ଓଡିଶା

odisha

ETV Bharat / state

ପିଙ୍ଗି ଦେଉଛନ୍ତି କି ପ୍ଲାଷ୍ଟିକ ବୋତଲ ? ପ୍ରସ୍ତୁତ ହୋଇପାରିବ ଜ୍ୟାକେଟ, ଜାଣନ୍ତୁ କେମିତି - Jacket From Use Water Bottle - JACKET FROM USE WATER BOTTLE

Jacket Made From Recycled Plastic Bottles: ପୁରୀ ଜିଲ୍ଲାପାଳଙ୍କ ତରଫରୁ ଭିନ୍ନ ପଦକ୍ଷେପ । ରଥଯାତ୍ରାରେ ଭକ୍ତଙ୍କ ଦ୍ବାରା ବ୍ୟବହୃତ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବୋତଲର ପୁନଃ ବ୍ୟବହାର କରି ଜ୍ୟାକେଟ ପ୍ରସ୍ତୁତ କରାଯାଇଛି । ଅଧିକ ପଢ଼ନ୍ତୁ

JACKET FROM USE WATER BOTTLE
JACKET FROM USE WATER BOTTLE (ETV Bharat Odisha)

By ETV Bharat Odisha Team

Published : Jul 20, 2024, 5:55 PM IST

ପୁରୀ: ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବୋତଲରୁ ଜ୍ୟାକେଟ୍‌ । ସାଧାରଣତଃ ମାର୍କେଟରୁ ପାଣି ବୋତଲ କିଣି ପିଇ ସାରିବା ପରେ ଏହାକୁ ଅଦରକାରୀ ଭାବି ଏଣେ ତେଣେ ଫୋପାଡ଼ି ଦିଆଯାଇଥାଏ । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଅଦରକାରୀ ବୋତଲରୁ ସୁନ୍ଦର ସୁୁନ୍ଦର ଜ୍ୟାକେଟ ତିଆରି ହୋଇ ପାରୁଛି । ପୁରୀ ରଥଯାତ୍ରା ସମୟରେ ଭକ୍ତମାନେ ବ୍ୟବହାର କରି ଫୋପାଡ଼ି ଦେଇଥିବା ପାଣି ବୋତଲକୁ ସଂଗ୍ରହ କରାଯାଇ ତିଆରି କରାଯାଇଛି ପିନ୍ଧିବା ଉପଯୋଗୀ ଜ୍ୟାକେଟ ।

JACKET FROM USE WATER BOTTLE (ETV Bharat Odisha)


ତେବେ ରଥଯାତ୍ରା ସମୟରେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ସେମାନଙ୍କ ପାନୀୟ ଜଳର ବ୍ୟବସ୍ଥା ପାଇଁ ପାଣି ସହ ସିଙ୍ଗଲ ୟୁଜ୍‌ ପାଣି ବୋତଲ ମଧ୍ୟ ଯୋଗାଇ ଦିଆଯାଇଥିଲା । ବୋତଲ ଗୁଡ଼ିକ ବ୍ୟବହାର କରିବା ପରେ ଏହାକୁ ଏଣେତେଣେ ଫିଙ୍ଗି ଦିଆଯାଇଥିଲା । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶରେ ଭକ୍ତମାନେ ବ୍ୟବହାର କରି ଫିଙ୍ଗି ଦେଇଥିବା ଏହି ବୋତଲକୁ ପୁରୀ ସହରର ୮ଟି ସ୍ଥାନରେ ପ୍ଲାଷ୍ଟିକ ବୋତଲ ସଂଗ୍ରହ କେନ୍ଦ୍ର ସ୍ଥାପନ କରାଯାଇ ସଂଗ୍ରହ କରିବା ପାଇଁ ସଫେଇ ସାଥୀମାନଙ୍କୁ ନିଯୁକ୍ତ କରାଯାଇଥିଲା ।

