ଓଡିଶା

odisha

ETV Bharat / state

କଣାସ ଝାଡ଼ାବାନ୍ତି ବ୍ୟାପିବା ପଛରେ ଦୟା ନଦୀ ! ଖୋଲା ଚେତାବନୀ ଦେଲେ ଗାଁଲୋକେ - KANASA DIARRHEA OUTBREAK

କଣାସ ଝାଡ଼ାବାନ୍ତି ଘଟଣାରେ ନିୟନ୍ତ୍ରଣକୁ ଆସିପାରୁ ନାହିଁ ଆକ୍ରାନ୍ତ ସଂଖ୍ୟା । ଝାଡ଼ାବାନ୍ତିର ମୁଖ୍ୟ କାରଣ ଦୟା ନଦୀର ଦୂଷିତ ଜଳ । ସେପଟେ ସ୍ଥାୟୀ ପ୍ରତିକାର ଦାବି କଲେ ଲୋକେ ।

DIARRHEA OUTBREAK IN KANASA
DIARRHEA OUTBREAK IN KANASA (ETV Bharat Odisha)

By ETV Bharat Odisha Team

Published : Jan 22, 2025, 2:08 PM IST

ନିମାପଡ଼ା:କଣାସ ଝାଡ଼ାବାନ୍ତି ଘଟଣାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗୁନାହିଁ ବ୍ରେକ୍ । ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରିନାହିଁ । ଗତ ୧୦ ଦିନ ଭିତରେ ଶତାଧିକ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଆକ୍ରାନ୍ତ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବାବେଳେ ବର୍ତ୍ତମାନ ଗାଁରୁ ୨ରୁ ୩ ଜଣ ବ୍ୟକ୍ତି ଡ଼ାକ୍ତରଖାନାରେ ଭର୍ତ୍ତି ହେଉଥିବା ଲୋକେ ଅଭିଯୋଗ । ଦୟା ନଦୀର ଦୂଷିତ ଜଳ ଦ୍ବାରା ଝାଡ଼ାବାନ୍ତି ବ୍ୟାପୁ ଥିବାବେଳେ ସ୍ଥାୟୀ ପ୍ରତିକାର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ଥିତି ପରଖିଲା ଜନସ୍ଵାସ୍ଥ୍ୟ ବିଭାଗ:

DIARRHEA OUTBREAK IN KANASA (ETV Bharat Odisha)

ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ତତ୍ପର ହୋଇଛି ପ୍ରଶାସନ । ଗତକାଲି (ମଙ୍ଗଳବାର) ରାଜ୍ୟ ଜନସ୍ଵାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଂକ୍ରମିତ ଗାଁକୁ ଯାଇ ସ୍ଥିତି ପରଖିଛନ୍ତି । ଗ୍ରାମବାସୀ ଓ ଡାକ୍ତରୀ ଦଳ ସହ ସ୍ଵାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ନୂଆଗାଁ, ଜାଗୁଳାଇପଦର ଗାଁ ସ୍ଥିତି ଦେଖିବା ପରେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଆକ୍ରାନ୍ତଙ୍କ ଅବସ୍ଥା ବୁଝିଥିଲେ ।

DIARRHEA OUTBREAK IN KANASA (ETV Bharat Odisha)
  • 10 ଦିନ ମଧ୍ୟରେ ଝାଡାବାନ୍ତିରେ ଶତାଧିକ ଆକ୍ରାନ୍ତ
  • ଗଲାଣି 4 ଜୀବନ
  • ଝାଡାବାନ୍ତି ବ୍ୟାପିବା ପଛରେ ଦୟା ନଦୀର ପ୍ରଦୂଷିତ ଜଳ
  • ସ୍ଥାୟୀ ସମାଧାନ ଦାବି କଲେ ଗାଁ ଲୋକେ

ସ୍ଥାୟୀ ସମାଧାନ ଦାବି:

