ଓଡିଶା

odisha

ETV Bharat / state

କାର୍ତ୍ତିକ ପୂର୍ଣ୍ଣିମା: ପୁରୀ ମହୋଦଧିରେ ଡଙ୍ଗା ଭସା, ଶ୍ରୀଜୀଉଙ୍କ ରାଜରାଜେଶ୍ଵର ବେଶ - PURI SRIMANDIR KARTIK PURNIMA

କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ମହୋଦଧିରେ ଡଙ୍ଗା ଭସାଇବା ସହ ମହାପ୍ରଭୁଙ୍କ ଦୁର୍ଲଭ ସୁନା ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ।

KARTIK PURNIMA IN SRIMANDIR PURI
KARTIK PURNIMA IN SRIMANDIR PURI (ETV Bharat Odisha)

By ETV Bharat Odisha Team

Published : Nov 15, 2024, 7:11 AM IST

Updated : Nov 15, 2024, 9:43 AM IST

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହୋଦଧିରେ ବୁଡ଼ ପକାଇବା ପାଇଁ ବଡ଼ି ଭୋରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଛି । ମହୋଦଧିରେ ଲକ୍ଷାଧିକ ଭକ୍ତ ସ୍ନାନ କରିବା ସହ କଦଳୀ ପଟୁକାରେ ତିଆରି ଡଙ୍ଗାରେ ପାନ, ଗୁଆ, ଫୁଲ ଥୋଇ ଭସାଇଛନ୍ତି । ଏହାସହ ଆ-କା-ମା-ବୈ, ପାନ ଗୁଆ ଥୋଇରେ ଗୁଞ୍ଜରିତ ହୋଇଛି ସମଗ୍ର ବେଳାଭୂମି । ନିଜ ପରିବାର ତଥା ସାଙ୍ଗସାଥୀଙ୍କ ସହ ଲୋକେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧି ତଟକୁ ଆସି ଡଙ୍ଗା ଭସାଇଥିଲେ ।

ପବିତ୍ର କାର୍ତ୍ତିକ ମାସ ପୂର୍ଣ୍ଣିମା ପାଇଁ ହବିଷ୍ୟାଳୀମାନେ ମଧ୍ୟ ସମୁଦ୍ର ବେଳାଭୂମିରେ ପୂଜାର୍ଚ୍ଚନା କରିବା ସହିତ ଆଜିର ପ୍ରଥମ ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି । ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ମହୋଦଧି ତଟରେ ଏକତ୍ରିତ ହୋଇ କାର୍ତ୍ତିକ ପୂର୍ଣ୍ଣିମାର ପୁଣ୍ୟ ଲାଭ କରିଛନ୍ତି । ବିଶ୍ବାସ ରହିଛି ଆଜିର ଦିନରେ ମହୋଦଧିରେ ବୁଡ଼ ପକାଇଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

KARTIK PURNIMA IN SRIMANDIR PURI (ETV Bharat Odisha)

ଶ୍ରୀଜୀଉଙ୍କ ରାଜରାଜେଶ୍ଵର ବେଶ:
ଆଜିର ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରାଜରାଜେଶ୍ଵର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗୋଟିଏ ବର୍ଷରେ ମହାପ୍ରଭୁ ପାଞ୍ଚ ଥର ସୁନାବେଶ ହେବାର ପରମ୍ପରା ରହିଛି । ତେବେ କାର୍ତ୍ତିକ ମାସ ପୁର୍ଣ୍ଣିମାରେ ରାଜରାଜେଶ୍ବର ବେଶ ନାମରେ ଏହି ସୁନାବେଶ ଲାଗି ହୋଇଥାନ୍ତି ଶ୍ରୀଜୀଉ । ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ହରିବୋଲ, ହୁଳହୁଳି ସହିତ ଭକ୍ତଙ୍କ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏନେଇ ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଦାଶ କହିଛନ୍ତି, ଆଜି କାର୍ତ୍ତିକ ମାସର ଶେଷ ଦିନ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବେଶ ଅନୁଷ୍ଠିତ ହେବ । "

