ଓଡିଶା

odisha

ETV Bharat / state

IMD Alert: ଆହୁରି 24 ଘଣ୍ଟା ବର୍ଷା, 8 ଜିଲ୍ଲାରେ ବର୍ଷିବ - WEATHER UPDATE

ରାଜ୍ୟରେ ମେଘୁଆ ପାଗ ସହ ଝିପି ଝିପି ବର୍ଷା । ଆହୁରି 24 ଘଣ୍ଟା ଏଭଳି ପାଗ ରହିବ । ପଶ୍ଚିମାଝଡ ପ୍ରଭାବରେ ଆଗକୁ ପୁଣି ବର୍ଷା ସମ୍ଭାବନା ।

WEATHER UPDATE
WEATHER UPDATE (ETV Bharat Odisha)

By ETV Bharat Odisha Team

Published : Dec 24, 2024, 6:17 PM IST

Updated : 9 hours ago

ଭୁବନେଶ୍ବର: ପଶ୍ଚିମାଝଡ଼ ପ୍ରଭାବରେ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ରାଜ୍ୟର ଉପକୂଳରୁ ଆରମ୍ଭ ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ବର୍ଷାରେ ଭିଜୁଛି । ଏହା ସହ ସାରା ରାଜ୍ୟରେ ପାଗ କୋହଲା ରହିଛି । ଆହୁରି ଗୋଟିଏ ଦିନ ଏଭଳି ପାଗ ରହିବ । ସେହିପରି ଆଜି ଓଡ଼ିଶାର 8 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

କୋହଲା ପାଗ ସହ ବର୍ଷା:

WEATHER UPDATE (ETV Bharat Odisha)

ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ । ଯାହା ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଯଦିଓ ଲଘୁଚାପର ସିଧାସଳଖ ପ୍ରଭାବ ରାଜ୍ୟରେ ରହିବ ନାହିଁ, କିନ୍ତୁ ରାଜ୍ୟକୁ ପବନର ଗତି ପରିବର୍ତ୍ତନ ଯୋଗୁଁ ବଙ୍ଗୋପସାଗରରୁ ଜଳୀୟବାଷ୍ପ ବାୟୁ ରାଜ୍ୟ ମଧ୍ୟରେ ପ୍ରବେଶ କରୁଛି । ଯାହାର ପ୍ରଭାବରେ ଆଜି ପାଗ ମେଘୁଆ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପରିଲକ୍ଷିତ ହେବ । ଆଜି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

8 ଜିଲ୍ଲାରେ ବର୍ଷିବ:

Weather Update (IMD)

ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର 8 ଜିଲ୍ଲାକୁ ୱାର୍ଣ୍ଣଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ହାଲୁକା ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ବି ପଢନ୍ତୁ...IMDର ଆଲର୍ଟ: ଆଜି ରାଜ୍ୟରେ ପ୍ରବଳ ବର୍ଷା, ଏହି ଜିଲ୍ଲାକୁ ସତର୍କ ସୂଚନା

ଏହା ବି ପଢନ୍ତୁ...୩ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ, ୫ ଦିନରେ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ - CROP DAMAGE REPORT

ଏହା ବି ପଢନ୍ତୁ...IMD Alert: ପୁଣି ୨୪ରୁ ବର୍ଷା, ୨ ଦିନ ଧରି ବର୍ଷିବ - ODISHA WEATHER UPDATE

ପଶ୍ଚିମାଝଡ ପ୍ରଭାବରେ ବର୍ଷା:

Weather Update (IMD)
ସେପଟେ ୪୮ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୪୮ ଘଣ୍ଟା ପରେ ରାତିର ତାପମାତ୍ରା ୩ ଡିଗ୍ରୀ ହ୍ରାସ ପାଇବ । ଏହାସହ ଆଜି କେନ୍ଦୁଝରରେ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ୨୭ ତାରିଖ ବେଳକୁ ସାରା ଦେଶକୁ ପ୍ରଭାବିତ କରିବ ପଶ୍ଚିମାଝଡ । ତେବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି । ପଶ୍ଚିମାଝଡ ଅପସରି ଯିବା ପରେ ଶୀତ ବଢିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ରାଜ୍ୟରେ କୋହଲା ପାଗ (ETV Bharat Odisha)


ଇଟିଭି ଭାରତ, ଭୁବନେଶ୍ବର

Last Updated : 9 hours ago

ABOUT THE AUTHOR

...view details