ଗତକାଲି ଜାଗୁଳାଇପଦର, ନୂଆଗାଁ, ନଇକୂଳପାଟଣା, ନୂଆ ଦୋକନ୍ଦା, ପାଇକମରା, ଗୋପୀନାଥପୁର, ୬ଟି ଗାଁର ୧୨ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୂଷିତ ଜଳ ହୋଇଥିବାବେଳେ ଏହାର ସ୍ଥାୟୀ ସମାଧାନ ନକଲେ ସରକାରୀ ଅଧିକାରୀଙ୍କୁ ଅଟକ ରଖିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

DIARRHEA OUTBREAK IN KANASA (ETV Bharat Odisha)

'ଝାଡ଼ାବାନ୍ତିର ମୁଖ୍ୟ କାରଣ ଦୟା ନଦୀର ଦୂଷିତ ଜଳ':

ଏନେଇ ସ୍ବାସ୍ଥ୍ୟ କର୍ମୀ ମଞ୍ଜୁଲତା ମହାରଣା କହିଛନ୍ତି,"ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ହେଲା ନଦୀର ଜଳ । ଏଠାରେ ପିଇବା ପାଣିରେ କୌଣସି ସୁବିଧା ନାହିଁ । ନଳକୂପ ୪-୫ଟି ରହିଥିବାବେଳେ ନଦୀ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି ଲୋକେ । ନଦୀରେ ଗାଧୋଇବା ସହ ପିଇବାରେ ମଧ୍ୟ ବ୍ୟବହାର କରନ୍ତି ଲୋକେ । ଦୟା ନଦୀର ଜଳ ଦୂଷିତ ହେବା କାରଣରୁ ୮ରୁ ୧୦ ଖଣ୍ଡ ଗାଁରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।"

ଏହା ମଧ୍ୟ ପଢନ୍ତୁ...କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ସରକାରଙ୍କୁ BJDର ଟାର୍ଗେଟ୍, କାଉଣ୍ଟର କଲା BJP - DIARRHOEA OUTBREAK IN KANASA

ଏହା ମଧ୍ୟ ପଢନ୍ତୁ...କଣାସରେ କାୟା ମେଲାଉଛି ଝାଡ଼ାବାନ୍ତି, ୪ ଜଣଙ୍କ ମୃତ୍ୟୁ ନେଇ ଜିଲ୍ଲାପାଳଙ୍କ ବିରୋଧରେ ଥାନାରେ ଅଭିଯୋଗ - DIARRHOEA OUTBREAK

ଏହା ମଧ୍ୟ ପଢନ୍ତୁ...କଣାସରେ ବ୍ୟାପୁଛି ଛାଡାବାନ୍ତି, ଦୟା ନଦୀର ଦୂଷିତ ପାଣିକୁ କାରଣ ଦର୍ଶାଇଲେ ସିଡିଏମଓ - DIARRHEA IN KANASHA

ଏମିତି କହିଲେ ଗ୍ରାମବାସୀ:

DIARRHEA OUTBREAK IN KANASA (ETV Bharat Odisha)

ନୂଆଗାଁ ଗ୍ରାମବାସୀ ଅନିଲ କୁମାର ସାହୁ କହିଛନ୍ତି,"ଗତ ୧୫ ଦିନ ହେଲା ଆମ ଗ୍ରାମରେ ଯେଉଁ ଝାଡ଼ାବାନ୍ତି ପରିସ୍ଥିତି ସୃଷ୍ଟି ହୋଇଛି, ସେଥିରେ ବହୁ ଲୋକ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହାର ସ୍ଥାୟୀ ପ୍ରତିକାର ହେଉନାହିଁ । ଆମେ ଚାହୁଁଛୁ ସରକାର ଆମ ପାଇଁ ସ୍ଥାୟୀ ସମାଧାନର ବାଟ ବାହାର କରନ୍ତୁ । ଯଦି ସ୍ଥାୟୀ ସମାଧାନ ନହୁଏ । ତେବେ ଆସୁଥିବା ଅଧିକାରୀଙ୍କୁ ଆମେ ଅଟକ ରଖିବୁ। "

DIARRHEA OUTBREAK IN KANASA (ETV Bharat Odisha)

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details