ଯାଜପୁର:କିଡନୀ ରୋଗ ନେଉଛି ଗୋଟିଏ ପରେ ଗୋଟିଏ ଜୀବନ । ଯାଜପୁର କୋରେଇ ବ୍ଲକ ସ୍ଥିତ ଭାଲୁକାହୁଡ଼ି ଆଦିବାସୀ ସାହିରେ ଏଭଳି ସ୍ଥିିତି ଉପୁଜିଛି । ଗତ କିଛିବର୍ଷ ମଧ୍ୟରେ ଏହି ଆଦିବାସୀ ସାହିରେ କିଡନୀ ରୋଗ ଅନେକଙ୍କ ଜୀବନ ନେଇଛି । ଏବେବି ଆକ୍ରାନ୍ତ ୫୦ ରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ଦୂଷିତ ଜଳ ପାଇଁ ଏଭଳି ହେଉଥିବା ସନ୍ଦେହ କରାଯାଉଥିବାବେଳେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ l ସେପଟେ ରକ୍ତ ନମୁନା ସଂଗ୍ରହ ସହ କାରଣ ଅନୁଧ୍ୟାନ ଆରମ୍ଭ କରୁଛି ପ୍ରଶାସନ ।
80 ପରିବାର ପାଇଁ ପାଣି ଟେନସନ:
ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଟରଙ୍ଗା ଗ୍ରାମ ପଞ୍ଚାୟତରେ ଭାଲୁକାହୁଡୀ ଆଦିବାସୀ ସାହି । ଏହି ସାହିରେ ୮୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି l ତେବେ ଏହି ସାହିରେ ଅନେକ ଦିନ ହେବ ପାଣି ସମସ୍ୟା ଦେଖିବାକୁ ମିଳୁଛି । ବିଶେଷ ଭାବରେ ଜଳସ୍ତର କମିଯିବା କାରଣରୁ ଲୋକେ ଏହି ପାଣି ପିଇବା ଯୋଗୁ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଏହି ଆଦିବାସୀ ସାହିରେ ଗତ କିଛିବର୍ଷ ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବାବେଳେ ଏବେବି ୫୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ବ୍ୟକ୍ତି ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ଥିବା ସୂଚନା ମିଳିଛି । "ନଳକୂପ ପାଣିରେ ଆଇରନ ମାତ୍ରା ଅଧିକ ରହିଥିବାରୁ ଏପରି କିଡନୀ ରୋଗ ବ୍ୟାପୁଛି" ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ। ଏହାସହ ଗ୍ରାମର ଜଣେ ମହିଳା ସୀତା ମୁର୍ମୁ କହିଛନ୍ତି, "ଚିକିତ୍ସା ପାଇଁ ସହାୟତା କରନ୍ତୁ । ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ।"
ଏହା ବି ପଢନ୍ତୁ...ଜଳ କଷ୍ଟ: ପାଣି ପାଇଁ ହାଣ୍ଡି, ମାଠିଆ ଧରି ବ୍ଲକ ଆଗରେ ଧାରଣା ଦେଲେ ଗ୍ରାମବାସୀ - Khordha Drinking Water problem
ଏହା ବି ପଢନ୍ତୁ...ଶରୀରରେ ଏସବୁ ଲକ୍ଷଣ ଦେଖାଗଲେ ଜାଣିବେ କିଡନୀ ଫେଲ୍