ଭୁବନେଶ୍ବର:ଆଉ ମାତ୍ର 4 ଦିନ ପରେ ଶେଷହେବ ରାସନ କାର୍ଡର e-KYC ଅପଡେଟ ପ୍ରକ୍ରିୟା । ହେଲେ ଏପର୍ଯ୍ୟନ୍ତ ପ୍ରାୟ 40 ଲକ୍ଷରୁ ଅଧିକ ହିତାଧିକାରୀ ଅପଡେଟ କରିନାହାନ୍ତି । ତେବେ ପୂର୍ବ ନିର୍ଦ୍ଧାରିତ ସମୟରେ କୌଣସି ପରିବର୍ତ୍ତନ କରାଯିବନି । ଯଦି କେହି କୌଣସି କାରଣ ପାଇଁ କେହି ଅଭିଯୋଗ କଲେ, ପରବର୍ତ୍ତୀ ସମୟରେ ସେମାନଙ୍କୁ ସମୟ ଦେବାକୁ ସରକାର ବିଚାର କରିପାରନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
- ଅପଡେଟ କରିଛନ୍ତି 88 ପ୍ରତିଶତ: ମନ୍ତ୍ରୀ
ମନ୍ତ୍ରୀ କହିଛନ୍ତି,‘‘ଏବେ ସୁଦ୍ଧା 88 ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି । ଆହୁରି 40 ଲକ୍ଷ 40 ହଜାର 684 ଜଣ ହିତାଧିକାରୀ ଅପଡେଟ୍ କରି ନାହାନ୍ତି । ବୋଧହୁଏ କେହି ଅନୁପସ୍ଥିତ ଥିବା କାରଣରୁ କରିପାରିନଥାନ୍ତି । ସେମାନଙ୍କ ମଧ୍ୟରେ ଅଯୋଗ୍ୟ ଏବଂ ମୃତ ବ୍ୟକ୍ତି ଥାଇପାରନ୍ତି । ମୋଟ 3 କୋଟି 35 ଲକ୍ଷ 570 ରୁ 2 କୋଟି 95 ଲକ୍ଷ 89 ହଜାର 912 ଜଣ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରି ସାରିଛନ୍ତି । ରାଜ୍ୟରେ 2 କୋଟି 94 ଲକ୍ଷ 59 ହଜାର 886 ଏବଂ ରାଜ୍ୟ ବାହାରେ ଏକ ଲକ୍ଷ 30 ହଜାର 26 ଜଣ କାର୍ଡଧାରୀ ଇ-କେୱାଇସି କରିଛନ୍ତି । ଜାନୁଆରୀ 31 ତାରିଖରୁ ଇ-କେୱାଇସି ଯାଞ୍ଚ ସରିବା ପରେ ଯଦି ଅଭିଯୋଗ ଆସେ ଏହା ଉପରେ ସରକାର ବିଚାର କରିବେ । ସମୟ ସରିଗଲା ପରେ ଯେଉଁମାନେ କାର୍ଡ ସରେଣ୍ଡର ନକରିବେ, ସେମାନଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ଏହି ପ୍ରକ୍ରିୟା ସରିଲେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିପାରିବେ ।’’
ଏହା ମଧ୍ୟ ପଢନ୍ତୁ :- |