ଓଡିଶା

odisha

ETV Bharat / state

ତତଲା କଡ଼େଇରେ ଝାରସୁଗୁଡ଼ା, ୪୩.୮ ଡିଗ୍ରୀ ସହ ପାଲଟିଲା ରାଜ୍ୟର ଉତ୍ତପ୍ତ ସହର - HIGHEST TEMPERATURE - HIGHEST TEMPERATURE

Highest Temperature In Jharsuguda: ଆଜି ୪୩.୮ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ଥିବା ଜଣାପଡିଛି । ରାଜ୍ୟରେ ଆଗକୁ ଆହୁରି ବଢିପାରେ ତାପମାତ୍ରା । ଅଧିକ ପଢନ୍ତୁ

Highest Temperature
Highest Temperature

By ETV Bharat Odisha Team

Published : Apr 25, 2024, 10:53 PM IST

ଭୁବନେଶ୍ବର:ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ଆଜି ରାଜ୍ୟରେ ୪୩.୮ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ରହିଥିଲା । ଏହାସହ ରାଜ୍ୟର ୩୩ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ରୁ ଅଧିକ ରେକର୍ଡ ହୋଇଛି । ସେହିପରି ୨୨ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇପାରେ । ଆସନ୍ତା ୫ ଦିନ ଯାଏଁ ସ୍ୱାଭାବିକ ତୁଳନାରେ ୩ ରୁ ୬ ଡିଗ୍ରୀ ଯାଏଁ ଅଧିକ ରହିବ ତାପମାତ୍ରା । ଏହାସହ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗିରହିବ । ଯାହାକୁ ନେଇ ରେଡ୍ ଆଲର୍ଟ ଜାରି କରିଛି ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ଗଜପତି, ଗଞ୍ଜାମ, ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଓ ନୂଆପଡାରେ ଅତିପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ଭାବେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ବଲାଙ୍ଗୀର ବୌଦ୍ଧ, କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଏହା ବି ପଢନ୍ତୁ...୨୯ ଯାଏଁ ତାତିରୁ ନାହିଁ ନିସ୍ତାର, ୪୬ ଡିଗ୍ରୀ ଛୁଇଁପାରେ ପାରଦ - HEAT WAVE ALERT

ସେହିପରି ୨୬ ଓ ୨୭ ତାରିଖ ଏହି ସିଭିୟର ହିଟ୍ ୱେଭ ନେଇ ଚେତାବନୀ ଦିଆଯାଇଛି । ୨୬ ତାରିଖ ପାଇଁ ଗଜପତି, ଗଞ୍ଜାମ,ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡା,ଢେଙ୍କାନାଳ, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ରେଡ୍ ଆଲର୍ଟ୍ ଜାରି କରିଛି ବିଭାଗ । ସେହିପରି ୨୭ ତାରିଖ ପାଇଁ ଗଜପତି, ଗଞ୍ଜାମ,ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡା ,ଢେଙ୍କାନାଳ, ଭଦ୍ରକ ,ଖୋର୍ଦ୍ଧା, ସୁନ୍ଦରଗଡ,କେନ୍ଦୁଝର, ନୂଆପଡ଼ା, ସୋନପୁର,ବଲାଙ୍ଗୀର, କଳାହାଣ୍ଡି ଏବଂ ବୌଦ୍ଧରେ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ପ୍ରଚଣ୍ଡ ଖରା କାରଣରୁ ଅଂଶୁଘାତର ଆଶଙ୍କା ଥିବାରୁ ଦିନ ୧୧ଟା ପରେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details