ଓଡିଶା

odisha

ETV Bharat / state

ଚିନାବାଦାମ ଚାଷରେ ଅଜଣା ପୋକ ନଜର, ଚାଷୀ ମୁଣ୍ଡରେ ଚଡ଼କ - ଚିନାବାଦାମରେ ଅଜଣା ପୋକ

Malkangiri Peanut Farmers: ନଷ୍ଟ ହେବାକୁ ବସିଛି ଶହ ଶହ ଏକର ଜମିରେ ଚିନାବାଦାମ ଚାଷ । ଚାଷ ଉପରେ ନିର୍ଭର କରି ବଞ୍ଚୁଥିବା ଚାଷୀମାନଙ୍କର ବର୍ଷକର ଆୟ ବୁଡ଼ିବାକୁ ବସିଛି । ଅଧିକ ପଢ଼ନ୍ତୁ

ଚିନାବାଦାମ ଚାଷରେ ଅଜଣା ପୋକ
ଚିନାବାଦାମ ଚାଷରେ ଅଜଣା ପୋକ

By ETV Bharat Odisha Team

Published : Feb 19, 2024, 7:16 AM IST

ଚିନାବାଦାମ ଚାଷରେ ଅଜଣା ପୋକ

ମାଲକାନଗିରି:ଚିନ୍ତା ବଢ଼ାଇଛି ଅଜଣା ପୋକ । ନଷ୍ଟ ହେବାକୁ ବସିଛି ଶହ ଶହ ଏକର ଜମିରେ ଚିନାବାଦାମ ଚାଷ । ଚାଷ ଉପରେ ନିର୍ଭର କରି ବଞ୍ଚୁଥିବା ଚାଷୀମାନଙ୍କର ବର୍ଷକର ଆୟ ବୁଡ଼ିବାକୁ ବସିଛି । ସେପେଟେ ଗ୍ରାମ୍ୟ କୃଷୀ କର୍ମଚାରୀ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଗୁମୁକା ଗ୍ରାମ ପଞ୍ଚାୟତର ଚାଷୀ ।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ, ଗୁମୁକା ଗ୍ରାମ ପଞ୍ଚାୟତର MPV ୧୪ ଏବଂ MPV ୧୫ ଗ୍ରାମର ଚାଷୀମାନେ ୫ ଶହ ଏକରରୁ ଅଧିକ ଜମିରେ ଚିନାବାଦାମ ଚାଷ କରିଛନ୍ତି । ଯେଉଁଥିରୁ ସେମାନଙ୍କ ପରିବାର ପାଇଁ ବର୍ଷକର ଆୟ ହୋଇଥାଏ । କିନ୍ତୁ ସେମାନଙ୍କ ଚିନାବାଦାମ ଚାଷରେ ଅଜଣା ପୋକୋ ଲାଗିବାରୁ ଗଛ ଗୁଡିକ ହଳଦିଆ ହେବା ସହ ଗଛ ମୂଳରେ ବାଦାମ ଆସିବା ଆଗରୁ ଗଛ ନଷ୍ଟ ହବାରେ ଲାଗିଛି । ତେବେ ପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଚଷୀମାନେ ବାହାର ଦୋକାନରୁ ପୋକମରା ଔଷଧ ଆଣି ଛିଞ୍ଚନ କରିଥିଲେ ମଧ୍ୟ କୌଣସି ଔଷଧ କାମ କରିନଥିଲା । ତେଣୁ ସେମାନେ ଉପାୟ ନପାଇ ଗ୍ରାମ୍ୟ କୃଷୀ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ ଗ୍ରାମ୍ୟ କୃଷୀ କର୍ମଚାରୀ ଛୁଟିରେ ରହି ଧାରଣାରେ ବସିଥିବା କହି ଚାଷୀଙ୍କ ସମସ୍ୟାକୁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ତେବେ ଚାଷୀମାନେ ଚାଷ କରିବା ପାଇଁ ବ୍ୟାଙ୍କ ଓ ସାହୁକାରଙ୍କ ଠାରୁ ଋଣ କରିଛନ୍ତି । ଏଭଳି ସ୍ଥିତିରେ ଏହି ଅଜଣା ପୋକକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଯଦି ଚିନାବାଦାମ ଗଛ ନଷ୍ଟ ହୋଇଯିବ ତେବେ ସେମାନଙ୍କ ଅମଳ ନଷ୍ଟ ହୋଇଯିବ । ତେଣୁ ସେମାନେ ଆଣିଥିବା ଋଣ କିଭଳି ସୁଝିବେ ବୋଲି କହିବା ସହ ଯଦି ଏହି ସମୟରେ କୃଷି ବିଭାଗର କର୍ମଚାରୀମାନେ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଫସଲକୁ ପୋକ ଦାଉରୁ ନବଞ୍ଚାଇବେ ତେବେ ସେମାନେ ଋଣ ସୁଝିନପାରି ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଚାଷୀ ।

ଏହା ମଧ୍ୟ ପଢ଼ନ୍ତୁ....ସଙ୍କଟରେ ବାଦାମ ଚାଷୀ; ମିଳିପାରୁନି ସରକାରୀ ବିହନ, ଦାଉ ସାଧୁଛି ରୋଗ ପୋକ

ସେପଟେ ଏନେଇ ଗ୍ରାମ୍ୟ କୃଷି କର୍ମଚାରୀ କହିଛନ୍ତି ଯେ, ଚାଷୀମାନଙ୍କର ଯେଉଁ ସମସ୍ୟା ହେଉଛି ସେଥିପାଇଁ ସେମାନେ ଦୁଃଖିତ ଥିବା ସହ ଚାଷୀଙ୍କର କିଛି ଅସୁବିଧା ହେଲେ ସେମାନେ ଦାୟୀ ରହିବେ ନାହିଁ ବରଂ ରାଜ୍ୟ ସରକାର ଦାୟୀ ରହିବେ । କରଣ ଦୀର୍ଘଦିନ ହବ ସରକାରଙ୍କୁ ସେମାନେ ୭ଦଫା ଦାବି ଜଣାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ତେଣୁ ଯେତେଦିନ ପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ନଶୁଣିଛନ୍ତି ସେମାନେ ଏମିତି ଧାରଣାରେ ବସି ରହିବେ ।

ଅନ୍ୟପଟେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି, "ଗୁମୁକା ପଞ୍ଚାୟତ ଅଞ୍ଚଳରେ ଚିନାବାଦାମ ଗଛରେ ପୋକ ଲାଗିଥିବା ଚାଷଜମି ବୁଲି ଦେଖିବାକୁ କାଲିମେଳା ବ୍ଳକର କୃଷୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ହେଲ୍ପଲାଇନ୍ ନମ୍ବର ଓ ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଫୋନ୍ କରି ଚାଷୀମାନେ ସେମାନଙ୍କ ସମସ୍ୟା ବିଷୟରେ ଜଣାଇ ପାରିବେ ।"

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details