ଓଡିଶା

odisha

ETV Bharat / state

ହବିଷ୍ୟାଳୀ ବ୍ରତ ପାଇଁ ୬ରୁ ଆବେଦନ, 2500 ମା’ଙ୍କ ପାଇଁ ବ୍ୟବସ୍ଥା - Habishyalis Registration

ଅକ୍ଟୋବର ୬ରୁ ୧୧ ଯାଏ ଅନଲାଇନ ପଞ୍ଜୀକରଣ । ୨୫୦୦ ହବିଷ୍ୟାଳୀଙ୍କ ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା । ବିଧବା ବ୍ରତ ଧାରିଣୀଙ୍କୁ ଦିଆଯିବ ପ୍ରାଧାନ୍ୟ ।

By ETV Bharat Odisha Team

Published : 4 hours ago

Kartika Brata 2024
Kartika Brata 2024 (ETV Bharat Odisha)

ପୁରୀ:ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ବ୍ରତ ତଥା ରାଇଦାମୋଦର ବ୍ରତ । ଆସନ୍ତା ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ହବିଷ୍ୟାଳୀ ମା’ ମାନେ ଅନଲାଇନ ମାଧ୍ୟମରେ କରିବେ ଆବେଦନ । ତେବେ ଏହି ବ୍ରତ ପାଳନ କରିବା ପାଇଁ ପୁରୀକୁ ହବିଷ୍ୟାଳୀ ମା’ମାନଙ୍କର ସୁଅ ଛୁଟିବ । ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଶିବିର କରାଯିବ । ଆସନ୍ତା ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ହବିଷ୍ୟାଳୀ ମା ମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ୨୫୦୦ ହବିଷ୍ୟାଳୀ ମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ।


ଅକ୍ଟୋବର ୧୮ ତାରିଖରୁ ପବିତ୍ର କାର୍ତ୍ତିକ ବ୍ରତ ତଥା ରାଧାଦାମୋଦର ବ୍ରତ ପାଳନ କରିବେ ହବିଷ୍ୟାଳୀ। ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ। ଏହି ଶିବିରରେ ୨୫୦୦ ହବିଷ୍ୟାଳୀ ମା ମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର । ଆସନ୍ତା ୬ ତାରିଖରୁ ୧୧ ତାରିଖ ମଧ୍ୟରେ ହବିଷ୍ୟାଳୀ ମା’ ମାନେ ଏହି ଶିବିରରେ ରହିବା ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବା ପାଇଁ ।

Kartika Brata 2024 (ETV Bharat Odisha)



https://edistrict.odisha.gov.in ଆବେଦନ କରିପାରିବେ । ତେବେ ଚଳିତ ବର୍ଷ‌ ହବିଷ୍ୟାଳୀ ଶିବିରରେ ହବିଷ୍ୟାଳୀ ମା’ମାନଙ୍କ ପାଇଁ ତିନୋଟି ନିୟମାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ଶାରିରୀକ ଓ ମାନସିକ ଭାବେ ସୁସ୍ଥ ଥିବା ମହିଳା ବ୍ରତଧାରୀଙ୍କୁ ଚୟନରେ ଅଗ୍ରାଧିକାର ଦିଆଯିବ । ସେହିପରି ବିଧବା ମହିଳା ଓ ନୂତନ ଆବେଦନକାରୀଙ୍କୁ ଏହି ଶିବିର ପାଇଁ ଚୟନରେ ପ୍ରାଧାନ୍ୟ ଦିଆଯିବ ।‌ କେବଳ ଅନଲାଇନ ମାଧ୍ୟମରେ ମନୋନୀତ ହୋଇଥିବା ହବିଷ୍ୟାଳୀଙ୍କୁ ରହିବାର ସୁଯୋଗ ଦିଆଯିବ । ଆବେଦନ କରିନଥିଲେ ହଠାତ୍ ଆସି ପହଞ୍ଚିଲେ ହବିଷ୍ୟାଳୀ ଶିବିରରେ ରହିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ହିତାଧିକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅସୁସ୍ଥ ଥିଲେ ହବିଷ୍ୟାଳୀ ଶିବିରରେ ରହିବା ପାଇଁ ଅନୁମତି ଦିଆଯିବ ନାହିଁ। ତେବେ ଅଧିକ ତଥ୍ୟ ଜାଣିବା ପାଇଁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଫୋନ୍ ନମ୍ୱର ୯୬୯୨୭୨୦୫୯୪, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଫୋନ ନମ୍ବର ୯୪୩୭୩୦୨୬୧୮, ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ନମ୍ବର ୭୭୩୫୫୧୭୪୮୨ ଏବଂ ପୁରୀ ଜିଲ୍ଲା କାର୍ଯ୍ୟଳୟ (୦୬୭୫୨) ୨୨୨୬୬୪ ନମ୍ବରରେ ଯୋଗାଯୋଗ କରିବେ ।

