ଓଡିଶା

odisha

ETV Bharat / state

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ସକ୍ରିୟ ମାଓବାଦୀ, ନିର୍ବାଚନ ପୂର୍ବରୁ ଉଭୟ ରାଜ୍ୟ ପୋଲିସର ବୈଠକ - Odisha And Andhra Police Meeting

Odisha-Andhra Police Meeting: ନିର୍ବାଚନରେ ମାଓ ହିଂସା ରୋକିବାକୁ ପ୍ରସ୍ତୁତି ଜୋରଦାର କରିଛି ପୋଲିସ । ଏଥିପାଇଁ ଆନ୍ଧ୍ର ପୋଲିସ ଓ ଓଡ଼ିଶା ପୋଲିସ ମଧ୍ୟରେ ଭର୍ଚୁଆଲ ଜରିଆରେ ବସିଥିବା ବୈଠକରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

Police Meeting
Police Meeting

By ETV Bharat Odisha Team

Published : Apr 1, 2024, 10:44 PM IST

Police Meeting

ଭୁବନେଶ୍ବର: ନିର୍ବାଚନ ବେଳେ ହିଂସା ଘଟାଇପାରନ୍ତି ମାଓବାଦୀ। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ସକ୍ରିୟ ହୋଇଛନ୍ତି ମାଓବାଦୀ। ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ର ଓ ଓଡ଼ିଶା ପୋଲିସର ବୈଠକ ହୋଇଛି। ମାଓଗତିବିଧି ,ବର୍ଡର ଚେକ୍ ପୋଷ୍ଟ ,ମାଦକ ଦ୍ରବ୍ୟ ଚାଲାଣ ଓ ଟଙ୍କା କାରବାର ଓ ଅସ୍ତ୍ରଶସ୍ତ୍ର କାରବାର ଆଦି ଉପରେ ରୋକ ଲଗାଇବାକୁ ଆଲୋଚନା ହୋଇଛି। ସୂଚନା ଅନୁସାରେ‌, ସୀମାନ୍ତରେ ସକ୍ରିୟ ହୋଇଛି ଆନ୍ଧ୍ର ଓଡ଼ିଶା ଷ୍ଟେଟ୍ ବର୍ଡର ଜୋନାଲ କମିଟି । ମାଓବାଦୀମାନେ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଛୋଟ ଛୋଟ ଟିମ୍ ଗଠନ କରି ବୁଲୁଛନ୍ତି । ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଟ୍ରାଇଜଙ୍କସନ, ସିଲୁରି ଏବଂ କୋଣ୍ଟା ଅଞ୍ଚଳରେ ସକ୍ରିୟ ହୋଇଥିବା ସୂଚନା ପାଇଛି ଓଡ଼ିଶା ପୋଲିସ। ଏପରିକି ଦୁର୍ଗମ ଅଞ୍ଚଳରେ ନୂଆ କ୍ୟାମ୍ପ ପ୍ରତିଷ୍ଠା ପାଇଁ ଯୋଜନା ଚାଲିଥିବାର ସୁରାକ ପାଇଛି ପୋଲିସ ।

ସୂଚନା ଅନୁସାରେ, ସେଣ୍ଟ୍ରାଲ କମିଟିର ସଦସ୍ୟ ମାନେ ଛୋଟ ଛୋଟ ଟିମ୍ ଗଠନ କରି କିଛି ଅପରିଚିତ ବେଶରେ ବୁଲି ବଡ଼ ଧରଣର ଯୋଜନା ଚଳାଇଛନ୍ତି। ଗତ ବର୍ଷ ସେପ୍ଟେମ୍ବର ମାସରେ ସେଣ୍ଟ୍ରାଲ କମିଟି ସଦସ୍ୟ ସଞ୍ଜୟ ଦୀପକ ରାଓ ସମ୍ପର୍କରେ ଓଡ଼ିଶା ପୋଲିସକୁ ସୂଚନା ଦେଇଥିଲା ଆନ୍ଧ୍ର ପୋଲିସ । ଦୀପକ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ବୈଠକ ପରେ ଓଡ଼ିଶା ପୋଲିସ ଡିଜି କହିଛନ୍ତି, "ସୀମାନ୍ତରେ ମାଓବାଦୀଙ୍କ ଗତିବିଧି ରହିଛି। ଛତିଶଗଡ଼ ବସ୍ତର ଅଞ୍ଚଳରେ ଥିବା ମାଓବାଦୀ ଓଡ଼ିଶା ଦେଇ ଆନ୍ଧ୍ର ସୀମାକୁ ଆସିପାରନ୍ତି । ଏନେଇ ନିର୍ବାଚନ ସମୟରେ ହିଂସା ଘଟାଇପାରନ୍ତି । ତେଣୁ ସମସ୍ତ ଦିଗକୁ ନେଇ ଉଭୟ ରାଜ୍ୟ ପୋଲିସ ମଧ୍ୟରେ ଏନେଇ ଆଲୋଚନା ହୋଇଛି‌। ୨୨ଟି ଚେକ୍ ପୋଷ୍ଟ ସହ ବିଭିନ୍ନ ମାଦକ ଦ୍ରବ୍ୟ ଚାଲାଣ ,ଟଙ୍କା କାରବାର , ଅସ୍ତ୍ରଶସ୍ତ୍ର ଚାଲାଣ ଆଦି ଉପରେ ନଜର ରଖିବାକୁ ଷ୍ଟାଟିକ ସର୍ଭିଲାନସ ଟିମ୍ ,ବର୍ଡର ଚେକ୍ କରାଯିବ ବୋଲି ଆଲୋଚନା ହୋଇଛି ।"


