ବ୍ରହ୍ମପୁର:ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଣିକି ଓଡିଶାରେ ଚାଷୀମାନେ ସେମାନଙ୍କ ଧାନ ଚାଷ କ୍ଷେତ୍ରରେ ଯେପରି ଉନ୍ନତି ଆଣିପାରିବେ ତାହା ଉପରେ ଗୁରୁତ୍ୱ ଦେବା ସହିତ ପରୀକ୍ଷାମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଓଡିଶାର 3ଟି ଜିଲ୍ଲାକୁ ନେଇ କୃଷି ବୈଜ୍ଞାନିକମାନେ ଅଧିକ ଅନୁଧ୍ୟାନ ଆରମ୍ଭ କରିଛନ୍ତି । ରାଜ୍ୟର ଗଞ୍ଜାମ, ମୟୂରଭଞ୍ଜ ଏବଂ ବଲାଙ୍ଗୀର ଭଳି ଜିଲ୍ଲାର ସ୍ଥିତିକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ଏହି କାର୍ଯ୍ୟ । ବ୍ରହ୍ମପୁର ସହରରେ ଆୟୋଜିତ ହୋଇଥିବା ଏକ ଭିତ୍ତିଭୂମିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଇଣ୍ଟରନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟର ପ୍ରମୁଖ ବୈଜ୍ଞାନିକମାନେ ରାଜ୍ୟର 3ଟି ଜିଲ୍ଲାରେ ଅଧିକ ଉତ୍ପାଦନକ୍ଷମ ଧାନ ବିହନ ଚାଷର ପରୀକ୍ଷାମୂଳକ ପ୍ରୟୋଗ ଉପରେ ଆଲୋଚନା କରିଛନ୍ତି ।
ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଓଡିଶାରେ ହେବ ଧାନ ଚାଷ:
ଗତ କୋଭିଡ ପରେ ଲଗାତତାର ଭାବରେ ଜଗତୀକରଣର ପ୍ରଭାବ ହେଉ ବା ଜଳବାୟୁ ପରିବର୍ତ୍ତନ ଉଭୟ କ୍ଷେତ୍ରରେ ମୁଖ୍ୟତଃ ଓଡ଼ିଶା ରାଜ୍ୟର ଚାଷ କାର୍ଯ୍ୟ ସର୍ବାଧିକ ପ୍ରଭାବିତ ଏବଂ କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି । ଏ ନେଇ କୃଷିଜାତ ଉତ୍ପାଦନ ଦ୍ରବ୍ୟ ଧିରେ ଧିରେ କମିବାରେ ଲାଗିଛି । ଏପରି ସ୍ଥିତିରେ ଚାଷୀଙ୍କ ଜୀବନ ଜୀବିକାର ନିରାପତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବା ଯୋଗୁଁ ଉତ୍ପାଦାନ ହାର ସ୍ଥିର ରଖିବା ପାଇଁ ଦେଶରେ ରହିଥିବା ଇଣ୍ଟର ନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ (ଆଇଆର୍ ଆର୍ ଆଇ) ଏକ ନୂତନ ପରୀକ୍ଷିତ ପଦ୍ଧତିରେ ଚାଷ କରିବାକୁ ଚାଷୀଙ୍କୁ ପ୍ରତ୍ସାହିତ କରାଯାଉଛି । ରାଜ୍ୟର ବଲାଙ୍ଗୀର ଜିଲ୍ଲାରେ କିଭଳି କମ୍ ପାଣିରେ ଧାନ ଚାଷ ହୋଇପାରିବ ତାକୁ ନେଇ ଏହି କୃଷି ବୈଜ୍ଞାନିକମାନେ ନିଜର ନିଜସ୍ୱ ଉଦ୍ୟମ କରୁଛନ୍ତି । ଏହାସହ ଗଞ୍ଜାମ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଏହି କ୍ଷେତ୍ରରେ ପ୍ରତ୍ୟେକ ସମୟରେ ଦେଖିବାକୁ ମିଳୁଥିବା ସମାନ ସ୍ଥିତିରେ କିପରି ଧାନ ଚାଷ ଯେପରି କମ୍ ଅବଧି (ଦିନରେ )ଏବଂ ପାଣି କମ୍ କିମ୍ୱା ଅଧିକା ପାଣି ଜମିରେ ରହିଲେ ମଧ୍ୟ ଚାଷ କାର୍ଯ୍ୟରେ ଯେପରି ତାହାର କୌଣସି ପ୍ରଭାବ ପଡିବ ନାହିଁ, ତାହାକୁ ଦୃଷ୍ଟିରେ ରଖି ଏହି ଚାଷ କରାଯାଇପାରିବ ବୋଲି କୃଷି ବୈଜ୍ଞାନିକମାନେ କହିଛନ୍ତି ।