେକ ସମୟରେ ଗାଡିରେ ‌ଫଟୋ ଉଠାଉଥିଲେ । କେତେବେଳେ ଚୌକି ଉପରେ ବସି ନିଜକୁ ପୋଲିସ ଇନସ୍ପେକ୍ଟର ବୋଲି ଢଙ୍ଗରଙ୍ଗରେ ମଧ୍ୟ ଫଟୋ ଉଠାଉଥିଲେ। ଏପରିକି ଅନେକ ସମୟରେ ସେସବୁ ଫଟୋକୁ ପଠାଇ ଅନେକ ମହିଳାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ନିଜକୁ ୟଙ୍ଗ ଅଫିସର ବୋଲି କହି ପ୍ରେମ ନିବେଦନ ପରେ ବିବାହ କରୁଥିଲେ।

ଗାଡି ନମ୍ବରରୁ ଧରାପଡିଲେ ନକଲି ପୋଲିସ ବାବୁ:

ଗାଡିରୁ ଧରାପଡିଲା ପରିଚୟ । ସେ ଏକ ସ୍ବିଫ୍ଟ କାର ଧରି ବୁଲୁଥିଲେ । ଏହି ଗାଡି ନମ୍ବର ଯାଞ୍ଚ ପରେ ଜଣାପଡିଥିଲା ଏ ଜଣେ ନକଲି ପୋଲିସ । ପରେ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । କେତେ ଜଣ ମହିଳାଙ୍କୁ ଏପରି ବିବାହ କରିଛନ୍ତି ପୋଲିସ ତାହାର ଖୋଳତାଡ କରୁଛି ।

ଏହା ମଧ୍ୟ ପଢନ୍ତୁ:ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ଚେକିଂ ନାଁରେ କରୁଥିଲେ ଲୁଟ୍

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details