ଓଡିଶା

odisha

କଫ ସିରଫ ନିଶା କବ୍ଜାରେ ଯୁବପିଢି ! ମାଲାମାଲ ହେଉଛନ୍ତି ଚୋରା ବେପାରୀ - Illegal Sale Of Cough Syrups

By ETV Bharat Odisha Team

Published : Aug 30, 2024, 7:54 PM IST

Illegal Cough Syrups Sale: କଫ ସିରଫ ମୋହରେ ବାୟା ହେଉଛନ୍ତି ଯୁବପିଢ଼ି । ସମ୍ବଲପୁରରେ ବଢ଼ୁଛି ବେଆଇନ କାରବାର । ମାଲାମାଲ ହେଉଛନ୍ତି ଚୋରା ବେପାରୀ । ଅଧିକ ପଢ଼ନ୍ତୁ

Illegal Cough Syrups Sale
Illegal Cough Syrups Sale (ETV Bharat Odisha)

ସମ୍ବଲପୁର:କଫ ସିରଫ କବ୍ଜାରେ ଯୁବପିଢି । ଅନ୍ୟ ନିଶା ଦ୍ରବ୍ୟ ଭଳି କଫ ସିରଫକୁ ମଧ୍ୟ ନିଶା ପାଇଁ ବ୍ୟବହାର କରାଯାଉଛି । ଏହା ଏମିତି ଏକ ନିଶା ଯାହା ବ୍ରାଉନ ସୁଗର ପରି କାମ କରିଥାଏ । ଯିଏ ଏହାକୁ ଥରେ ବ୍ୟବହାର କଲେ ଏହାକୁ ଛାଡ଼ିବା ବହୁତ କଷ୍ଟ । ସେଥିପାଇଁ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଅଛନ୍ତି ଡ୍ରଗ୍ସ ପେଡଲର । ଏବେ ସମ୍ବଲପୁର ଏହି କଫ ସିରଫ ଚୋରା ବ୍ୟବସାୟ ବଢ଼ିବାରେ ଲାଗିଛି । ବାରମ୍ବାର ଅବକାରୀ ଓ ପୋଲିସ ବିଭାଗ ଏହି ବେଆଇନ କଫ ସିରଫ ସହ ବହୁ ଲୋକଙ୍କୁ ଧର ପକଡ଼ କରୁଥିଲେ ମଧ୍ୟ ଏହି ରାକେଟ ନିୟନ୍ତ୍ରଣକୁ ଆସୁନାହିଁ ।

Illegal Cough Syrups Sale (ETV Bharat Odisha)

କଫ ସିରଫରୁ ମାଲାମାଲ:

ସମ୍ବଲପୁରରେ ମାତିଛନ୍ତି କଫ ସିରଫ ଚୋରା ବ୍ୟବସାୟୀ । ନିଛାଟିଆ ସ୍ଥାନ, ଛକ ଗଳି ଗୁଡିକରେ ରାତି ପାହିଲେ ଯୁବପିଢି ଏହି ନିଶା ସେବନ କରୁଥିବା ନଜିର ରହିଛି । ଏହି ନିଶା ଦ୍ରବ୍ୟ କଫ ସିରଫ ମୁଖ୍ୟତଃ କୋଲକାତାରୁ ଆସୁଥିବା ଜଣାପଡିଛି । ଡ୍ରଗ୍ସ ପେଡଲାରମାନେ ଏହାକୁ କୋଲକାତାରୁ ବୋତଲ ପିଛା ୮୦ ଟଙ୍କା ରେ କିଣି ସମ୍ବଲପୁରରେ 250ରୁ 300 ଟଙ୍କାରେ ବିକ୍ରି କରୁଛନ୍ତି । ଏଥିରୁ ଭଲ ଲାଭ ହେଉଥିବାରୁ ଏବେ ଏହାର ଚୋରା ବେପାର ବଢ଼ିବାରେ ଲାଗିଛି । ଆଉ ବର୍ତ୍ତମାନର ଯୁବପିଢିକୁ ପେଡଲାରମାନେ ଏହି ନିଶାର ଅଭ୍ୟାସରେ ପକାଇ ମାଲେମାଲ ହେଉଛନ୍ତି ।

କେଉଁ ଜିନିଷରେ ତିଆରି ହୋଇଥାଏ କଫ ସିରଫ:

ଡାକ୍ତରଙ୍କ ମତରେ କଫ ସିରଫ କ୍ଲୋରଫେନିରାମାଇନ୍ ମାଲେଟା (Chlorpheniramine Maleate) ଓ ଡେକ୍ସଟ୍ରୋମେଥୋରଫାନ (Dextromethorphan) ନାମକ 2ଟି ଜିନିଷରେ ତିଆରି ହୋଇଥାଏ । ଏହି ଔଷଧ ଥଣ୍ଡା କାଶ ପାଇଁ ମୁଖ୍ୟତଃ ବ୍ୟବହାର ହୋଇଥାଏ । ଏହାର କ୍ଲୋରଫେନିରାମାଇନ୍ ମାଲେଟା ଅପିଏମରୁ ତିଆରି ହୋଇଥାଏ । ଯେତେବେଳେ କୌଣସି ବ୍ୟକ୍ତିକୁ ଆଲର୍ଜି ଯୋଗୁଁ ଥଣ୍ଡା ବା କାଶ ହୁଏ ସେତେବେଳେ ରୋଗୀ ଦେହରେ ହିଷ୍ଟୋବିନ ନାମକ ଏକ କେମିକାଲ ବାହାରେ l ଏହାକୁ ରୋକିବା ପାଇଁ କ୍ଲୋରଫେନିରାମାଇନ୍ ମାଲେଟା ବ୍ୟବହାର ହୋଇଥାଏ । ଅନ୍ୟପଟେ ଡେକ୍ସଟ୍ରୋମେଥୋରଫାନର ବହୁତ ପାର୍ଶ୍ବ ପ୍ରତିକ୍ରିୟା ଅଛି । ଏହାର ଟିକିଏ ଓଭର ଡୋଜ ହେଲେ ରୋଗୀ ପାଖରେ ବହୁତ ପାର୍ଶ୍ଵ ପ୍ରତିକ୍ରିୟା ହୋଇଥାଏ ଓ ରୋଗୀର ଜୀଵନ ମଧ୍ୟ ଯାଇପାରେ ।


ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବି ଥାଇପାରେ ଚେର:

ଏହି କୋରେକ୍ସ କଫ ସିରଫ ରେକେଟ ନେଇ ସମ୍ବଲପୁରବାସୀ ଚିନ୍ତା ପ୍ରକଟ କରିଛନ୍ତି । ସମ୍ବଲପୁରର ଜଣେ ସଚେତନ ନାଗରିକ ପ୍ରଫୁଲ୍ଲ ଦାସ କହିଛନ୍ତି, "ଆମେ ଯାହା ଖବର ପାଉଛୁ ବିଶେଷ କାରି ପଶ୍ଚିମବଙ୍ଗରୁ ସମ୍ବଲପୁରକୁ କଫ ସିରଫ ଆସୁଛି । ଏହା ବିଭିନ୍ନ ଜରିଆରେ ଆସୁଛି । ଆମେ ସନ୍ଦେହ କରୁଛୁ ବାଂଲାଦେଶ ସହ ଏହି ଚୋରା କାରବାରର ଲିଙ୍କ ରହିଛି ।"

କଫ ସିରଫର ରହିଛି ଏନେକ ପାର୍ଶ୍ବ ପ୍ରତିକ୍ରିୟା:

ଏନେଇ ସମ୍ବଲପୁରର ଅବସରପ୍ରାପ୍ତ ଡାକ୍ତର ତଥା ପୂର୍ବତନ ADMO ଡା ପଞ୍ଚାନନ ନାୟକ କହିଛନ୍ତି, "କଫ ସିରଫ ଏହା ଥଣ୍ଡା କାଶ ରୋଗ ପାଇଁ ବ୍ୟବହାର ହେଉଥିଲା । କିନ୍ତୁ ଏହାର ବହୁତ ପାର୍ଶ୍ବ ପ୍ରତିକ୍ରିୟା ରହିଛି । ଏହା ବହୁତ ବିପଦ ଜନକ । ଏହାର ଡୋଜ ସଠିକଂରେ ଖିଆ ନଗେଲେ ବହୁତ ସମସ୍ୟା ହେବ । ଆଉ ଏଥିରେ ବହୁତ ଅସୁବିଧା ହେବାରୁ କେନ୍ଦ୍ର ସରକାର 2016 ମସିହାରୁ ଏହାକୁ ବ୍ୟାନ କରି ଦେଇଛନ୍ତି । ଶରୀରେ ଏହା ଓଭର ଡୋଜ ହେଲେ ଜୀବନ ମଧ୍ୟ ଯାଇପାରେ ।"

କଫ ସିରଫ ନିଶାରେ ଯିବପିଢ଼ୀ:

ସମ୍ବଲପୁରରେ ଚାଲିଥିବା ଏହି ରେକେଟ ନେଇ ଅବକାରୀ DSP ଅସିତ ମଲ୍ଲିକ କହିଛନ୍ତି, " ଏହି କଫ ସିରଫ କୋଲକାତାରୁ ଆସେ । ଏହାର ଉଦ୍ଦେଶ୍ୟ ହେଉଛି ଏହା ଏକ ନିଶା ଦ୍ରବ୍ୟ ଭଳି । ଯେଉଁଟା ଆମର ନାରକୋଟିକ ଡ୍ରଗସ ଅଣ୍ଡରରେ ଆସେ । କଫ ସିରଫରେ କୋଡିନ ଫସଫେଟ ମାତ୍ରା ଅଧିକ ଥାଏ । ଆଉ ସେହି କୋଡିନ ଫସଫେଟ ଗୋଟିଏ ନାରକୋଟିକ ଡ୍ରଗ ଅଣ୍ଡରରେ ଆସେ । କୋଲକାତାରୁ ଏହା ଚୋରା ଚାଲାଣ ହେଉଛି । ମୁଖ୍ୟତଃ ଯୁବପୀଢ଼ୀମାନେ ଏହାକୁ ନିଶା ଭାବରେ ବ୍ୟବହାର କରୁଛନ୍ତି । କଫ ସିରଫ ଶରୀରର ନର୍ଭସ ସିଷ୍ଟମ ଉପରେ ପ୍ରଭାବ ପକାଏ ।

ଏହା ମଧ୍ୟ ପଢ଼ନ୍ତୁ...ବଲାଙ୍ଗୀରରେ ବେଆଇନ କଫ ସିରଫ ଜବତ, ୩ ଅଭିଯୁକ୍ତ ଗିରଫ - Cough Syrup Bottles Seized

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details