ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ଵରରେ ଖୋଲିବ ଭାରତର ସର୍ବବୃହତ ଆମୋଦପ୍ରମୋଦ (ଆମ୍ୟୁଜମେଣ୍ଟ) ପାର୍କ ୱଣ୍ଡେର୍ଲାର ନୂଆ ବ୍ରାଞ୍ଚ୍ । କୋଚି, ବେଙ୍ଗାଲୁର ଓ ହାଇଦ୍ରାବାଦ ପରେ ଭୁବନେଶ୍ଵରରେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ବ୍ରାଞ୍ଚ ଖୋଲାଯାଇଛି । ଓଡ଼ିଶା ସରକାରଙ୍କ ସହାୟତାରେ ରାଜଧାନୀରେ ୫୦ ଏକର ଜମିରେ ପ୍ରାୟ ୧୯୦ କୋଟି ଟଙ୍କା ବ୍ୟୟରେ ଭିର୍ତ୍ତିଭୂମି ନିର୍ମାଣ ହୋଇଥିବା ବେଳେ ଦିନକୁ ଏଠାରେ ୩ ହଜାର ୫୦୦ ଲୋକଙ୍କ ମନୋରଞ୍ଜନର ବ୍ୟବସ୍ଥା କରାଯାଇଛି ।
ମେ' ୨୪ ତାରିଖରୁ ଭୁବନେଶ୍ବବରେ ଆନୁଷ୍ଠାନିକ ଭାବେ ଖୋଲିବାକୁ ଯାଉଛି ପାର୍କ ୱଣ୍ଡେର୍ଲା । ଏନେଇ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ୱଣ୍ଡେର୍ଲା ପକ୍ଷରୁ ସୂଚନା ଦିଆଯାଇଛି । ଗ୍ରାହକମାନଙ୍କୁ ୱଣ୍ଡେର୍ଲାର ଏହି ନୂଆ ଠିକଣା ରୋମାଞ୍ଚକର ଅନୁଭୁତି ପ୍ରଦାନ କରିବା ସହ ସ୍ଥାନୀୟ ଅଞ୍ଚଳର ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଆଣିବାରେ ସହାୟକ ହେବ । ସ୍ଥାନୀୟ ଅଞ୍ଚଳର ଅନେକ ବାସିନ୍ଦାଙ୍କୁ ମଧ୍ୟ ଏଠାରେ ନିଯୁକ୍ତି ପ୍ରଦାନ ଲକ୍ଷ୍ୟ ଥିବା କୁହାଯାଉଛି । ଅନଲାଇନ ପ୍ରି-ବୁକିଙ୍ଗ ଦ୍ୱାରା ୭୪୯ ଟଙ୍କାରେ ଟିକଟ ଉପଲବ୍ଧ ହେବ । ନିୟମିତ ଟିକଟର ମୂଲ୍ୟ ୯୯୯ ଟଙ୍କା ରହିଥିବା ବେଳେ ପିକ ୱିକେଣ୍ଡ ଗୁଡିକରେ ଟିକଟର ମୂଲ୍ୟ ୧୧୦୦ ଟଙ୍କା ରହିବ । ଷ୍ଟୁଡେଣ୍ଡ ଆଇଡି ଅଫର ସହ ବାର୍ଥ ଡେ ଅଫର, ମୋ ବସ ଓ ଟ୍ରେନ ଟିକେଟ ରିହାତି ଆଦି ଅଫର ମଧ୍ୟ ପ୍ରଚଳନ ହେବ । ରେଞ୍ଜର ରାଇଡ଼ ଏହି ପାର୍କର ମୁଖ୍ୟ ଆକର୍ଷଣ ରହିଛି ।