ଓଡିଶା

odisha

ETV Bharat / state

ନାବାଳିକା ଦୁଷ୍କର୍ମ ମାମଲା: 2 ଅଭିଯୁକ୍ତକୁ ୩୦ବର୍ଷ ସଶ୍ରମ କାରାଦଣ୍ଡ, ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲେ ପୀଡ଼ିତାଙ୍କ ଆଈ - Minor Girl Assault Case

Minor Girl Assault Case: ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୩୦ ବର୍ଷ ସଶ୍ରମ କାରାଦଣ୍ଡଦେଶ ହୋଇଛି। ଏହି ଷଡ଼ଯନ୍ତ୍ରରେ ପୀଡ଼ିତାଙ୍କ ଆଈ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Minor Girl Assault Case
Minor Girl Assault Case

By ETV Bharat Odisha Team

Published : Mar 20, 2024, 8:19 PM IST

Minor Girl Assault Case

କେନ୍ଦୁଝର: ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ସଜ୍ଜା। ୩୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଅଦାଲତ। ଏହି ଦୁଷ୍କର୍ମ ଘଟଣା ପଛରେ ପୀଡ଼ିତାଙ୍କ ଆଈର ହାତ ଥିବା ଜଣାପଡ଼ିଛି । ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ 30 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳର ଜଣେ ନାବାଳିକା ବାପାଙ୍କ ଦେହାନ୍ତ ପରେ ମାମୁଁ ଘରେ ରହୁଥିଲେ। ସମ୍ପୃକ୍ତ ନାବାଳିକାଙ୍କ ଅଜା ଦ୍ୱିତୀୟ ବିବାହ କରିଥିଲେ । ୨୦୧୮ ମସିହା ଜୁନ 22 ତାରିଖରେ ନାବାଳିକାଙ୍କ ସାବତ ଆଈ ତାର ସାଙ୍ଗ ସାହାଦତ ଅଲ୍ଲୀର ଘରକୁ ଆଣି ପୀଡ଼ିତା ସହ ଦୁଷ୍କର୍ମ କରାଇଥିଲା।

ସେପରି ଘେରେ କେହି ନଥିବା ବେଳେ ପୀଡ଼ିତାର ଆଈ ଏଭଳି ବାରମ୍ବାର ଦୁଷ୍କର୍ମ କରାଉଥିଲା। ଏପରିକି ଦିନେ ପୀଡ଼ିତାଙ୍କର ମା' ଆସି ଝିଅକୁ ନେବା ପାଇଁ କହିଥିଲେ ମଧ୍ୟ ସାବତ ଆଈ ତାକୁ ଛାଡି ନଥିଲା। ଫଳରେ ପୀଡ଼ିତାର ମା' ନୂଆମୁଣ୍ଡିରେ ଥିବା ନିଜ ମାମୁଁଙ୍କୁ ଏ ବିଷୟରେ ଜଣାଇଥିଲେ। ଏହାପରେ ମାମୁଁ ମାଇଁ ଆସି ତାଙ୍କୁ ଘରକୁ ନେଇ ଯାଇଥିବାବେଳେ ସେଠାରେ ସବୁ ଘଟଣା ବିଷୟରେ ପ୍ରକାଶ କରିଥିଲେ ପୀଡ଼ିତା। ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଯୋଡ଼ା ଥାନାରେ ମାମଲା ହୋଇଥିଲା । ଏହି ଘଟଣାର ଦୁଇ ଅଭିଯୁକ୍ତ ସାହାଦତ ଅଲ୍ଲୀ ଓ ପୀଡ଼ିତାଙ୍କ ଆଈକୁ ଗିରଫ କରାଯାଇଥିଲା। ଆଉ 6 ବର୍ଷ ପରେ ଶେଷରେ ନ୍ୟାୟ ପାଇଛନ୍ତି ପୀଡ଼ିତା। ତେବେ ପୀଡିତାଙ୍କ ଆଈ ସମେତ ଅନ୍ୟ ଜଣେ ଅଭିୟୁକ୍ତକୁ ୩୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ ।

ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ଗୋଟିଏ ଦିନରେ 2 ଦୁଷ୍କର୍ମ ମାମଲା, ପୋଲିସର ତଦନ୍ତ ଜାରି

ଏହା ମଧ୍ୟ ପଢନ୍ତୁ...ଖାକିରେ ଦୁଷ୍କର୍ମ ଦାଗ, ମହିଳା କନଷ୍ଟେବଳଙ୍କୁ ପୋଲିସର ଦୁଷ୍କର୍ମ ଅଭିଯୋଗ

ଏହା ମଧ୍ୟ ପଢନ୍ତୁ...ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ 10 ବର୍ଷ ଜେଲ୍

ଆଜି କେନ୍ଦୁଝର ଜିଲ୍ଲା ଦୌରାଜଜ୍ ତଥା ସ୍ପେଶାଲ କୋର୍ଟ (ପକ୍ସୋ) କୋର୍ଟ ଏହି ମାମଲାର ବିଚାର କରିଛନ୍ତି। ଏହାର ବିଚାର କରି ବିଚାରପତି ଏସ ତ୍ରିପାଠୀ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୨୦ ଜଣ ସାକ୍ଷ୍ୟଙ୍କ ବୟାନକୁ ଆଧାର କରି 2 ଜଣ ଅଭିଯୁକ୍ତଙ୍କୁ 30 ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। କୋର୍ଟ ପୀଡ଼ିତାକୁ ୬ ଲକ୍ଷ ଟଙ୍କା କ୍ଷତପୂରଣ ଦେବାକୁ ଆଦେଶ ଦେଇଛନ୍ତି। ତେବେ ଏହି କେସର ପରିଚାଳନା ସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର କରିଥିଲେ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details