"ହବିଷ୍ୟାଳୀ ଯୋଜନାରେ ୬ ତାରିଖରୁ ଆବେଦନ ଆରମ୍ଭ । କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ୬ରୁ ୧୧ ଯାଏଁ http://edistrict.odisha.gov.inରେ ଆବେଦନ କରିପାରିବେ । ୨୫୦୦ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ," କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।



ଚଳିତ ବର୍ଷ ପୁରୀରେ ମୋଟ ଚାରିଟି ସ୍ଥାନରେ ୨୫୦୦ ହବିଷ୍ୟାଳୀଙ୍କୁ ନେଇ ଏହି ଶିବିରର ବ୍ୟବସ୍ଥା ହୋଇଛି। ହବିଷ୍ୟାଳୀ ମା ମାନଙ୍କ ରହିବା ପାଇଁ ସେଠାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହ ମହାପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ସ୍ବତନ୍ତ୍ର ବସ୍ ଯୋଗେ ଶ୍ରୀମନ୍ଦିରକୁ ନିଆଯାଇ ଜଗନ୍ନାଥ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି। ହବିଷ୍ୟାଳୀ ମା ମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ସ୍ବେଛାସେବୀ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯିବ। ହବିଷ୍ୟାଳୀ ଶିବିରରେ ୨୪ ଘଣ୍ଟିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ପୋଲିସ ସୁରକ୍ଷା ବ୍ୟବସ୍ଥା ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ମୁତୟନ ରହିବେ। ପ୍ରତିଦିନ ସନ୍ଧ୍ୟା ରେ ପାଲା, ଦାଶକାଠିଆ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଇଛି। ଦୀର୍ଘ ଏକମାସ ଧରି ଏହି ହବିଷ୍ୟାଳୀ ଶିବିର ପରିଚାଳନା ହେବ । ପୁରୀ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ହବିଷ୍ୟାଳୀ ଶିବିରରେ ଉପସ୍ଥିତ ରହି ଏହାର ସୁପରିଚାଳନା କରିବେ ।

Kartika Brata 2024 (ETV Bharat Odisha)
ତତ୍କାଳିନ ସରକାର ହବିଷ୍ୟାଳୀ ମା ମାନଙ୍କ ପାଇଁ ହବିଷ୍ୟାଳୀ ଶିବିର ଆରମ୍ଭ କରିଥିବା ବେଳେ ସରକାର ପରିବର୍ତ୍ତନ ହେବା ପରେ ଚଳିତ ବର୍ଷ ହବିଷ୍ୟାଳୀ ଶିବିର ଆୟୋଜନ ହେବ କି ନାହିଁ ଆଶା ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ରାଜ୍ୟ ସରକାର ପୁନର୍ବାର ହବିଷ୍ୟାଳୀ ମା ମାନଙ୍କ ପାଇଁ ହବିଷ୍ୟାଳୀ ଶିବିର ଆୟୋଜନ ନେଇ ଅନୁମତି ଦେଇଥିବାରୁ ଜଗନ୍ନାଥ ପ୍ରେମୀ ଓ ଭକ୍ତ ଏହାକୁ ସ୍ବାଗତ କରିଛନ୍ତି।

ABOUT THE AUTHOR

...view details