ଓଡିଶା

odisha

ETV Bharat / state

ଝାଡ଼ଖଣ୍ଡ ନିର୍ବାଚନ: BJP ପାଇଁ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନଭେମ୍ବର ୧୩ରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରୁଛି ପ୍ରଚାର । ରୋଡ ଶୋ ଓ ମାରାଥନ ସଭା କରିବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Odisha CM Mohan Majhi
Odisha CM Mohan Majhi (@MohanMOdisha)

By ETV Bharat Odisha Team

Published : Nov 11, 2024, 8:10 AM IST

Updated : Nov 11, 2024, 9:37 AM IST

ଭୁବନେଶ୍ବର:ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର କମ୍ପୁଛି ଝାଡଖଣ୍ଡ । ଆସନ୍ତା 13 ତାରଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହି ଅବସରରେ ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଝାଡ଼ଖଣ୍ଡରେ ମୋହନ ଧରିବେ ବିଜେପିର ପ୍ରଚାର ମଙ୍ଗ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଓଡ଼ିଶା ମୁଖ୍ୟମନ୍ତ୍ରୀ । ବିଜେପିର ଷ୍ଟାର ପ୍ରଚାରକ ମୋହନ ମାଝି ଝାଡ଼ଖଣ୍ଡରେ ମାରାଥନ ସଭା ଓ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି । ସଢେ଼ଇକଳା-ଖରସୁଆଁ ଏବଂ ସିଂହଭୂମିରେ ଦୁଇଟି ବଡ ବଡ ସଭା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବିଜେପି ସରକାରର ସଫଳତା କଥା କହି ବିଜେପି ପାଇଁ ଭୋଟ ମାଗିବେ।

ଝାଡଖଣ୍ଡରେ ମୋହନଙ୍କ ନିର୍ବାଚନୀ ପ୍ରଚାର:

ଝାଡଖଣ୍ଡ ବିଧାନସଭା ନିର୍ବାଚନର ବିଜେପିର ଷ୍ଟାର ପ୍ରଚାରକ ଭାବେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେଣୁ ଝାଡଖଣ୍ଡ ଗସ୍ତ ପାଇଁ ସକାଳ ୧୦ ଟା ୩୫ ମିନିଟରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ଵର ବିମାନବନ୍ଦରରୁ ଝାଡ଼ଖଣ୍ଡ ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ। ମଧ୍ୟାହ୍ନ ୧୨ ଟା ୪୫ ମିନିଟରେ ସଢେଇକଳା ଖରସୁଆଁ ଜିଲ୍ଲା ସ୍ଥିତ ରାଜନଗର ଫୁଟବଲ ମଇଦାନରେ ମୋହନ ମାଝୀ ପହଞ୍ଚିବେ। ସେଠାରୁ ୧୨ ଟା ୫୦ ମିନିଟରେ ସଭାସ୍ଥଳକୁ ଯାଇ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରି ମୋହନ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା।

ଏହା ମଧ୍ୟ ପଢନ୍ତୁ-ନିର୍ଣ୍ଣାୟକ ହେବେ ଓଡିଆ ଭୋଟର ! ଝାଡଖଣ୍ଡ ମୁହାଁ ମାଳ ମାଳ ଓଡିଆ ନେତା

ଏହା ମଧ୍ୟ ପଢନ୍ତୁ-ଝାଡ଼ଖଣ୍ଡ ନିର୍ବାଚନରେ ନିର୍ଣ୍ଣାୟକ ହେବେ କି ଓଡ଼ିଆ ଭୋଟର ?

ଏହାପରେ ପଶ୍ଚିମ ସିଂହଭୂମି ଜିଲ୍ଲାର ମଝି ଗାଁ ବିଧାନସଭାରେ ନିର୍ବାଚନ ମଣ୍ଡଳୀରେ ଯୋଗ ଦେବେ ମୋହନ। ଅପରାହ୍ନ 3ଟାରେ ମଝି ଗାଁ ବିଧାନସଭାରେ ନିର୍ବାଚନ ମଣ୍ଡଳୀର ମଞ୍ଜରି ହାଇସ୍କୁଲ ମଇଦାନରେ ଆୟୋଜିତ ଜନସଭାରେ ଯୋଗ ଦେବେ। ସେଠାରେ ବିଜେପିର ସଫଳତା ବଖାଇ ପ୍ରାର୍ଥୀଙ୍କ ପାଇଁ ଜନସାଧାରଣଙ୍କୁ ଭୋଟ ମାଗିବେ । ସନ୍ଧ୍ୟା 5ଟାରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

  • ସକାଳ ୧୦ ଟା ୩୫ ମିନିଟରେ ଝାଡଖଣ୍ଡ ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ
  • ମଧ୍ୟାହ୍ନ ୧୨ ଟା ୪୫ ମିନିଟରେ ସଢେଇକଳା ଖରସୁଆଁ ଜିଲ୍ଲାରେ ପହଞ୍ଚିବେ
  • ମଧ୍ୟାହ୍ନ ୧୨ ଟା ୫୦ ମିନିଟରେ ସଭାସ୍ଥଳକୁ ଯାଇ ସମ୍ବୋଧନ କରିବେ
  • ଅପରାହ୍ନ 3ଟା ପଶ୍ଚିମ ସିଂହଭୂମି ଜିଲ୍ଲାର ମଝି ଗାଁରେ ପ୍ରଚାର କରିବେ
  • ସନ୍ଧ୍ୟା 5ଟାରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ

ଝାଡଖଣ୍ଡ ବିଧାନସଭା ନିର୍ବାଚନ:

ଝାଡଖଣ୍ଡରେ 2 ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । 13 ତାରିଖରେ ପ୍ରଥମ ଓ 20 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ଏଥର କଂଗ୍ରେସ-‘ଜେଏମଏମ’ ଓ ଆରଜେଡି ମହାମେଣ୍ଟ ସହିତ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟର କଡା ମୁକାବିଲା ଦେଖିବାକୁ ମିଳିବ। ନିର୍ବାଚନରେ ଗାଦି ହାତେଇବାକୁ ଦଳ ଦଳ ମଧ୍ୟରେ ଜୋରଦାର ପ୍ରଚାର କରାଯାଉଛି । ହେବିଓ୍ବେଟ ନେତାଙ୍କ ପ୍ରଚାର ମଇଦାନରେ କମ୍ପୁଛି ଝାଡଖଣ୍ଡ । ତେବେ ଓଡିଶାର ପଡୋଶୀ ରାଜ୍ୟ ଆଦିବାସୀବହୁଳ ଝାଡଖଣ୍ଡର ଏକାଧିକ ସ୍ଥାନରେ ରହିଛି ଓଡିଆ ଭାଷାଭାଷୀ ଭୋଟରଙ୍କ ପ୍ରଭାବ । ତେଣୁ ସେମାନଙ୍କ ଭୋଟ ହାତେଇବା ପାଇଁ ଏବେ ବିଭିନ୍ନ ଦଳ ଓଡିଶା ନେତାଙ୍କୁ ଗ୍ରାଉଣ୍ଡକୁ ପଠାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 11, 2024, 9:37 AM IST

ABOUT THE AUTHOR

...view details