ସଫେଇ ସାଥୀମାନଙ୍କ ଦ୍ବାରା ସଂଗୃହିତ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ଗୁଡ଼ିକ ପୁନଃ ବ୍ୟବହାର ପାଇଁ ହିନ୍ଦୁସ୍ତାନ କୋକୋକୋଲା ଲିମିଟେଡ଼ ତରଫରୁ ରିସାଇକେଲିଂ କମ୍ପାନୀକୁ ପ୍ରେରଣ କରାଯାଇଥିଲା । ଆଉ ଏବେ ଏହା ସୁନ୍ଦର ଜ୍ୟାକେଟରେ ରୂପାନ୍ତରିତ ହୋଇଛି । ଏହା ସହ ଆଗାମୀ ଦିନରେ ଏହାର ବ୍ରାଣ୍ଡିଂ କରିବା ଏହାକୁ ମାର୍କେଟରେ ବିକ୍ରି କରିବା ପାଇଁ ମଧ୍ୟ ଯୋଜନା କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଏହାସହ ଏହାକୁ ପୁନଃ ବ୍ୟବହାର ଉପଯୋଗୀ ପାଣି ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ପୁରୀ ଜିଲ୍ଲା ପ୍ରଶାସନ, ପୁରୀ ପୌରପାଳିକା, ଏସ୍‌ପିସିବି, ଆନନ୍ଦନା ଓ ହିନ୍ଦୁସ୍ତାନ କୋକୋକୋଲା ଲିମିଟେଡ଼ର ମିଳିତ ସହାୟତାରେ ଓଡ଼ିଶା ଡେଭଲପମେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ(ଓଡିଏମପି), ୱାଇ ଫର ଡି ଫାଉଣ୍ଡେସନ, ଫାଉଣ୍ଡେସନ ଫର କ୍ଲାଇମେଟ୍‌ ପ୍ରୋଟେକ୍ସନର ମିଳିତ ଉଦ୍ୟମରେ ରଥଯାତ୍ରା ଠାରୁ ସୁନାବେଶ ପର୍ଯ୍ୟନ୍ତ ଦୀର୍ଘ ୧୨ ଦିନ ଧରି ପୁରୀ ସହରରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ୱାଇଁଙ୍କ ନିର୍ଦ୍ଦେଶରେ ଜୁଲାଇ ୫ ତାରିଖରେ ଏହି କାର୍ଯ୍ୟରେ ନିୟୋଜିତ ହେବାକୁ ଯାଉଥିବା ସଫେଇ ସାଥୀ, ସୁପର ଭାଇଜର ଓ ସ୍ଵେଚ୍ଛାସେବୀମାନଙ୍କୁ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ତାଲିମ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରିସର୍ଚ୍ଚରେ ଖୁଲାସା, 1 ଲିଟର ପାଣି ବୋତଲରେ 2.5 ଲକ୍ଷ ପ୍ଲାଷ୍ଟିକ କଣିକା

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ହିନ୍ଦୁସ୍ତାନ କୋକୋକୋଲା ଲିମିଟେଡ୍‌ର ଜାତୀୟ ମୁଖ୍ୟ ସଷ୍ଟେନିବିଲିଟି ତୁଷାର ପଟ୍ଟନାୟକ, ପବ୍ଲିକ ଆଫେୟାର୍ସର ରାଜ୍ୟ ମୁଖ୍ୟ ମୁକେଶ ଯୋଶୀ, ପି.ଏ.ସି.ଏସ. ନୀତେଶ କୁମାର ଓ ଓଡ଼ିଏମ୍‌ପିର ଆବାହକ ସୁଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ସଫେଇ ସାଥି, ସୁପର ଭାଇଜର ଓ ସ୍ଵେଚ୍ଛାସେବୀମାନଙ୍କୁ ସେବା ମନୋବୃତି ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସେବା ମନୋବୃତ୍ତି ନେଇ କାର୍ଯ୍ୟକରିବା ସହିତ ଆମ ପରିବେଶକୁ ସୁନ୍ଦର ଓ ପରିଷ୍କାର କରିବାରେ ନିଜକୁ ଜଣେ ଜଣେ ସୈନିକ ଭାବେ ପ୍ରତିପାଦନ କରିବାକୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ଆହ୍ବାନ ଜଣାଇଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details