ଓଡିଶା

odisha

ETV Bharat / state

ଲୋଭ ହେଲା କାଳ, ୫୦ କୋଟି ନେଇ ଦମ୍ପତ୍ତି ଚମ୍ପଟ

Investors File Complaints Against Company For Cheating 50 Crore : ରାଜଧାନୀରେ ରିଚାର୍ଜ ସ୍କିମ୍ ରିଟର୍ଣ୍ଣ ଲୋଭ ଦେଖାଇ ଠକି ନେଲେ ୫୦ କୋଟି । ୱେ ଟୁ ଆଡ୍ ପ୍ରାଇଭେଟ ଲିମିଟେଡ (WAY TO ADD PVT LTD) ସଂସ୍ଥାରେ ନିବେଶ କରିଥିଲେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀ । ଅଧିକ ପଢନ୍ତୁ,

By ETV Bharat Odisha Team

Published : Feb 21, 2024, 5:09 PM IST

ଠକ ଦମ୍ପତି ଓ ସେମାନଙ୍କ ସହଯୋଗୀ
ଠକ ଦମ୍ପତି ଓ ସେମାନଙ୍କ ସହଯୋଗୀ

ଅଧିକ ଲୋଭ ହେଲା କାଳ, ରାଜଧାନୀରେ ୫୦ କୋଟି ଠକିନେଲେ ଠକ ଦମ୍ପତ୍ତି

ଭୁବନେଶ୍ବର: ଅଧିକ ଲାଭର ଲୋଭ ହେଲା କାଳ । ରାଜଧାନୀରେ ରିଚାର୍ଜ ସ୍କିମ୍ ରିଟର୍ଣ୍ଣ ଲୋଭ ଦେଖାଇ ଠକିନେଲେ ୫୦କୋଟି । ଏସଏଚଜି ଗ୍ରୁପ୍, ପାନ ଦୋକାନୀ, ଅଟୋ ଚାଳକ ଭଳି ଲୋକମାନେ ହୋଇଛନ୍ତି ଠକେଇର ଶିକାର । ଏଭଳି ଅଭିଯୋଗ ଆସିଛି ୱେ ଟୁ ଆଡ୍ ପ୍ରାଇଭେଟ ଲିମିଟେଡ (WAY TO ADD PVT LTD) ସଂସ୍ଥା ନାଁରେ । ସଂସ୍ଥାର ସିଏମଡି ଓ ତାଙ୍କ ପତ୍ନୀ ଓ ସେମାନଙ୍କ ସହଯୋଗୀ ଛୁ ମାରିଛନ୍ତି । ଯାହାକୁ ନେଇ ନିବେଶକାରୀମାନେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ ଏହି ଠକ ଗୋଷ୍ଠୀ ୨୦୧୭ରୁ ଭୁବନେଶ୍ବର ସ୍ଥିତ ପଳାଶୁଣି ପ୍ରାଚୀବିହାରରେ ଏକ WAY TO ADD Pvt Ltd ସଂସ୍ଥା ଖୋଲି ବିଭିନ୍ନ ସ୍କିମରେ‌ ଲୋକଙ୍କୁ ୧୦ ପ୍ରତିଶତ ଲାଭାଂଶ ଆଳରେ ନିବେଶର ଲୋଭ ଦେଖାଇଥିଲେ । ଲୋକଙ୍କ ଭରସା ଓ ବିଶ୍ବାସ ପାଇଁ କମ୍ପାନିର‌ ରେଜିଷ୍ଟ୍ରେସନ ପେପର, ଜିଏସଟି ପେପର୍ ଦେଖାଇବା ସହ ଏହାର ସ୍କିମରେ ମଧ୍ୟ ପ୍ରଥମେ ପ୍ରଥମେ ଭଲ ମୁନାଫା ଦେଇଥିଲେ । ଏପରିକି ରିଚାର୍ଜ ସ୍କିମ୍ ରେ ୧୦୦୦ଟଙ୍କା ରିଚାର୍ଜ କିଣିଲେ ୧୧୦୦ଟଙ୍କାର ପ୍ରଫିଟ ମଧ୍ୟ ମିଳୁଥିଲା । ତା ସହିତ ଆଲକାଲାଇନ ପାଣି ମେସିନ ସହ ଆୟୁର୍ବେଦିକ ସାବୁନ ଓ ବିଭିନ୍ନ ଜିନିଷର ଓ ଜମିବାଡ଼ି ଭଳି ସ୍କିମ ମଧ୍ୟ ରହିଥିଲା । ପ୍ରଥମେ ପ୍ରଥମେ ନିବେଶ କରିଥିବା ନିବେଶକାରୀ ଛୋଟ ପରିମାଣର ନିବେଶରେ ଭଲ ମୁନାଫା ପାଇ ଭରସା କରିଥିଲେ ଓ ପରେ ବଡ଼ ମୁନାଫା ପାଇଁ ବଡ଼ ପରିମାଣର ନିବେଶ କରିଥିଲେ । ଏନେଇ ଧୀରେ ଧୀରେ ଲୋକଙ୍କ ଭିତରେ ମାର୍କେଟିଂ ହେବା ସହ ଗାଁରେ ଓ ସହରରେ ଥିବା ବିଭିନ୍ନ SHG ମହିଳା ଗ୍ରୁପର ସଦସ୍ୟା ମଧ୍ୟ ନିଜର ଗ୍ରୁପରୁ ଟଙ୍କା ଆଣି ଏହି ସ୍କିମରେ ନିବେଶ କରିଥିଲେ । ଅଟୋ ଚାଳକ, କ୍ଷୀର ବେପାରୀଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀ ମଧ୍ୟ ଲାଭ ଆଶାରେ ଏଥିରେ ନିବେଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଦାଦାବଟି ନଦେବାରୁ ଦୁଇ ଭାଇ ଉପରେ ଢାଳିଦେଲେ ଗରମ ତେଲ

