ଓଡିଶା

odisha

ETV Bharat / state

ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ - New police commissioner - NEW POLICE COMMISSIONER

New police commissioner takes charge: ଆଇପିଏସ ସ୍ତରରେ ବଡ଼ ଅଦଳ ବଦଳ ହୋଇଛି । ଏହି ଘୋଷଣାର ମାତ୍ର 24 ଘଣ୍ଟା ନପୂରୁଣୁ ନୂଆ କମିଶନର ଭାବେ ଦାୟିତ୍ବ ନେଇଛନ୍ତି ସୁରେଶ ଦେବଦତ୍ତ ସିଂ । ଅଧିକ ପଢନ୍ତୁ

ଦାୟିତ୍ବ ନେଲେ ନୂତନ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ
ଦାୟିତ୍ବ ନେଲେ ନୂତନ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ (ETV Bharat Odisha)

By ETV Bharat Odisha Team

Published : Sep 30, 2024, 2:16 PM IST

Updated : Oct 1, 2024, 2:11 PM IST

ଭୁବନେଶ୍ବର:ଆଇପିଏସ ସ୍ତରରେ ବଡ଼ ଅଦଳ ବଦଳ ହୋଇଛି । ଗତକାଲି (ରବିବାର) ହୋଇଥିବା ଏହି ଅଦଳବଦଳର 24 ଘଣ୍ଟା ନପୂରୁଣୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଆଜି ଟ୍ବିନସିଟି କମିଶନରେଟ ପୋଲିସର ମୁଖ୍ୟାଳୟ ‘ପୋଲିସ ସେବା ଭବନ’ରେ ପହଞ୍ଚି ବିଦାୟୀ କମିଶନର ସଞ୍ଜୀବ ପଣ୍ଡାଙ୍କଠାରୁ ସେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିଛନ୍ତି । ପୋଲିସ ସେବା ଭବନରେ ଏନେଇ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । ଅନ୍ୟ ଅଧିକାରୀମାନେ ନୂଆ କମିଶନରଙ୍କୁ ସ୍ବାଗତ କରିଥିଲେ । ଅଭିବାଦନ ଗ୍ରହଣ କରିବା ପରେ ଟ୍ବିନସିଟି ପୋଲିସ କମିଶନର ଭାବେ ବିଦାୟୀ କମିଶନର ସଞ୍ଜୀବ ପଣ୍ଡାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ସୁରେଶ ଦେବଦତ୍ତ ସିଂ ।

  • ଦାୟିତ୍ବ ଗ୍ରହଣ ପରେ ନୂଆ କମିଶନରଙ୍କ ପ୍ରତିକ୍ରିୟା:

ସୁରେଶ ଦେବଦତ୍ତ ସିଂ କହିଛନ୍ତି, "ପୋଲିସ ଏକସଙ୍ଗେ କଠୋର ଓ ନରମ ଆଭିମୁଖ୍ୟ ଗ୍ରହଣ କରିବ। ଅପରାଧୀଙ୍କ ପ୍ରତି କଠୋର ଓ ଲୋକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବ। ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ରହିବ। ଥାନାକୁ ଆସୁଥିବା ଲୋକଙ୍କ ସହ ପୁଲିସର ଆଚରଣ ଓ ଉଚ୍ଚାରଣ କେମିତି ରହିବ ସେଥିପ୍ରତି ଧ୍ୟାନ ଦିଆଯିବ। ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ସହ ସମାପନ କରାଯିବ। ଭରତପୁର ଘଟଣା ପରେ କମିସନରେଟ ପୁଲିସ ବଦନାମ ମୁଣ୍ଡାଇଛି। ଏଥିପାଇଁ ଲୋକଙ୍କ ସହ ସୁସମ୍ପର୍କ ପାଇଁ ପୋଲିସ ଚେଷ୍ଟା କରିବ।" ସାଇବର ଅପରାଧ ରୋକିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି ନୂଆ କମିଶନର।

