ଓଡିଶା

odisha

ETV Bharat / state

AMNS କମ୍ପାନୀ କାମକୁ ବିରୋଧ, ଜେସିବି ଆଗରେ ବସିଗଲେ ହାଣ୍ଡିଆ ଗାଁଲୋକେ - Jagatsinghpur News

Handia villagers protest: ପୁଣି ଧାରଣାରେ ହାଣ୍ଡିଆ ଗ୍ରାମବାସୀ । AMNS କମ୍ପାନୀର ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଜେସିପି ଆଗରେ ଧାରଣା ଦେଲେ ମହିଳା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ କରାଇ ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀଙ୍କ ଚେତାବନୀ । ଆଗକୁ ପଢନ୍ତୁ

Handia villagers protest
ପାରାଦ୍ୱୀପରେ AMNS କମ୍ପାନୀ ଓ ଗ୍ରାମବାସୀ ମୁଁହାମୁଁହି

By ETV Bharat Odisha Team

Published : Jan 31, 2024, 10:12 AM IST

ପାରାଦ୍ୱୀପରେ AMNS କମ୍ପାନୀ ଓ ଗ୍ରାମବାସୀ ମୁଁହାମୁଁହି

ପାରାଦ୍ବୀପ:ପୁଣି ଜଗତସିଂହପୁର ଜିଲ୍ଲାରେ ତେଜିଲା କମ୍ପାନୀ ବିରୋଧି ଆନ୍ଦୋଳନ । ଜେସିବି ଆଗରେ ଧାରଣା ଦେଲେ ମହିଳା ଆନ୍ଦୋଳନକାରୀ । ମଙ୍ଗଳବାର ଦିନ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଉପକଣ୍ଠ ହାଣ୍ଡିଆ ଅଞ୍ଚଳରେ ଏଏମଏନଏସ କମ୍ପାନୀର ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି । ଯେପର୍ଯ୍ୟନ୍ତ ବିସ୍ଥାପିତମାନଙ୍କୁ ପୁନଃଥଇଥାନ କରାନଯାଇଛି ସେପର୍ଯ୍ୟନ୍ତ କମ୍ପାନୀକୁ କୌଣସି ନିର୍ମାଣ କାର୍ଯ୍ୟ କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ବିରୋଧ ପରେ କାମ ନକରି କମ୍ପାନୀ ଫେରିଯାଇଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଉପକଣ୍ଠ ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ମଙ୍ଗଳବାର ଦିନ AMNS କମ୍ପାନୀର ନିର୍ମାଣ କାର୍ଯ୍ୟକୁ ପ୍ରବଳ ବିରୋଧ କରାଯାଇଛି । କମ୍ପାନୀ ପକ୍ଷରୁ ପାଚେରୀ ନିର୍ମାଣ ପାଇଁ ଜେସିବି ଦ୍ୱାରା ମାଟି ଖୋଳାଯାଉଥିବା ବେଳେ ଏହାକୁ ବିରୋଧ କରାଯାଇଛି । ହାଣ୍ଡିଆ ଗ୍ରାମର ମହିଳାମାନେ କାମ ବନ୍ଦ କରିବା ସହିତ ଜେସିବି ଆଗରେ ଧାରଣାରେ ବସି ରହିଥିଲେ । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ କାମ କରିବାକୁ ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ମୁଣ୍ଡ ନୁଆଁଇଲେ କମ୍ପାନୀ କତ୍ତୃପକ୍ଷ, ହାଣ୍ଡିଆ ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ

ହାଣ୍ଡିଆ ଗ୍ରାମବାସୀମାନଙ୍କ ଦାବି ଗୁଡିକ ହେଲା, ବିସ୍ଥାପିତମାନଙ୍କୁ ଯଥାଶୀଘ୍ର ପୁନଃଥଇଥାନ, ଜୀବନ ଜୀବିକା ହରାଇଥିବା ବିସ୍ଥାପିତମାନଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ, କମ୍ପାନୀ ଦ୍ୱାରା ପ୍ରଭାବିତ ଲୋକମାନଙ୍କ ପାଇଁ ଗମନାଗମନ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବିକାଶ । ଏହାପୂର୍ବରୁ ମଧ୍ୟ ଗ୍ରାମବାସୀମାନଙ୍କ ଦ୍ବାରା ଏହିସବୁ ଦାବି ନେଇ ଆନ୍ଦୋଳନ କରାଯାଇଥିଲା । ମାସାଧିକ କାଳ ପର୍ଯ୍ୟନ୍ତ ଧାରଣା ଦେଇଥିଲେ ଗ୍ରାମବାସୀ । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଏ AMNS କମ୍ପାନୀର ଜେନେରାଲ ମ୍ୟାନେଜର ପିକେ ମହାନ୍ତି ଓ ହାଣ୍ଡିଆ ଗ୍ରାମବାସୀମାନଙ୍କ ମଧ୍ୟରେ ଗତ ନଭେମ୍ବର ମାସରେ ଆଲୋଚନା ହୋଇଥିଲା । ଏଥିରେ କମ୍ପାନୀ କର୍ତ୍ତୃପକ୍ଷ ସମସ୍ତ ଦାବି ମାନି ନେଇଥିଲେ ଓ ଖୁବଶୀଘ୍ର ଦାବିଗୁଡିକ ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ହେଲେ ପ୍ରତିଶ୍ରୁତିକୁ 2 ମାସ ପୁରିଯାଇଥିଲେ ମଧ୍ୟ ଆଜି ଯାଏ ତାହା ପୂରଣ କରାଯାଇ ନାହିଁ । ଦାବି ପୂରଣ ନକରି କମ୍ପାନୀ କଣପାଇଁ ପାଚେରୀ ନିର୍ମାଣ କରୁଛି ବୋଲି ପ୍ରଶ୍ନ କରିଥିଲେ ଗ୍ରାମବାସୀ । ଏହି ଘଟଣାକୁ ନେଇ ଗ୍ରାମବାସୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ତୀବ୍ର ବିରୋଧ ପରେ ଶେଷରେ କାମ ବନ୍ଦ କରି ଫେରିଯାଇଥିଲେ କମ୍ପାନୀ କର୍ତ୍ତୃପକ୍ଷ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details