ଓଡିଶା

odisha

ETV Bharat / state

ହିଟୱେଭ ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ, ୪ ଦିନ ଯାଏଁ ନାହିଁ ଗୁଳୁଗୁଳିରୁ ମୁକ୍ତି - Heatwave In Odisha - HEATWAVE IN ODISHA

Yellow Warning For Heatwave: ରାଜ୍ୟରେ ଅସହ୍ୟ ତାତି ପିଛା ଛାଡୁୁନି । ୧୦ ଜିଲ୍ଲାରେ ଜାରି ରହିବ ଗ୍ରୀଷ୍ମ ପ୍ରଵାହ । ୧୮ ଓ ୧୯ ତାରିଖ ବେଳକୁ ବର୍ଷାର ପରିମାଣ ବଢିବ । ଅଧିକ ପଢନ୍ତୁ

Yellow Warning For Heatwave
Yellow Warning For Heatwave (ETV Bharat Odisha)

By ETV Bharat Odisha Team

Published : Jun 15, 2024, 8:51 PM IST

ଭୁବନେଶ୍ବର: ମୌସୁମୀ ଆସିଛି ସତ ହେଲେ ରାଜ୍ୟରୁ ବିଦାୟ ନେଉନି ଭୀଷଣ ତାତି । ରାଜ୍ୟରେ ଅସହ୍ୟ ତାତି ସହ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ଆହୁରି ୨୪ ଘଣ୍ଟା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଆହୁରି ୪ ଦିନ ଯାଏ ଉପକୂଳରେ ଅସହ୍ୟ ଗୁଳୁଗୁଳି ଲାଗିରହିବ । ସେହିଭଳି ୧୦ ଜିଲ୍ଲା ଯଥା ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, ଯାଜପୁର, ଝାରସୁଗୁଡା, କେନ୍ଦୁଝର, ବାଲେଶ୍ବର ଓ ମୟୂରଭଞ୍ଜରେ ଜାରି ରହିବ ଗ୍ରୀଷ୍ମ ପ୍ରଵାହ । ଯାହାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

Yellow Warning For Heatwave (ETV Bharat Odisha)

ଏହାସହ ଉଷ୍ମ ଓ ଆର୍ଦ୍ର ସ୍ଥିତି ମଧ୍ୟ ଲାଗିରହିବ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଦେଇଥିବା ବେଳେ କୋରାପୁଟ, ରାୟଗଡା ଓ ଗଜପତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ଆଗାମୀ ୫ ଦିନ ଯାଏ ଏଭଳି ବିଜୁଳି ଘଡଘଡି ସହ ବର୍ଷା ରହିବ ବୋଲି କହିଛି ପାଣିପାଗ ବିଭାଗ । ପରେ ୧୮ ଓ ୧୯ ତାରିଖ ବେଳକୁ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ...୪ଦିନ ଅସହ୍ୟ ଗୁଳୁଗୁଳି, ୧୭ରୁ ପ୍ରବଳ ବର୍ଷା ! - Favourable Conditions For Monsoon

ବିଶେଷ କରି ଦକ୍ଷିଣ ଓଡ଼ିଶାର ଵିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୧୮ ତାରିଖରେ କୋରାପୁଟ, ମାଲକାନଗିରି ଓ ରାୟଗଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଚଳିତ ବର୍ଷ ଜୁନ ୮ ରେ ରାଜ୍ୟରେ ମୌସୁମୀ ଛୁଇଁଥିବା ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଅନ୍ୟ ଜିଲ୍ଲାକୁ ଛୁଇଁବାର ସମ୍ଭାବନା ରହିଛି । ଓଡିଶା ଛୁଇଁବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ମାଲକାନଗିରିର କିଛି ଅଞ୍ଚଳରେ ଛୁଇଁଥିଲା । ବର୍ତ୍ତମାନ ଏହା କୋରାପୁଟ ଓ ମାଲକାନଗିରିରେ ସକ୍ରିୟ ରହିଛି । ମୌସୁମୀ ଅଗ୍ରସରକୁ ନେଇ ପାଗ ଅନୁକୂଳ ରହିଥିବା ବେଳେ ଆଉ ୪ ରୁ ୫ ଦିନ ଭିତରେ ରାଜ୍ୟର ଅନ୍ୟ ଅଞ୍ଚଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗତ ୨୪ ଘଣ୍ଟାରେ ୮ ଟି ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାରିପଦାରେ ସର୍ବାଧିକ ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଗତକାଲି ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ହୋଇଥିବା ବେଳେ କନ୍ଧମାଳର କେ ନୂଆଗାଁରେ ୨୬.୦୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details