କମ୍ପାନୀ ପ୍ରଥମ ଏକ ବର୍ଷ ପର୍ଯନ୍ତ ଲାଭାଂଶ ଦେଇ ଚାଲିଥିବା ବେଳେ ମଝିରେ ହଠାତ୍ କମ୍ପାନୀ ବନ୍ଦ କରିଦେଲେ । ପରେ ନିବେଶକାରୀଙ୍କୁ ଡକାଇ ଏକ ମିଟିଂରେ ବଡ ନିବେଶ କଲେ ବଡ ଆକାରର ଲାଭ ମିଳିବ ବୋଲି କହିଥିଲେ । ଯାହାକୁ ବିଶ୍ବାସ କରି ଲୋକ ନିବେଶ କରିଥିଲେ ଏବଂ ପ୍ରାୟ ୫୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ନେଇ ପରେ ଅଫିସରେ ତାଲା ପକାଇ ଛୁ ମାରିଥିଲେ ଠକ । ଫୋନ ମଧ୍ୟ ବନ୍ଦ ଆସିବାରୁ ନିବେଶକାରୀ ହତାଶ ହୋଇ EOW ରେ ଅଭିଯୋଗ କରିଛନ୍ତି । ଏ ନେଇ ଆର୍ଥିକ କାରବାରର ଖୋଳତାଡ଼ ହେଲେ ଟଙ୍କା କେଉଁ ଆଡେ ବିନିଯୋଗ ହୋଇଛି । ଏହା ପଛର ଠକେଇର ମାଷ୍ଟରମାଇଣ୍ଡ କିଏ ସେନେଇ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ଅଭିଯୋଗକାରୀ କହିଛନ୍ତି । ଖଟିଖିଆ ମଣିଷର ଜମାପୁଞ୍ଜିକୁ ହଡପ ଅଭିଯୋଗର ତଦନ୍ତ କରାଯାଇ ଏ ଦିଗରେ କଠୋର କାର୍ଯାନୁଷ୍ଠାନ ସହ ଠକଙ୍କର ପର୍ଦାଫାସ ହେବା ଆବଶ୍ୟକ ବୋଲି ଅଭିଯୋଗକାରୀ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details