ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ଝାଡ଼ଖଣ୍ଡ ଅପରାଧୀଙ୍କ ଡବଲ ମର୍ଡର, ପ୍ରେମୀ ଯୁଗଳ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲେ SP

ବଲାଙ୍ଗୀରେ ଜଘନ୍ୟ ହତ୍ୟାକାଣ୍ଡ । ଝାଡଖଣ୍ଡର ଜଣେ ଅପରାଧୀ ଏବଂ ତାର ପ୍ରେମିକାକୁ ହତ୍ୟା କରିଛନ୍ତି ଝାଡ଼ଖଣ୍ଡର ଅପରାଧୀ ଗ୍ୟାଙ୍ଗ । ପାଞ୍ଚ ଦିନ ପରେ ଖୁଲାସା କଲେ ବଲାଙ୍ଗୀର ଏସପି ।

DOUBLE MURDER CASE IN BALANGIR
DOUBLE MURDER CASE IN BALANGIR (ETV BHARAT ODISHA)

By ETV Bharat Odisha Team

Published : 19 hours ago

ବଲାଙ୍ଗୀର:ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ଟଙ୍କା ନେଣଦେଣକୁ ନେଇ ଉଭୟଙ୍କୁ ହତ୍ୟା କରାଯାଇଛି । ଅପରାଧୀଙ୍କୁ ହତ୍ୟା କଲେ ଅପରାଧୀ । ଝାଡଖଣ୍ଡରୁ ଆସି ବଲାଙ୍ଗୀରରେ ହତ୍ୟା କରି ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ । ୮ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ୭ ଜଣ ଝାଡଖଣ୍ଡର । ମୃତକ ପ୍ରେମୀ ଯୁଗଳ ବୋଲି କୁହାଯାଉଛି ।

Jharkhand couple murdered in balangir 8-accused-arrested (ETV Bharat Odisha)

ଟଙ୍କା ନ ଫେରାଇବାରୁ ହତ୍ୟା:

ମୃତକ ଯୁବକ ଯୁବତୀ ଝାଡ଼ଖଣ୍ଡ ରାଜ୍ୟର ବୋକାରୋର ମହମ୍ମଦ ଜାଭେଦ ଓ ପଲକ ମିଶ୍ର । ଏହି ଦୁଇ ଜଣ ବୋକାରୋରୁ ଆସି ଗତ ଚାରି ମାସ ହେବ ବଲାଙ୍ଗୀର ମହାଲକ୍ଷ୍ମୀ ନଗରରେ ଏକ ଭଡ଼ା ଘରେ ରହି ଆସୁଥିଲେ । ମୃତ ଯୁବକ ଜଣଙ୍କ ପେଶାଗତ ଅପରାଧୀ ହୋଇଥିବା ବେଳେ ତା ନାମରେ ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ମହମ୍ମଦ ଜାଭେଦ ସେଠାକାର ଜଣେ ବିଲ୍ଡର ତଥା ଅପରାଧୀ ଆଶୁତୋଷ ଗୌତମର ଗୁଣ୍ଡା ଭାବରେ କାର୍ଯ୍ୟ କରୁଥିଲା । ଲୁଟ, ରାହାଜାନୀ, ହତ୍ୟା ଧମକ, ହତ୍ୟା ଉଦ୍ୟମ ଭଳି ଅନେକ ମାମଲାରେ ଅଭିଯୁକ୍ତ ଥିଲା । କୌଣସି କାରଣରୁ ବସ୍‌ଠାରୁ ମହମ୍ମଦ ୭ ଲକ୍ଷ ଟଙ୍କା ଧାର ନେଇଥିଲା । ଟଙ୍କା ନଫେରାଇ ସେ ବଲାଙ୍ଗୀରେ ଆସି ରହୁଥିଲା । ଏନେଇ ବିଲ୍ଡର ଆଶୁତୋଷ ଖବର ପାଇବା ପରେ ଅନ୍ୟ ଛଅ ଜଣ ସହଯୋଗୀ ସହ ବଲାଙ୍ଗୀର ଆସିଥିଲା । ସ୍ଥାନୀୟ ଜଣେ ଅଭିଯୁକ୍ତ ସହ ସାମିଲ ହୋଇ ସେମାନେ ଜାଭେଦ ଘରକୁ ଯାଇଥିଲେ । ସେଠାରେ ମହମ୍ମଦ ଯାବେଦ ଓ ପଲକ୍ ମିଶ୍ରକୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ । ଏହାପରେ ଉଭୟଙ୍କୁ ତଣ୍ଡା ମୁଣ୍ଡା ଜଙ୍ଗଲକୁ ନେଇ ଗଳା କାଟି ତାଙ୍କୁ ହତ୍ୟା କରିବା ପରେ ଫେରାର ମାରିଥିଲେ ।

