ପୁରୀ:ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନେଇ ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତା ୨୩ ତାରିଖରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରିବ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ( ASI) । ପ୍ରତିଦିନ ଅପରାହ୍ନ ୧ଟା ରୁ ସନ୍ଧ୍ୟା ୭ଟା ଯାଏଁ ମରାମତି କାର୍ଯ୍ୟ କରାଯିବ। ଏନେଇ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ଅନୁଷ୍ଠିତ ହେବ । ରାତ୍ର ୨ଟାରୁ ଦ୍ବାରଫିଟା ହୋଇ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ରାତ୍ର ୧୧ ଟାରେ ମହାପ୍ରଭୁଙ୍କ ପହୁଡ଼ ନୀତି ଅନୁଷ୍ଠିତ ହେବ । ତେବେ ଭକ୍ତମାନେ ଦୈନନ୍ଦିନ ଦର୍ଶନ କରିବା ଭଳି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।
ଏନେଇ ଏଏସଆଇ ସୁପରିଟେଣ୍ଡେଣ୍ଟ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାଟମଣ୍ଡପର ସଂରକ୍ଷଣ ନେଇ ଯେଉଁ କାମ ଥିଲା, ତାହା ସରିଛି । ଛାତର କିଛି ପଥର ଢାଞ୍ଚା ଠିକ୍ ନ ଥିଲା, ତାକୁ ଠିକ୍ କରାଯାଇଛି । ପାଣି ଗଳୁଥିବା ସ୍ଥାନର ମରାମତି ସରିଛି । ଏବେ ମୁଖ୍ୟ ବିମ୍ ଫାଟର ମରାମତି କରାଯିବ । ଏଥିରେ ସପୋର୍ଟ ସିଷ୍ଟମ ଦିଆଯିବ । ଫେବୃଆରୀ ୨୩ରୁ ଦୈନିକ ୬ ଘଣ୍ଟା କାମ କରି ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ- ବଦଳିବ ଆନନ୍ଦ ବଜାର ରୂପରେଖ, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି