ଓଡିଶା

odisha

ETV Bharat / state

ମାହାଙ୍ଗା ଡବଲ ମର୍ଡର ଘଟଣା; ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ପ୍ରତାପଙ୍କୁ ଅନ୍ତରୀଣ ସୁରକ୍ଷା - ମାହାଙ୍ଗା ଡବଲ ମର୍ଡର ଘଟଣା

High Court Extends Interim Protection to bjd mla Pratap Jena: ମାହାଙ୍ଗା ଡବଲ ମାର୍ଡର ଘଟଣା। ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନ ପ୍ରସଙ୍ଗରେ ଆଜି ଦୀର୍ଘ ସମୟ ଶୁଣାଣି ହୋଇଛି। ଉଭୟ ପକ୍ଷକୁ ଶୁଣିବା ପରେ ଆସନ୍ତା ୧୩ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସେ ପର୍ଯ୍ୟନ୍ତ ପ୍ରତାପଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି କୋର୍ଟ। ଅଧିକ ପଢନ୍ତୁ

ମାହାଙ୍ଗା ଡବଲ ମର୍ଡର ଘଟଣା; ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ପ୍ରତାପ ଜେନାଙ୍କୁ ଅନ୍ତରୀଣ ସୁରକ୍ଷା
ମାହାଙ୍ଗା ଡବଲ ମର୍ଡର ଘଟଣା; ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ପ୍ରତାପ ଜେନାଙ୍କୁ ଅନ୍ତରୀଣ ସୁରକ୍ଷା

By ETV Bharat Odisha Team

Published : Feb 1, 2024, 8:24 PM IST

କଟକ: ମାହାଙ୍ଗା ଡବଲ ମାର୍ଡର ଘଟଣା। ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନ ପ୍ରସଙ୍ଗରେ ଆଜି ଦୀର୍ଘ ସମୟ ଶୁଣାଣି ହୋଇଛି। ଉଭୟ ପକ୍ଷକୁ ଶୁଣିବା ପରେ ଆସନ୍ତା ୧୩ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ସେ ପର୍ଯ୍ୟନ୍ତ ପ୍ରତାପଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି କୋର୍ଟ। ଅର୍ଥାତ ଆସନ୍ତା 13 ପର୍ଯ୍ୟନ୍ତ ପ୍ରତାପଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ବିଧାୟକ ପ୍ରତାପ ଜେନା। କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା। ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ନାଁରେ ଲାଗିଛି ଦଫା ୩୦୨। ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମଏଫସିରେ କୋର୍ଟରେ ଏହି ମାମଲା ଚାଲିଛି। ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ପ୍ରତାପ।

ଅଧିକ ପଢନ୍ତୁ- ମହଙ୍ଗା ଡବଲ ମର୍ଡର ପ୍ରସଙ୍ଗ, ଅଧିକ ସମୟ ଲୋଡି ପିଟିସନ ଦାଖଲ କଲେ ମାହାଙ୍ଗା ବିଧାୟକ

ମାହଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବରୁ କୋର୍ଟରେ ହାଜର ହୋଇନାହାନ୍ତି ବିଧାୟକ ପ୍ରତାପ ଜେନା। ସ୍ବାସ୍ଥ୍ୟଗତ କାରଣରୁ କୋର୍ଟଙ୍କୁ ୩ ସପ୍ତାହ ସମୟ ମାଗିଥିଲେ ପ୍ରତାପ । ସିଆରପିସିର ଧାରା ୨୦୫ ରେ ଏକ ପିଟିସନ ବି ଦାଖଲ କରିଛନ୍ତି ପ୍ରତାପ। ଏହି ଧାରା ଅନୁଯାୟୀ ବ୍ୟକ୍ତିଗତ ହାଜରରୁ ବିରତି ଦେବାକୁ ସେ କୋର୍ଟରେ ପ୍ରାର୍ଥନା କରିଛନ୍ତି। ପ୍ରତିପକ୍ଷ ଏହାକୁ ଅବଜେକ୍ସନ ମଧ୍ୟ କରିଛନ୍ତି। ସେହିପରି ସିଆରପିସିର ଧାରା ୨୧୦ ରେ ପ୍ରତିପକ୍ଷ ଆଉ ଗୋଟିଏ ପିଟିସନ ଦାୟର କରିଛନ୍ତି। ମୂଳ ମାମଲାରେ ପ୍ରତାପଙ୍କୁ ସାମିଲ କରିବାକୁ କୋର୍ଟରେ ଆବେଦନ କରାଯାଇଛି। ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟରେ ହାଜର ହେବାକୁ ସମନ କରିଥିଲେ ସାଲେପୁର JMFC କୋର୍ଟ। ଏକ ସ୍ପେସିଆଲ ମେସେଞ୍ଜର ମାଧ୍ୟମରେ କୋର୍ଟ ସମନ ଜାରି କରିଥିଲେ। ସ୍ପେସିଆଲ ମେସେଞ୍ଜର ମାଧ୍ୟମରେ ସମନ କରିବାକୁ ବିଧାୟକ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏଥିପାଇଁ ପୂର୍ବରୁ ଅନୁମତି ପ୍ରଦାନ କରିଥିଲେ।

ଇଟିଭି ଭାରତ, କଟକ

ABOUT THE AUTHOR

...view details