ଓଡିଶା

odisha

ETV Bharat / state

୫ ଦିନ ଯାଏଁ ବିଜୁଳି ଘଡ଼ଘଡି଼ ସହ ବର୍ଷା ! କୁଆପଥର ମାଡ, ବହିବ ପବନ - WEATHER ALERT

ବର୍ଷା, ବଜ୍ରପାତ ସହ ପ୍ରବଳ ବେଗରେ ବହିପାରେ ପବନ । ସୁରକ୍ଷା ପାଇଁ ଘରୁ ନବାହାରିବାକୁ ପାଣିପାଗ ବିଭାଗର ପରାମର୍ଶ ।

Rain Alert
Rain Alert (ETV bharat)

By ETV Bharat Odisha Team

Published : Feb 20, 2025, 5:33 PM IST

ଭୁବନେଶ୍ବର: ଆଗାମୀ ୫ ଦିନ ଯାଏଁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା । ବର୍ଷା ସମୟରେ ଘରୁ ନବାହାରିବାକୁ ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ପ୍ରଚଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କତା ରହିବାକୁ ପରାମର୍ଶ ଦେଇଛି । ଆସନ୍ତାକାଲି(ଶୁକ୍ରବାର) ସକାଳ ସାଢେ ୮ ଟା ପର୍ଯ୍ୟନ୍ତ ସତର୍କତା ହୋଇଛି ।

Rain Alert (ETV Bharat Odisha)

୫ ଦିନ ଯାଏଁ ବଜ୍ରପାତ ସହ ବର୍ଷା:

ପାଣିପାଗ ବିଭାଗର ସୂଚନା ଅନୁସାରେ, ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୋଳ, ଢେଙ୍କାନାଳ ଏବଂ ଯାଜପୁର ଭଳି ଜିଲ୍ଲାରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ । ଝଡବର୍ଷା ସହ କୁଆପଥର ବୃଷ୍ଟି ନେଇ ଚେତାବନୀ ଦିଆଯାଇଛି । ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଜିଲ୍ଲା ଗୁଡିକ ହେଲା ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡା ଏବଂ ଦେବଗଡ଼। ଏହିସବୁ ଜିଲ୍ଲାରେ ଘଡଘଡି ବିଜୁଳି ସହ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବ । ବଜ୍ରପାତ ସମୟରେ ବାହାରେ ନ ବୁଲିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।

Rain Alert (IMD)

କାଲି ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ:

ବିଜୁଳି ଘଡଘଡି ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଆସନ୍ତାକାଲି ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଏହି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୋଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ ଓ ବରଗଡ଼ ଆଦି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

Rain Alert (IMD)
ଏହା ବି ପଢନ୍ତୁ...୫ ଦିନ ଯାଏଁ ଛେଚିବ, ୩ ଜିଲ୍ଲାରେ କୁଆପଥର ବର୍ଷା ସହ ୪୦-୫୦ କିମି ପବନ !
ଏହା ବି ପଢନ୍ତୁ...ତାତିରୁ ମିଳିବ ଆଶ୍ବସ୍ତି, 7 ଜିଲ୍ଲାରେ ବର୍ଷା ସମ୍ଭାବନା

କାଳ ବୈଶାଖୀ ପ୍ରଭାବ:

ତେବେ ଗାଙ୍ଗେଟିକ୍ ଓ୍ବେଷ୍ଟବେଙ୍ଗଲରୁ ତେଲେଙ୍ଗାନା ପର୍ଯ୍ୟନ୍ତ ରହିଛି ନିମ୍ନ ଚାପରେଖା । ପ୍ରଭାବରେ ରାଜ୍ୟରେ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହାସହ ଚଳିତ ବର୍ଷ ଅତିଶୀଘ୍ର କାଳ ବୈଶାଖୀ ପ୍ରଭାବ ଅନୁଭୂତ ହୋଇଛି । ତେଣୁ ସକାଳେ ରୁଦ୍ର ତାପର ପ୍ରକୋପ ସହ ଅପରାହ୍ନରୁ ବିଜୁଳି ଘଡ ଘଡି ବର୍ଷା ହେବାର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଅନେକ ଜିଲ୍ଲାରେ ବର୍ଷା ସମ୍ଭାବନା ସହ ଉତ୍ତର ଉପକୂଳ ଓଡ଼ିଶାରେ ବିଶେଷ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।

Rain Alert (IMD)


ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ସର୍ବାଧିକ ବର୍ଷା ୫୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବାବେଳେ ଗତକାଲି ବୌଦ୍ଧରେ ୩୭.୦ ଡିଗ୍ରୀ ଓ ସର୍ବନିମ୍ନ ୧୪.୩ ଡିଗ୍ରୀ ସିଲିଗୁଡ଼ାରେ ରେକର୍ଡ କରାଯାଇଛି ।

Rain Alert (IMD)


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details