ଓଡିଶା

odisha

ETV Bharat / state

ବାତ୍ୟାକୁ ନେଇ କେତେ ଭୟଭୀତ ? କରନ୍ତୁ ଏହି କାମ ରହିବେ ବିପଦ ମୁକ୍ତ

ବାତ୍ୟା ବିପଦ ଆସିଲେ ଛାତିରେ ଛନକା ପଶେ । ବାତ୍ୟା ସମୟରେ କଣ କରିବେ ଏବଂ କଣ କରିବେ ନାହିଁ ? ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

CYCLONE SAFETY
CYCLONE SAFETY (ETV BHARAT ODISHA)

By ETV Bharat Odisha Team

Published : 4 hours ago

ହାଇଦ୍ରାବାଦ:ଓଡ଼ିଶା ଉପକୂଳ ଆଡକୁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା 'ଦାନା' । ବର୍ତ୍ତମାନ ସୁଦ୍ଧା ଏହା କେଉଁଠି ଲ୍ୟାଣ୍ଡଫଲ କରିବ ନିର୍ଦ୍ଦିଷ୍ଟ ସ୍ଥାନ ସ୍ପଷ୍ଟ ହୋଇନାହିଁ । ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆଗକୁ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇଯିବ । ଏହାକୁ ନେଇ ଲୋକଙ୍କ ମନରେ ଏବେଠୁ ଛନକା ପଶିଲାଣି । ତେବେ ବାତ୍ୟା ପୂର୍ବରୁ ଓ ବାତ୍ୟା ସମୟରେ କଣ କଲେ ଆପଣ ସୁରକ୍ଷିତ ରହିବେ ଓ କଣ କରିବେ ନାହିଁ ତାହା ଆସନ୍ତୁ ଜାଣିବା ।

CYCLONE SAFETY (ETV BHARAT ODISHA)

ବାତ୍ୟା ଆସିଲେ କଣ କରିବେ ?

  • ବାତ୍ୟା ହେବା ନେଇ ସୂଚନା ମିଳିବା ପରେ ଏହା ପୂର୍ବରୁ ବାସଗୃହର ଅବସ୍ଥା ଠିକ ଅଛି ନା ନାହିଁ ତାହା ଯାଞ୍ଚ କରିବା ଆବଶ୍ୟକ
  • ଘରେ ପିଲାମାନଙ୍କ ସହ ବାତ୍ୟାକୁ ନେଇ ଅବଗତ କରାନ୍ତୁ ଓ ଭୟଭୀତ ନହେବାକୁ କୁହନ୍ତୁ
  • ପରିବାର ସହ ବାତ୍ୟାର ଭୟାବହତା ବିଷୟରେ ଆଲୋଚନା କରନ୍ତୁ
  • ବାତ୍ୟା ସମୟରେ କିପରି ସୁରକ୍ଷିତ ରହିବେ ସେନେଇ ସମସ୍ତଙ୍କୁ ସଚେତନ କରାନ୍ତୁ
  • ଯାହା ଫଳରେ ଜରୁରୀକାଳୀନ ସମୟରେ କ’ଣ କରିବା ଉଚିତ ଓ ଅନୁଚିତ୍ ତାହା ସମସ୍ତେ ଜାଣିପାରିବେ । ଏହା ଦ୍ବାରା ବାତ୍ୟାକୁ ନେଇ ମନରେ ଥିବା ଭୟ ଦୂର ହେବ
  • ଗୁରୁତ୍ବପୂର୍ଣ୍ଣ ଜିନିଷ ଏବଂ ଡକ୍ୟୁମେଣ୍ଟଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ
  • ନିଜ ବ୍ଲଡ ଗ୍ରୁପ ବିଷୟରେ ଅବଗତ ରୁହନ୍ତୁ
  • କିରୋସିନ, ଟର୍ଚ୍ଚ ଏବଂ ବ୍ୟାଟେରୀ ଚାଳିତ ଲାଇଟ ପାଖରେ ରଖନ୍ତୁ
  • ଅସୁସ୍ଥ ବ୍ୟକ୍ତି, ବୟସ୍କଙ୍କ ଓ ଛୋଟ ପିଲା ମାନଙ୍କୁ ସୁରକ୍ଷିତ ଭାବେ ରଖିବାକୁ ପ୍ରସ୍ତୁତି କରନ୍ତୁ
  • ଅତ୍ୟାବଶ୍ୟକ ଖାଦ୍ୟ, ଔଷଧ ଏବଂ ଜଳ ସାତ ଦିନ ପାଇଁ ମହଜୁଦ କରି ରଖନ୍ତୁ
  • କମ୍ବଳ ଓ ପୋଷାକ ମଧ୍ୟ ପାଖରେ ମହଜୁଦ କରି ରଖନ୍ତୁ
  • ପାଖରେ ପରିବାର ସଦସ୍ୟଙ୍କ ଫଟୋ ରଖନ୍ତୁ, ଯାହା ବାତ୍ୟା ପରେ ଆବଶ୍ୟକ ପଡିପାରେ
  • ବାତ୍ୟା ନେଇ ଆସୁଥିବା ଖବର ସହ ଜଡିତ ରୁହନ୍ତୁ
CYCLONE SAFETY (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା

ଏହା ମଧ୍ୟ ପଢନ୍ତୁ :- ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

CYCLONE SAFETY (ETV BHARAT ODISHA)

ବାତ୍ୟା ସମୟରେ କଣ କରିବେ ?

  • ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ସମୟରେ ପାଖରେ ଜରୁରୀ ସାମଗ୍ରୀ ରଖନ୍ତୁ
  • ଛୋଟ ପିଲା ଭୟଭୀତ ହେଉଥିଲେ ତାଙ୍କୁ ବୁଝାଇବା ଆବଶ୍ୟକ
  • ବାତ୍ୟା ସମୟରେ ଘର କବାଟ ଓ ଝରକା ବନ୍ଦ ରଖନ୍ତୁ
  • ଗୋଟିଏ ସ୍ଥାନରେ ସମସ୍ତେ ଏକାଠି ହୋଇ ରୁହନ୍ତୁ, କେହିବି ବାହାରକୁ ଯାଆନ୍ତୁ ନାହିଁ
  • ଘରେ ଥିବା ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଆନ୍ତୁ
  • ବାତ୍ୟା ବିଷୟରେ ପ୍ରତି ମିନିଟରେ ଅବଗତ ରୁହନ୍ତୁ
  • ବାତ୍ୟା ପୂର୍ବରୁ କରିଥିବା ପ୍ରସ୍ତୁତିକୁ କାମରେ ଲଗାଇବା ଆବଶ୍ୟକ
  • ଘର ଚାରି ପାଖରେ ଥିବା ବଡ ବଡ ଗଛକୁ କାଟି ଦିଅନ୍ତୁ
  • ଗରମ ପାଣି ପିଅନ୍ତୁ
  • ପାଖରେ ମହଜୁଦ କରି ରଥିବା ରେଡିଓରୁ ବାତ୍ୟା ବିଷୟରେ ଅପଡେଟ ରୁହନ୍ତୁ
CYCLONE SAFETY (ETV BHARAT ODISHA)

ବାତ୍ୟା ସମୟରେ କଣ କରିବେ ନାହିଁ ?

  • ବାତ୍ୟାର ଭୟାବହତା ନକମିବା ଯାଏ ବାହାରକୁ ଯାଆନ୍ତୁ ନାହିଁ
  • ଘରର ଉପର ମହଲରା ରହିବେ ନାହିଁ
  • ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯଆନ୍ତୁ ନାହିଁ
  • ପୁରୁଣା କୋଠା ଓ କିମ୍ବା ଗଛ ତଳେ ଆଶ୍ରୟ ନେବେ ନାହିଁ
  • ବିଦ୍ୟୁତ ତାର ସ୍ପର୍ଶ କରନ୍ତୁ ନାହିଁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details