Double Murder Case in balangir (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ମାଛ ଝୋଳ ପାଇଁ ଗଡ଼ିଲା‌ ମୁଣ୍ଡ, ହୋଟେଲ ରୋଷେୟାକୁ ହତ୍ୟା କଲା ନାନ୍ ମିସ୍ତ୍ରୀ

ଏହା ମଧ୍ୟ ପଢନ୍ତୁ-ପୁଅର ଜୀବନ ନେବାକୁ ପଛାଇଲାନି ନୃଶଂସ ବାପା, ଦେବଦୂତ ସାଜିଲା ପୋଲିସ

ପାଞ୍ଚ ଦିନରେ ଘଟଣାର ପର୍ଦ୍ଦାଫାସ:

ବଲାଙ୍ଗୀର ଗତ 24 ତାରିଖ ପୁଇନ୍ତଳା ଥାନା ଅନ୍ତର୍ଗତ ତଣ୍ଡା ମୁଣ୍ଡା ଜଙ୍ଗଲରୁ ଯୁବତୀ ଓ ଯୁବକର ମୃତଦେହ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ହତ୍ୟାକାଣ୍ଡ ବୋଲି ଜାଣିବା ସହିତ ଏଦିଗରେ ତଦନ୍ତ ଆରମ୍ଭ କରିଥିଲା। ସହର ସିସି ଟିଭିରୁ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ପାଇ ତଦନ୍ତକୁ ଆଗକୁ ବଢ଼ାଇଥିଲା ପୋଲିସ । ପୋଲିସ ପାଇଁ ଏହି ମାମଲା ବହୁ କଷ୍ଟ ସାଧ୍ୟ ହୋଇଥିବା ବେଳେ ମାତ୍ର ପାଞ୍ଚ ଦିନରେ ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି । ପୋଲିସ ଏଥିପାଇଁ ୬ଟି ଟିମ୍ ଗଠନ କରି ତଦନ୍ତ କରିଥିବା ବେଳେ ସହରରେ ଥିବା ସିସି ଟିଭି ବ୍ୟବସ୍ଥା ଓ ଆଇଟି ସେଲର ସହାୟତାରେ ୮ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ସେହିପରି ଗିରଫ ସମସ୍ତ ଅଭିଯୁକ୍ତ ଓ ମୃତ ଯୁବକ ପେଶାଦାର ଅପରାଧୀ ।

Double Murder Case in balangir (ETV BHARAT ODISHA)

ବଲାଙ୍ଗୀର ଏସପି ଋଷିକେଶ କିଲାରି କହିଛନ୍ତି ଯେ " ମୃତକ ମହମ୍ମଦ ଯାବେଦ ଝାଡଖଣ୍ଡର ପେଶାଦାର ଅପରାଧୀ । ସେ ବିଲ୍ଡର ବବଲୁ କିଲୋ ଓରଫ ଆଶୁତୋଷ ଗୌତମର ଅପରାଧୀ ଟିମର ସଦସ୍ୟ ଥିଲା। ନିଜ ବସ୍‌ ଠାରୁ ଟଙ୍କା ନେଇ ସେ ଆଉ ଫେରାଉନଥିଲା । ଏହାପରେ ବଲାଙ୍ଗୀରରେ ଗତ 4 ମାସ ହେଲା ରହୁଥିଲା । ଏହି ଖବର ପାଇବା ପରେ ତାର ବସ ୬ ଜଣ ସହଯୋଗୀଙ୍କୁ ନେଇ ଏଠାକୁ ଆସି ଯୁବକ ଯୁବତୀଙ୍କୁ ହତ୍ୟା କରିଥିଲା । ୮ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଏକ ସ୍କୁଟି, ଦାମୀ କାର, ପିସ୍ତଲ, ଗୁଳି, ହତ୍ୟାରେ ବ୍ୟବହୃତ ଚାକୁ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ସେହିପରି ସମସ୍ତ ଅଭିଯୁକ୍ତ ମୂଳ ଘର ବିହାରର ହୋଇଥିବା ବେଳେ ଝାଡଖଣ୍ଡରେ ରହି ଅପରାଧ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ''

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details