ଓଡିଶା

odisha

ETV Bharat / state

ଶିମିଳିପାଳରେ ସାବାଡ଼ ହେବେ ଶିକାରୀ, ଗଠନ ହେଲା ବନ ଓ ପୋଲିସ ବିଭାଗର ମିଳିତ ଟାକ୍ସଫୋର୍ସ - SPECIAL TASK FORCE FOR WILDLIFE

ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏବେ ବନ ବିଭାଗକୁ ସହଯୋଗ କରିବ ପୋଲିସ । ଏଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ ।

JOINT SPECIAL TASK FORCE
JOINT SPECIAL TASK FORCE (ETV BHARAT ODISHA)

By ETV Bharat Odisha Team

Published : Jan 16, 2025, 11:00 PM IST

ବାଲେଶ୍ବର:ଶିମିଳିପାଳରେ ଦିନକୁ ଦିନ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଉଛି । ଏହାକୁ ରୋକିବାକୁ ଆରମ୍ଭ ହୋଇଛି ପ୍ରୟାସ । ସାବାଡ ହେବେ ଶିକାରୀ, ସୁରକ୍ଷିତ ରହିବେ ବନ୍ୟଜନ୍ତୁ । କାହିଁକିନା ଏଣିକି ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବ ପୋଲିସ । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନବିଭାଗକୁ ସହଯୋଗ କରିବ ପୋଲିସ । ଏଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ । ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ଶିକାରୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବ ଏହି ଟାସ୍କ ଫୋର୍ସ । ଏଥିପାଇଁ ବନ ବିଭାଗର କର୍ମଚାରୀମାନଙ୍କୁ ମଧ୍ୟ ପୋଲିସ ବିଭାଗ ଦ୍ଵାରା ବନ୍ଧୁକ ଚାଳନା ତାଲିମ ପ୍ରଦାନ କରାଯାଇଛି । ଶିମିଳିପାଳରେ ହାତୀ ଦାନ୍ତ ଘଟଣା ହେଉ କିମ୍ବା ବାଘ ଛାଲ ଜବତ ଘଟଣା ହେଉ ସବୁଥିରେ ଶିକାରୀଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଓ ବନ ବିଭାଗ ମିଳିତ ଭାବେ ଗଠନ କରିଛନ୍ତି ଏପରି ସ୍ୱତନ୍ତ୍ର ଟାସ୍କ ଫୋର୍ସ। ଏହି ଫୋର୍ସ ଜଙ୍ଗଲରେ ଫ୍ଲାଗ ମାର୍ଚ୍ଚ ସାଙ୍ଗକୁ ପାଟ୍ରୋଲିଂ କରିବ।

  • ବନ୍ୟଜନ୍ତୁ ସୁରକ୍ଷା ନେଇ ବନବିଭାଗକୁ ସହଯୋଗ କରିବ ପୋଲିସ:

ଏନେଇ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାଏକ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ଯେ," ଶମିଳିପାଳରେ ଗତ ନଭେମ୍ବର ମାସ ଓ ଡିସେମ୍ବର ମାସରେ ଚଢ଼ାଉ କରଯାଇ ବାଘ ଦାନ୍ତ ଓ ଚମଡା ଜବତ କରାଯାଇଥିଲା । ଯିଏ ଏସବୁକୁ କିଣିଥିଲେ ଜାନୁଆରୀ 11 ତାରିଖରେ ଉଦଳା ପୋଲିସ ଥାନା ଅଧୀନରେ ଚଢ଼ାଉ କରାଯାଇଥିଲା। ଏସବୁ ଘଟଣା ପରେ ବନ୍ୟଜନ୍ତୁ ସୁରକ୍ଷା ନେଇ ବନବିଭାଗକୁ ସହଯୋଗ କରିବା ପାଇଁ ପୋଲିସ ବିଭାଗ ହାତ ମିଶାଇଛି । ଆମେ ଏକ ପୋଲିସ ଫୋର୍ସ ମୟୁରଭଞ୍ଜ ଜିଲ୍ଲାକୁ ଦେଇଥିଲୁ, ଯେଉଁମାନେ ବନ ବିଭାଗ ସହ ମିଶି ପାଟ୍ରୋଲିଂ ଓ ଫ୍ଲାଗମାର୍ଚ୍ଚ କରିବେ। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ୟଜନ୍ତୁଙ୍କ ସୁରକ୍ଷା କରିବା, ସେଇଥିପାଇଁ ମିଳିତ ଭାବେ ଏବେ ଉଦ୍ୟମ କରାଯିବ।

JOINT SPECIAL TASK FORCE (ETV BHARAT ODISHA)
  • AIକ୍ୟାମେରା ଚିହ୍ନିବ ଶିକାରୀ:

ସେ ଆହୁରି ମଧ୍ୟ କହିଛନ୍ତି, ''ଏହି ଟାସ୍କ ଫୋର୍ସରେ ଏପିଆର ଅଛନ୍ତି। ବନ କର୍ମଚାରୀ ପ୍ରାୟ 40 ଜଣଙ୍କୁ ମୟୂରଭଞ୍ଜର ଆମେ ବନ୍ଧୁକ ଚାଳନା ତାଲିମ ଦେଇଛୁ । ସେହିପରି ବାଲେଶ୍ୱରରେ 50 ଜଣଙ୍କୁ ତାଲିମ ଦିଆଯାଇଛି। ସେମାନେ ପୋଲିସ ଦ୍ୱାରା ତାଲିମ ପ୍ରାପ୍ତ ହୋଇ ବନ୍ୟଜନ୍ତୁଙ୍କ ସୁରକ୍ଷା କରିବା ପାଇଁ ଉଦ୍ୟମ ଜାରି ରଖିବେ। ଏହାସହ ନୂଆ ଜ୍ଞାନ କୌଶଳର AI କ୍ୟାମେରା, ଟ୍ରାପ କ୍ୟାମେରା 180ରୁ ଉର୍ଦ୍ଧ୍ଵ ସ୍ଥାନରେ ଲଗାଯାଇଛି। ଏହି କ୍ୟାମେରା ଚିହ୍ନଟ କରିବ କେଉଁମାନେ ବନ୍ତଜନ୍ତୁଙ୍କ ଉପରେ ଆକ୍ରମଣ କରୁଛନ୍ତି। ଓଡି଼ଶା ସରକାରଙ୍କ ଗୃହ ବିଭାଗର କଡ଼ା ନିର୍ଦ୍ଦେଶ ଅଛି ଯେ ଯେଉଁମାନେ ବନ୍ୟଜନ୍ତୁ ଶିକାର କରିବେ ସେମାନଙ୍କୁ ସାବାଡ଼ କରିବା ପାଇଁ। ଆମେ କୌଣସି ପ୍ରକାର ଶିକାରୀ ମାନଙ୍କୁ ଛାଡ଼ିବୁନି କଠୋର କାର୍ଯ୍ୟାନୁଷ୍ଠାନ ନେବୁ। ଏବେ ଶିମିଳିପାଳ ପାଇଁ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ।"

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details