ଓଡିଶା

odisha

ETV Bharat / state

ବିଦ୍ୟାଳୟ ଭିତରେ ପରୀକ୍ଷା; ବାହାରେ ବାଜିଲା ମାଇକ, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ - ପରୀକ୍ଷାରେ ବାଜିଲା ମାଇକ

Govt Official Music Played During Examination In School: ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟରେ ବାଜିଲା ସରକାରୀ କର୍ଯ୍ୟକ୍ରମର ମାଇକ । ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ଉକ୍ତ ସଭା ସ୍ଥଳରେ ଉତ୍ୟକ୍ତ ହୋଇ ଅଭିଭାବକ ଏହାକୁ ତୀବ୍ର ବିରୋଧ କରିଥିଲେ । ଅଧିକ ପଢ଼ନ୍ତୁ

ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟରେ ବାଜିଲା ସରକାରୀ କର୍ଯ୍ୟକ୍ରମର ମାଇକ ।
ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟରେ ବାଜିଲା ସରକାରୀ କର୍ଯ୍ୟକ୍ରମର ମାଇକ ।

By ETV Bharat Odisha Team

Published : Jan 20, 2024, 10:45 PM IST

ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟରେ ବାଜିଲା ସରକାରୀ କର୍ଯ୍ୟକ୍ରମର ମାଇକ ।

ବୌଦ୍ଧ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଖେଳିଲା ଜଳସେଚନ ବିଭାଗ ! ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟରେ ବାଜିଲା ସରକାରୀ କାର୍ଯ୍ୟକ୍ରମର ମାଇକ । ଆଜି ବୌଦ୍ଧ ଜିଲ୍ଲାର ଦୁଇ ଦୁଇଟି ସ୍ଥାନରେ ବ୍ୟାରେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଭାସି ଜରିଆରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଯେଉଁଠାରେ ଛାତ୍ରଛାତ୍ରୀଙ୍କ ନବୋଦୟ ବିଦ୍ୟାଳୟ ପାଇଁ ପରୀକ୍ଷା ହେଉଥିଲା ସେହି ସ୍ଥାନରେ ହିଁ ଜଳସେଚନ ବିଭାଗ ସଭାର ଆୟୋଜନ କରିଥିଲା । ତେଣୁ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ଉକ୍ତ ସଭା ସ୍ଥଳରେ ଉତ୍ୟକ୍ତ ହୋଇ ଅଭିଭାବକ ଏହାକୁ ତୀବ୍ର ବିରୋଧ କରିଥିଲେ ।

ତେବେ ଆଜି ବୌଦ୍ଧ ଜିଲ୍ଲାର ଦୁଇ ପ୍ରମୁଖ ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ବୌଦ୍ଧ ଜିଲ୍ଲାର ସୀମାନ୍ତରେ ପ୍ରବାହିତ ଖଡଙ୍ଗ ନଦୀ ଓ ମନମୁଣ୍ଡା ନିକଟସ୍ଥ ଖଇରମାଳ ଠାରେ ମହାନଦୀରେ ବ୍ୟାରେଜ ପାଇଁ ଶନିବାର ଆଭାସି ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ କାର୍ଯ୍ୟକ୍ରମ ବୌଦ୍ଧ ଜଳସେଚନ ବିଭାଗ ପକ୍ଷରୁ କଣ୍ଟାମାଳ ହାଇସ୍କୁଲ ପଡ଼ିଆରେ ଆୟୋଜନ କରାଯାଇଥିଲା । ଏଥିରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନ ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମ ଅବସରରେ ଏଠାରେ ତୀବ୍ର ଜୋରରେ ଡିଜେ ମାଇକ ଯୋଗୁଁ ସାଧାରଣ ଲୋକ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଗଣେଶ ପୂଜାରେ ମାଇକ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, 2 ଜଣଙ୍କୁ ଭଙ୍ଗା କାଚ ବୋତଲ ମାଡ଼

ସେପଟେ ଉକ୍ତ ବିଦ୍ୟାଳୟରେ ଆଜି ନବୋଦୟ ଚୟନ ପରୀକ୍ଷା ଅନୁଷ୍ଠିତ ହେଉଥିବା ସମୟରେ ବାହାର ପଡ଼ିଆରେ ଶିଳାନ୍ୟାସ ଉତ୍ସବରେ ଲାଗିଥିବା ଡିଜେ ମାଇକ ଯୋଗୁଁ ବିଦ୍ୟାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଫଳରେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସଭା ସ୍ଥଳରେ ପହଞ୍ଚି ଏହାକୁ ତୀବ୍ର ବିରୋଧ କରିବା ସହିତ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ଘେରାଉ କରିଥିଲେ । ଦୀର୍ଘ ସମୟ ଧରି ସଭା ସ୍ଥଳରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପରୀକ୍ଷା ହେଉଥିବା ବିଦ୍ୟାଳୟ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ଉତ୍ସବକୁ ଆୟୋଜନ କରାଯିବାକୁ ନେଇ ପ୍ରଶ୍ନବାଚୀ ଉଠିଛି । ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଉଭୟ ପାନୀୟଜଳ ଓ ଜଳସେଚନକୁ ନେଇ ସ୍ଥାନୀୟ ବିଧାୟକ ବେଶ ଆଶାବାଦୀ ଥିବା ବେଳେ ଜିଲ୍ଲା ବିଜେପି ସଭାପତି ଆଜିର ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details