ଓଡିଶା

odisha

ETV Bharat / state

ରାଜ୍ୟରେ ଆହୁରି ୪ଦିନ ଯାଏଁ ଲାଗିରହିବ ବର୍ଷା - Bhubaneswar

Rainfall For Next 4 Days In State: ୪ ଦିନ ଯାଏଁ ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଗୁରୁଚାପ ବଳୟ ଓ ପଶ୍ଚିମା ଝଡର ପ୍ରଭାବରେ ବର୍ଷା ଲାଗିରହିବ । ଅଧିକ ପଢନ୍ତୁ

ରାଜ୍ୟରେ ଆହୁରି ୪ ଦିନ ଯାଏଁ ଲାଗିରହିବ ବର୍ଷା
ରାଜ୍ୟରେ ଆହୁରି ୪ ଦିନ ଯାଏଁ ଲାଗିରହିବ ବର୍ଷା

By ETV Bharat Odisha Team

Published : Mar 5, 2024, 8:51 PM IST

ରାଜ୍ୟରେ ଆହୁରି ୪ ଦିନ ଯାଏଁ ଲାଗିରହିବ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଜାରି ରହିବ ଅଦିନିଆ ବର୍ଷା । ଆହୁରି ୪ ଦିନ ଯାଏଁ ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଗୁରୁଚାପ ବଳୟ ଓ ପଶ୍ଚିମା ଝଡର ପ୍ରଭାବର ଲଗାତାର ତିନିଦିନ ହେବ ବର୍ଷା ଲାଗିରହିଛି । ତେବେ ପାଣିପାଗର ଏହି ଦୁଇ ୨ ନିୟାମକକୁ ଦୃଷ୍ଟିରେ ରଖି ଆଜିଠାରୁ ଆଗାମୀ ୪ ଦିନ ଯାଏ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ବର୍ଷା ସମୟରେ କୌଣସି ପ୍ରକାରର ବଡ ଧରଣର ଘଡଘଡ଼ି କିମ୍ବା ବିଜୁଳି ହେବାର ସମ୍ଭାବନା ନାହିଁ । ଆଜି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟାରେ କନ୍ଧମାଳ, ରାୟଗଡା, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।

ସେହିପରି କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ଯାଏଁ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ସେହିପରି ଆଜି ଭୁବନେଶ୍ବରରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୩୫ ରୁ ୩୬ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ଚ୍ଚନର ସମ୍ଭାବନା ନାହିଁ । ଆସନ୍ତା ୧୧ କିମ୍ବା ୧୨ ତାରିଖ ପରଠାରୁ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଏହା ମଧ୍ୟ ପଢନ୍ତୁ ...୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୨ଦିନ ଶୁଖିଲା ପାଗ ପରେ ପୁଣି ବର୍ଷିବ !

ଆସନ୍ତା 24 ଘଣ୍ଟା ମଧ୍ୟରେ ଟ୍ୱଇନ ସିଟି ଭୁବନେଶ୍ବର ଓ କଟକ ସମେତ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଉପକୂଳ ଓଡ଼ିଶାରେ ଖରା ଓ ବର୍ଷା ଲୁଚକାଳି ଖେଳୁଥିବା ବେଳେ ବାୟୁମଣ୍ଡଳରେ ଆଦ୍ରତାକୁ ନେଇ ରାଜ୍ୟରେ ଗୁଳୁଗୁଳି ଅନୁଭୂତ ହେଉଛି । ରାଜ୍ୟରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରାରେ ବୃଦ୍ଧି ସହିତ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ । ସେହିପରି ରାଜ୍ୟରେ କିଛି ଅଞ୍ଚଳରେ ଲଗାତାର ବର୍ଷା ହେଉଥିବା ବେଳେ ଗତକାଲି ବାଲେଶ୍ବର ଜିଲ୍ଲାର ବାହାନଗାରେ ସର୍ବାଧିକ ୨୦.୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଆଜି ରାଜ୍ୟରେ ସର୍ବାଧିକ ତାପମାତ୍ରା ନୟାଗଡରେ ୩୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details