ଓଡିଶା

odisha

ETV Bharat / state

ଚୈତ୍ରମାସ ଶେଷ ମଙ୍ଗଳବାର, ଚଳଚଞ୍ଚଳ କାକଟପୁର ମା' ମଙ୍ଗଳା ପୀଠ - Kakatpur Maa Mangala Pitha - KAKATPUR MAA MANGALA PITHA

Kakatpur Maa Mangala Pitha: ଚୈତ୍ର ପୂର୍ଣ୍ଣିମା ସହ ମାସର ଶେଷ ମଙ୍ଗଳବାରରେ ଚଳଚଞ୍ଚଳ ହୋଇଉଠିଛି କାକଟପୁର ମା' ମଙ୍ଗଳା ପୀଠ । ଅଧିକ ପଢ଼ନ୍ତୁ

ଚୈତ୍ରମାସ ଶେଷ ମଙ୍ଗଳବାର
ଚୈତ୍ରମାସ ଶେଷ ମଙ୍ଗଳବାର

By ETV Bharat Odisha Team

Published : Apr 23, 2024, 8:10 PM IST

ଚୈତ୍ରମାସ ଶେଷ ମଙ୍ଗଳବାର

ନିମାପଡ଼ା: ଆଜି ହେଉଛି ଚୈତ୍ର ପୂର୍ଣ୍ଣିମା ସହ ମାସର ଶେଷ ମଙ୍ଗଳବାର । ଏନେଇ ଚଳଚଞ୍ଚଳ କାକଟପୁର ମା' ମଙ୍ଗଳା ପୀଠ । ଆଜିର ଦିନରେ ମା'ଙ୍କର ଦର୍ଶନ କରିବା ସହିତ ଝାମୁଯାତ୍ରା ଦର୍ଶନ କରିବା ପାଇଁ ମା'ଙ୍କ ପୀଠରେ ଭକ୍ତଙ୍କର ଭିଡ ଲାଗିଛି । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବିଶ୍ଵାସ ଅଛି ଯେ, ଚୈତ୍ର ମାସର ଶେଷ ମଙ୍ଗଳବାର ଦିନରେ କାକଟପୁର ମା' ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂରଣ ହେବା ସହ ମହାପୂର୍ଣ୍ଣ ମିଳିଥାଏ । ଏହି ବିଶ୍ଵାସରେ ଆଜି କାକଟପୁର ମା' ମଙ୍ଗଳାଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଛି । ରୀତିନୀତି ଅନୁସାରେ ମା'ର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ମାନସିକଧାରୀ ପାଟୁଆମାନେ ମା'ଙ୍କର ଆଜ୍ଞାମାଳ ପାଇ ପ୍ରାଚୀ ନଦୀର ଘଣ୍ଟତୋଳା ତୁଠରୁ ଜଳ ତୋଳି ନୃତ୍ୟ ପରିବେଷଣ କରି ମା'ଙ୍କ ସମ୍ମୁଖରେ ନିଆଁରେ ଚାଲିଥିଲେ । ପାଟୁଆମାନେ ପ୍ରାୟ 11 ଫୁଟର ନିଆଁର ଗାଢରେ ଚାଲିଥିଲେ । ମା'ଙ୍କ ଉଦ୍ଦେଶ୍ୟରେ ଏହି ନିଆଁ ଗାଢରେ ଚାଲିବା ପାଇଁ ମାନସିକଧାରୀମାନେ ଏକମାସ ପୂର୍ବରୁ ନିଷ୍ଠାର ସହିତ ରହି ନିରାମିଷ ଭୋଜନ କରି ଅଲଗା ରହିବାକୁ ପଡିଥାଏ । ପ୍ରଚଣ୍ଡ ରୌଦ୍ରତାପରେ ମଧ୍ୟ ଆଜି ମା'ଙ୍କୁ ଦର୍ଶନ କରି ବେଶ ଉତ୍ସାହିତ ହୋଇଛନ୍ତି ଶ୍ରଦ୍ଧାଳୁ ।

ତେବେ କାକଟପୁରରେ ମା'ଙ୍କ ଏହି ପରମ୍ପରା ବହୁ ପୁରାତନ କାଳରୁ ରହି ଆସିଛି । ଏହି ଅବସରରେ ଜଣେ ସେବାୟତ କହିଛନ୍ତି, " ଆଜିର ଦିନରେ ମା'ଙ୍କର ଦର୍ଶନ କଲେ ମହାପୂର୍ଣ୍ଣ ମିଳିବା ସହିତ ପରିବାରର ମଙ୍ଗଳ ହୋଇଥାଏ । ମା'ଙ୍କୁ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାରେ ଯାହା ମାଗିଥାଏ ସେହି ସବୁ ପାଇଥାଏ । ସବୁଠାରେ ପଣାସଂକ୍ରାନ୍ତିରେ ଝାମୁଯାତ୍ରା ହେଉଥିବା ବେଳେ ମା'ଙ୍କ ପୀଠରେ ଚୈତ୍ର ପୂର୍ଣ୍ଣିମା ଦିନରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ ।"

ଏହା ମଧ୍ୟ ପଢ଼ନ୍ତୁ....ଆଜିଠୁ ହିଙ୍ଗୁଳା ଯାତ୍ରା ଆରମ୍ଭ, ଭକ୍ତଙ୍କଠୁ ନୈବେଦ୍ୟ ଗ୍ରହଣ କରନ୍ତି ମା’ - MAA HINGULA YATRA

ବିଶେଷକରି ମଙ୍ଗଳବାର ଦିନ ମା' ମଙ୍ଗଳାଙ୍କ ପୂଜାର୍ଚ୍ଚନା କଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଆସିଛି । ଏହି ବିଶ୍ଵାସରେ ମା' ମଙ୍ଗଳା ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା । ସେପଟେ ମା'ଙ୍କ ପୀଠରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଛି । ଏହାସହ ଜରୁରୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗ ଓ ଜରୁରୀ କାଳୀନ ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ ସଂଗଠନ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details