KARTIK PURNIMA IN SRIMANDIR PURI (ETV Bharat Odisha)

ସୁରକ୍ଷା କଡ଼ାକଡ଼ି:
ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କଡ଼ି କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ମହୋଦଧିରେ ଡଙ୍ଗା ଭସାଣ ଓ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଇଛି । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି, "ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର, ସମୁଦ୍ର କୂଳ ଓ ଟ୍ରାଫିକ ପାଇଁ ଅଲଗା ଅଲଗା ବ୍ୟବସ୍ଥା ହେଇଛି । ଆମର 6 ଜଣ ଅତିରିକ୍ତ ଏସପି, 14 ଡିଏସପି , 37 ଇନ୍ସପେକ୍ଟର , 5ଶହ ହୋମ ଗାର୍ଡ ଓ ମୋଟ 36 ପ୍ଲାଟୁନ ପୋଲିସ ଫୋର୍ସ ଆମେ ସୁରକ୍ଷା ପାଇଁ ମୁତୟନ ବ୍ୟବସ୍ଥା କରିଛୁ । ବିଶେଷ କରି ଭିଡ ନିୟନ୍ତ୍ରଣ ଉପରେ ଆମର ମୁଖ୍ୟ କାର୍ଯ୍ୟ ରହିବ । ଭକ୍ତଙ୍କ ସୁରକ୍ଷା ମଧ୍ୟ ଆମର ପ୍ରାଥମିକତା ରହିଛି । ଡଙ୍ଗା ଭସାଣ ପାଈଁ ସମୁଦ୍ର କୂଳରେ ସ୍ଵତନ୍ତ୍ର ବ୍ୟବସ୍ଥା ହେଇଛି । ଶ୍ରୀ ଜଗନ୍ନାଥ ବଲ୍ଲଭ, ଜେଲ ରୋଡ ଓ ଶରଧାବାଲିରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି । ବଡ ଦାଣ୍ଡ ର ମେଡ଼ିକାଲ ଛକରୁ ମାର୍କେଟ ଛକ ଯାଏଁ ସମ୍ପୂର୍ଣ୍ଣ ଗାଡି ଚଳାଚଳ ନେଇ କଟକଣା ରହିଛି ।

KARTIK PURNIMA IN SRIMANDIR PURI (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...କାଚ ବୋତଲ ଭିତରେ ବୋଇତ କରି ଚର୍ଚ୍ଚାରେ ଈଶ୍ୱର

ଏହା ମଧ୍ୟ ପଢନ୍ତୁ ...କାଲିଠୁ ଦୁଲୁକିବ କଟକ, ବାଲିଯାତ୍ରାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ...କାର୍ତ୍ତିକ ପୂର୍ଣ୍ଣିମାରେ କାହିଁକି କରାଯାଏ ଦୀପଦାନ ? ଜାଣନ୍ତୁ ଦେବ ଦୀପାବଳି ରୀତି ନୀତି

KARTIK PURNIMA IN SRIMANDIR PURI (ETV Bharat Odisha)

ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ପଦକ୍ଷେପ:

ସେ ଆହୁରି କହିଛନ୍ତି, "କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯେଭଳି କୌଣସି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ନ ହୁଏ ସେଥିପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଗତ 4 ଦିନ ଭିତରେ 30 ଜଣ ଅସାମାଜିକ ଓ ଅପରାଧୀଙ୍କୁ ଗିରଫ କରାଯାଇଛି । 15 ଟି ୱାରେଣ୍ଟ ଜାରି କରାଯାଇଛି । ନିଶା କାରବାର ନେଇ 8 ମାମଲା କରାଯାଇଛି । ମଦ୍ୟପାନ କରି ରାସ୍ତା ଉପରେ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ 28 ଜଣଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭକ୍ତମାନେ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।"

KARTIK PURNIMA IN SRIMANDIR PURI (ETV Bharat Odisha)
KARTIK PURNIMA IN SRIMANDIR PURI (ETV Bharat Odisha)

ଇଟିଭି ଭାରତ, ପୁରୀ

Last Updated : Nov 15, 2024, 9:43 AM IST

ABOUT THE AUTHOR

...view details