ଓଡିଶା

odisha

ETV Bharat / state

ଦୃଷ୍ଟି ଆଢୁଆଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଭୀମାଖୋଜ - Bhimaakhoja

Bhimaakhoja: ମାଉଳି ଭୈରବ ମନ୍ଦିର ନିକଟରେ ବହି ଯାଉଥିବା ମୁରାନ ନଦୀ କୂଳେ କୂଳେ କେତେ ଦୂର ଚାଲିବା ପରେ ରହିଛି ପ୍ରକୃତିର ଅନନ୍ୟ ଉପହାର ଭୀମାଖୋଜ । ଅଧିକ ପଢ଼ନ୍ତୁ,

ଦୃଷ୍ଟି ଆଢୁଆଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଭୀମାଖୋଜ
ଦୃଷ୍ଟି ଆଢୁଆଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଭୀମାଖୋଜ

By ETV Bharat Odisha Team

Published : Mar 14, 2024, 10:20 PM IST

Updated : Mar 14, 2024, 10:29 PM IST

ଦୃଷ୍ଟି ଆଢୁଆଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଭୀମାଖୋଜ

କୋରାପୁଟ: ପ୍ରକୃତି କୋଳରେ ଭୀମାଖୋଜ । ପାହାଡ଼ ପର୍ବତ ଘେରା ଦୁଧାରୀ ଗ୍ରାମର ନିକଟସ୍ଥ ମାଉଳି ଭୈରବ ମନ୍ଦିର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଏହି ମନ୍ଦିର ନିକଟରେ ବହି ଯାଉଥିବା ମୁରାନ ନଦୀ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ଆଲୋଡନ ସୃଷ୍ଟି କରେ । ତେବେ ସେହି ନଦୀ କୂଳେ କୂଳେ କେତେ ଦୂର ଚାଲିବା ପରେ ରହିଛି ପ୍ରକୃତିର ଅନନ୍ୟ ଉପହାର ଭୀମାଖୋଜ । ମୁରାନ ନଦୀ ମଧ୍ୟରେ ଥିବା ଏହି ଭୀମାଖୋଜର ବିଶେଷ ମାନ୍ୟତା ରହିଛି । ନଦୀ ସଜ୍ଜାରେ ପଥର ଉପରେ ଥିବା ଏକ ପାଦ ଚିହ୍ନକୁ ସ୍ଥାନୀୟ ବାସିନ୍ଦା ମା’ ଭିମାରାଣୀଙ୍କ ପାଦଚିହ୍ନ ଭାବରେ ତାଙ୍କ ପାଇଁ ବରଦାନ ବୋଲି ପ୍ରତିବର୍ଷ ପୂଜାର୍ଚ୍ଚନା କରିଥାନ୍ତି ।

ପରମ୍ପରା ଅନୁଯାୟୀ, ଯେତେବେଳେ ଆଦିବାସୀ ମାନେ ଏହି ପାଦକୁ ପୂଜା କରନ୍ତି ସେଠାରେ ପ୍ରବଳ ବର୍ଷା ହୋଇଥାଏ ଏବଂ ପରେ ପାଖଆଖ ଅଞ୍ଚଳରେ ବର୍ଷା ହୋଇଥାଏ ବୋଲି ବିଶ୍ବାସ ରହିଛି । ଲୋକକଥା ଅନୁଯାୟୀ, ବର୍ଷାର ଦେବୀ ଭାବେ ପୂଜା ପାଉଥିବା ଭିମାଦେବୀ ଏହି ଅଞ୍ଚଳ ଦେଇ ଯାଉଥିବା ସମୟରେ ତାଙ୍କ ଘୋଡାର ପାଦ ଏହି ପଥର ଉପରେ ଖସିଯିବା ଫଳରେ ଦେବୀଙ୍କ ପାଦ ପଥରକୁ ସ୍ପର୍ଶ କରିଥିଲା । ସେହି ପାଦ ସୃଷ୍ଟି କରିଥିବା ଖୋପ ତାଙ୍କ ବରଦାନ ବୋଲି ମାନ୍ୟତା ଦେଇ ସେହିଦିନ ଠାରୁ ଅଞ୍ଚଳବାସୀ ପୂଜା କରି ଆସୁଛନ୍ତି । ପଥୁରିଆ ସଜ୍ଜାରେ ପ୍ରବାହିତ ହେଉଥିବା ଏହି ନଦୀ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ପର୍ଯ୍ୟଟକ କେବଳ ମାଉଳିମା ମନ୍ଦିର ନିକଟରେ ଥିବା ଜଳପ୍ରବାହକୁ ଦେଖି ସେଠାରେ ବଣଭୋଜି ଭଳି ସମାବେଶ କରି ଫେରିଯାଉଛନ୍ତି । କଠିନ ପଥୁରିଆ ରାସ୍ତାକୁ ଅତିକ୍ରମ କରି ନଦୀର ଉପର ଧାରାକୁ ଯାଇପାରିଲେ ପ୍ରକୃତିର ଅନନ୍ୟ ଉପହାରକୁ ଦେଖି ପର୍ଯ୍ୟଟକ ବିମୋହିତ ହୋଇଉଠିବେ ।