ଏଥିସହ ମାଦକ ଦ୍ରବ୍ୟ ଚୋରା ଚାଲାଣ , ବେଆଇନ ମଦ କାରବାର , ଗଞ୍ଜେଇ ଚାଲାଣ ଓ ଡ୍ରଗ୍ସ କାରବାର ଆଦି ଉପରେ ଆଲୋଚନା କରାଯାଇଛି। ରାଜ୍ୟର ଓ୍ବାଣ୍ଟେଡ କ୍ରିମିନାଲ , ଫେରାର ଅପରାଧୀ, ପରିସ୍ଥିତି ବିଗାଡିଲା ଭଳି ଲୋକଙ୍କ ଉପରେ ଧ୍ୟାନ ଦେବାକୁ ଗୁରୁତ୍ବ ଦିଆଯାଇଛି । ସୂଚନା ପ୍ରଦାନ ପାଇଁ ଉଭୟ ରାଜ୍ୟର କଣ୍ଟ୍ରୋଲ ରୁମ୍ ମଧ୍ୟରେ ସମନ୍ବୟ ରକ୍ଷା କରାଯିବ । ଏନେଇ ଉଭୟ ରାଜ୍ୟର ଡିଜି ଓ ଗୁଇନ୍ଦା ଅଧିକାରୀ ଓ ସିନିୟର ଅଫିସର ଆଲୋଚନା କରିଛନ୍ତିି। ଡିଜି କ୍ୟାମ୍ପ ଅଫିସରେ ଭିସି ଜରିଆରେ ବସିଥିଲା ଏହି ଗୁରୁତ୍ବପୂର୍ଣ୍ଣ ବୈଠକ । ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ପୋଲିସ, DGP ଅରୁଣ ଷଡଙ୍ଗୀ, ADG ଆଇନ ଶୃଙ୍ଖଳା ତଥା ନିର୍ବାଚନ ପାଇଁ ରାଜ୍ୟ ପୋଲିସର ନୋଡାଲ ଅଫିସର ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ, ADG ଅପରେସନ ଏସ ଦେବଦତ୍ତ ସିଂ, ଆଇଜି ଇଣ୍ଟେଲି ଜେନ୍ସ ଅନୁପ ସାହୁ, DIG SIW ଉମା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢନ୍ତୁ...ରାୟଗଡ଼ା ମାଓପ୍ରବଣ ଅଞ୍ଚଳରେ ପୋଲିସର ଫ୍ଲାଗମାର୍ଚ୍ଚ - Police Flag March In Rayagada

ଆନ୍ଧ୍ର-ଓଡିଶା ସୀମାରେ ୮୩୮ କିମି ପର୍ଯ୍ୟନ୍ତ ସୀମା ଭିତରେ ଆନ୍ଧ୍ରର ୩ଟି ଜିଲ୍ଲା ସହ ଓଡ଼ିଶାର ୫ଟି ଜିଲ୍ଲା ଯୋଡ଼ି ହୋଇଛି। ଓଡିଶାର ୫ଟି ବିଧାନସଭା କ୍ଷେତ୍ର ଆନ୍ଧ୍ରର ସୀମାରେ ରହିଛି । ଯେଉଁଥିରେ ରହିଛି ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନାଗିରି ଜିଲ୍ଲା ସାମିଲ ରହିଛି। ଉଭୟ ରାଜ୍ୟ ଦେଇ ୪ଟି ଜାତୀୟ ରାଜପଥ ଓ ୯ଟି ରାଜ୍ୟ ରାଜପଥ ଯୋଗାଯୋଗ ରହିଛି । ଉଭୟ ରାଜ୍ୟ ମଧ୍ୟରେ ସୀମାନ୍ତ ଗତିବିଧି ଏକ ପ୍ରମୁଖ ବିଷୟ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details