ରାଉରକେଲା:ମାର୍ଚ୍ଚ ଶେଷ ନହେଉଣୁ ତତଲା କଡେଇରେ ଭାଜି ହେଲାଣି ସୁନ୍ଦରଗଡ଼ ଜିଲ୍ଲା । ଗରମ ଓ ଝାଞ୍ଜି ପବନ ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛି ରାଉରକେଲା ସହର । ଉତ୍ତପ୍ତ ସୂର୍ଯ୍ୟ କିରଣରେ ଏପ୍ରିଲ ଆରମ୍ଭ ନହେଉଣୁ ତାତିଲାଣି ଷ୍ଟିଲ ସିଟି ରାଉରକେଲା । ଯୁଆଡେ ଗଲେ ଗରମ । ଘରୁ ବାହାରିଲା ମାତ୍ରେ ଦେହ ହାତ ଜଳିଲା ଭଳି ଲାଗୁଛି । ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ଏବଂ ମାର୍ଚ୍ଚ ଶେଷରେ ତାପମାତ୍ରା ପ୍ରାୟ 38 ଡିଗ୍ରୀ ଛୁଇଁଲାଣି ।
ଏହାମଧ୍ୟ ପଢନ୍ତୁ.. ସିଝୁଛି ସାରା ଓଡିଶା, 4ରୁ 5ଦିନ ଯାଏଁ ତାତିରୁ ମିଳିବନି ନିସ୍ତାର - ODISHA WEATHER
ଆଜି ରାଉରକେଲା ସହରରେ ସକାଳ ୯ଟାରେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି । କେବଳ ଯେ ରାଉରକେଲା ନୁହେଁ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ମାତ୍ରାରେ ଦେଖିବାକୁ ମିଳିଛି । ଡହଡହ ଖରାରେ ସିଜୁଛି ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା । ଗତକାଲି (ଶୁକ୍ରବାର) ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସହର 38.2 ଡିଗ୍ରୀ ହୋଇଥିବା ବେଳେ ବଣାଇ ସହରରେ 38 ଡିଗ୍ରୀ ପାର କରିଛି । ତେବେ ଶୁକ୍ରବାର ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଉରକେଲା ଓ ବଣାଇ ।