ଭୁବନେଶ୍ବର: ରାଜ୍ୟରେ ଖରା ଛାଇ ଖେଳ ଭିତରେ ଜାରି ରହିଛି କାଳବୈଶାଖୀ । ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁଭାଁ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଉପକୂଳ ଅଞ୍ଚଳରେ ଗରମ ଗୁଳୁଗୁଳି ଅନୁଭୂତ ହେବ । ସେହିପରି 20 ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲାରେ ହିଟୱେଭ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୮ ଏବଂ ୧୯ ତାରିଖରେ ଉଷ୍ମ ଓ ଆଦ୍ର ପରିସ୍ଥିତି ରହିବ । ବିଶେଷ କରି ଉପକୂଳ ଓଡ଼ିଶାରେ ଏହି ପାଗ ଲାଗି ରହିବ । ବାୟୁମଣ୍ଡଳରେ ଆଦ୍ରତାର ପରିମାଣ ଅଧିକ ଥିବାରୁ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଲେ ବି ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପରେ ୨୦ ଏବଂ ୨୧ ପାଇଁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ । ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ପ୍ରବାହ ଦେଖିବାକୁ ମିଳିବ । ନୂଆପଡା, ବଲାଙ୍ଗୀର, ସମ୍ବଲପୁର, ଅନୁଗୋଳ, ବୌଦ୍ଧ, ବରଗଡ଼, ଝାରସୁଗୁଡା, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିବ । ଏହାସହ ୨୦ ଏବଂ ୨୧ ତାରିଖରେ ରାଜ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ମଧ୍ୟ ସମ୍ଭାବନା ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଆହୁରି ୫ ଦିନ କାଳବୈଶାଖୀ, ୧୯ରୁ ବଦଳିବ ପାଗ - ODISHA WEATHER