ବୌଦ୍ଧ:ଖବର ପ୍ରସାରଣ ପରେ ପଡ଼ିଲା ପ୍ରଭାବ । ଶେଷରେ ସ୍ବଭାବ କବିଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇ ସମ୍ମାନ ଜଣାଇଲା ଜିଲ୍ଲା ପ୍ରଶାସନ । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ତିଥିରେ ସମ୍ମାନ ଜଣାଇବାକୁ ସତେ ଯେମିତି ଭୁଲି ଯାଇଥିଲା ପ୍ରଶାସନ । ତାଙ୍କୁ ଜିଲ୍ଲା ପ୍ରଶାସନ କିମ୍ବା ଅନ୍ୟ କୌଣସି ସଂଗଠନ ସ୍ମରଣ କରିନଥିବା ନେଇ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଏହାର ଜିଲ୍ଲା ପ୍ରଶାସନ ଗୋଟିଏ ଦିନ ପରେ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛି । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ତିଥିରେ ବି ତାଙ୍କୁ ଅଣେଦଖା କରିଥିଲା ଜିଲ୍ଲା ପ୍ରଶାସନ । ପୂର୍ବ ପରି ସେମିତି ଶୁଖିଲା ଫୁଲମାଳ ଦେଖିବାକୁ ମିଳିଥିବାବେଳେ ଏହାକୁ ନେଇ ଖବର ପ୍ରସାରଣ କରାଗଲା ପରେ ତତ୍ପରତା ଦେଖାଦେଇଛି ।
ତେବେ ସ୍ବଭାବ କବିଙ୍କ ପୁଣ୍ୟ ତିଥିରେ ତାଙ୍କୁ ଜିଲ୍ଲା ପ୍ରଶାସନ କିମ୍ବା କୌଣସି ସଂଗଠନ ସ୍ମରଣ କରିନଥିବା ସମସ୍ତଙ୍କୁ ଦୁଃଖିତ କରିଥିଲା । ଓଡ଼ିଶାର ମହାପୁରୁଷ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଗତ ଗୁୁରୁବାର ଥିଲା ଶତ ବାର୍ଷିକୀ । ବିଭିନ୍ନ ସ୍ଥାନରେ ସ୍ମରଣ ସହିତ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । କିନ୍ତୁ ପଶ୍ଚିମ ଓଡ଼ିଶାର ପ୍ରବେଶ ପଥ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାରେ ଏହି ମହାପୁରୁଷଙ୍କୁ ନା ଜିଲ୍ଲା ପ୍ରଶାସନ ନା କୌଣସି ସଂଗଠନ ସ୍ମରଣ କରିଥିଲା । ଯାହାକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଗତ ଏପ୍ରିଲ ପହିଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପ୍ରଦାନ କରାଯାଇଥିବା ଫୁଲମାଳ ଶୁଖି ରହିଥିବାବେଳେ ଏନେଇ କାହାର ଦୃଷ୍ଟି ପଡ଼ିନଥିବା ଦୁର୍ଭାଗ୍ୟଜନକ ।