New police commissioner takes charge (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- IPS ସ୍ତରରେ ବଡ଼ ଅଦଳବଦଳ: ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ, ପ୍ରତୀକଙ୍କ ସ୍ଥାନ ନେଲେ ପିନାକ - Odisha IPS Reshuffle

  • ଦାୟିତ୍ବ ନେଲେ ସୁରେଶ ଦେବଦତ୍ତ:

୧୯୯୪ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସଞ୍ଜୀବ ପଣ୍ଡା । ପୂର୍ବତନ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ନିର୍ବାଚନ ପୂର୍ବରୁ ସଞ୍ଜୀବ ପଣ୍ଡା ହୋଇଥିଲେ ନୂଆ ପୋଲିସ କମିଶନର । ଆଉ ନୂଆ ସରକାର ଆସିବାର 3 ମାସ ପରେ ତାଙ୍କୁ ବଦଳି କରାଯାଇଛି । ଏବେ ତାଙ୍କୁ ବିଜୁ ପଟ୍ଟନାୟକ ପୋଲିସ ତାଲିମ କେନ୍ଦ୍ରକୁ ବଦଳି କରାଯାଇଛି । ସଞ୍ଜୀବଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂ ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଦାୟିତ୍ବ ନେଲେ ନୂତନ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ (ETV Bharat Odisha)

ଏହା ବି ପଢନ୍ତୁ...OAS ସ୍ତରରେ ଅଦଳବଦଳ: BMCର ଡେପୁଟି କମିଶନର ହେଲେ ରଶ୍ମିରେଖା ପ୍ରଧାନ - Reshuffle in OAS Cadre

ଏହା ବି ପଢନ୍ତୁ...ଭାରତରେ ଦଳ ବଦଳ ନିରୋଧ ଆଇନର ଦୁର୍ଭାଗ୍ୟପୂର୍ଣ୍ଣ ବାସ୍ତବତା - Anti defection Law

ଏହା ବି ପଢନ୍ତୁ...୨ IPSଙ୍କ ପାଇଁ ଅଡୁଆ ହେବ କି ସର୍ଭିସ ରୁଲ୍ ? ଆଶିଷ ସିଂ ଓ ଡିଏସ କୁଟେଙ୍କୁ ଆସିଲା ନିର୍ଦ୍ଦେଶ; ଜାଣନ୍ତୁ କଣ ରହିଛି ସଙ୍ଗୀନ ଅଭିଯୋଗ - IPS officers Ashish Singh DS Kutey

  • କମିଶନରେଟ୍ ପୋଲିସରେ ସୁରେଶଙ୍କ ପ୍ରଥମ ନିଯୁକ୍ତି:

ଆଜି ଟ୍ବିନସିଟି କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ । ଏହି ଅବସରରେ ପୋଲିସ ସେବା ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କମିଶନରେଟ୍ ପୋଲିସରେ ଏହା ତାଙ୍କର ପ୍ରଥମ ନିଯୁକ୍ତି । ସେହିପରି ପୁଣି କମିଶନରେଟ୍ ପୋଲିସକୁ ଫେରିଛନ୍ତି ଉମାଶଙ୍କର ଦାଶ । ଅତିରିକ୍ତ ପୋଲିସ କମିଶନର ହୋଇଛନ୍ତି 2008 ବ୍ୟାଚର ଆଇପିଏସ ଉମାଶଙ୍କର ଦାଶ । ସେହିପରି ଭୁବନେଶ୍ବର ଡିସିପି ମଧ୍ୟ ବଦଳିଛନ୍ତି । ପ୍ରତୀକ ସିଂଙ୍କ ସ୍ଥାନରେ ପିନାକ ମିଶ୍ର ନୂଆ ଡିସିପି ଭାବେ ନିଯୁକ୍ତ ହୋଇଛନ୍ତି ଏବଂ ପ୍ରତୀକ ସିଂଙ୍କୁ ଗ୍ରାମାଞ୍ଚଳ ଏସପି ଦାୟିତ୍ବ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 1, 2024, 2:11 PM IST

ABOUT THE AUTHOR

...view details