ଏହା ମଧ୍ୟ ପଢ଼ନ୍ତୁ.... ବେଦବ୍ୟାସ ପୀଠରେ ତ୍ରିବେଣୀ ସଙ୍ଗମ, ଏହିଠାରୁ ଉତ୍ପନ୍ନ ହୋଇଛି ବ୍ରାହ୍ମଣୀ ନଦୀ

ଖରାଦିନେ ମଧ୍ୟ ଏହି ନଦୀରେ ଜଳଧାରାର ପ୍ରବଳ ବେଗକୁ ଦେଖିଲେ ଯେ କେହି ବାରମ୍ବାର ଆସିବା ପାଇଁ ମନ ବଳାଇବ। ନଦୀର ଦୁଇ ପାଖର ତୀକ୍ଷ୍ଣ ଉଚ୍ଚ ପାହାଡ଼ ଓ ସେହି ପାହାଡ଼ ମଧ୍ୟରେ ଥିବା ଛୋଟ ବଡ ଗୁମ୍ଫା ହୃଦୟରେ ଶିହରଣ ଖେଳାଇ ଦିଏ । ଇତିହାସକାର ତଥା ସଂସ୍କୃତି ଗବେଷକ ସୁନୀଲ ବିଶ୍ବାଳ ମତ ରଖିଛନ୍ତି, ‘‘କେତେବେଳେ ସ୍ଥଳ ଭାଗରେ ଓ ଆଉ କେତେବେଳେ ଜଳ ମଧ୍ୟରେ ପଥୁରିଆ ରାସ୍ତାରେ ପଥର ଉପରକୁ ଚଢି ଓହ୍ଲାଇ ଯାତ୍ରା କରିବା ବେଳେ ଏହି ଅଞ୍ଚଳ ଏଡ଼ଭେଞ୍ଚର ଟୁରିଜମ ଭାବେ କେତେ ଯେ ପ୍ରଯୁଜ୍ୟ ତାର ଅନୁଭୂତି ମିଳିଥାଏ । ପଥର ଗୁଡିକରେ ଶହ ଶହ ଖୋପ ଏହି ଅଞ୍ଚଳରେ ପ୍ରାକ ଐତିହାସିକ ସଭ୍ୟତାର ସୂଚନା ଦେବା ସହ ଏହି ଖୋପ ଗୁଡିକ ସେ ସମୟର ପଥର ଫସିଲ ହୋଇଥାଇପାରେ।’’ ତେବେ ସ୍ଥାନୀୟ ପ୍ରଶାସନ, ସଂସ୍କୃତି ବିଭାଗ ଓ ଜନ ପ୍ରତିନିଧି ଜିଲ୍ଲାର ଏହି ଐତିହାସିକ ତଥା ପୌରାଣିକ ବିଶ୍ବାସକୁ ଆଧାର କରି ପର୍ଯ୍ୟଟନର ବିକାଶ କରା ପ୍ରକୃତିର ଅନନ୍ୟ ଉପହାରକୁ ଦେଖି ପର୍ଯ୍ୟଟକ ନିଶ୍ଚିତ ବିମୋହିତ ହୋଇ ଉଠିବେ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Mar 14, 2024, 10:29 PM IST

ABOUT THE AUTHOR

...view details