ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ

Governor's Mayurbhanj Visit: ମୟୂରଭଞ୍ଜ ଗସ୍ତରେ ଆସି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ । ମହାମହିମ ରାଷ୍ଟ୍ରପତିଙ୍କ ପାଇଁ ମୟୂରଭଞ୍ଜ ବିଶ୍ୱରେ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିପାରିଛି ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ । ଅଧିକ ପଢନ୍ତୁ

Governor In Mayurbhanj
Governor In Mayurbhanj

By ETV Bharat Odisha Team

Published : Feb 21, 2024, 8:13 AM IST


ରାଇରଙ୍ଗପୁର: ମୟୂରଭଞ୍ଜ ଗସ୍ତରେ ଆସି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ ରଘୁବର ଦାସ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ରାଜ୍ୟପାଳ ପ୍ରଥମେ ବାରିପଦା ସ୍ଥିତ ପ୍ରଦକ୍ଷଣ ଗୃହରୁ କୁଜିଡିହି ଗ୍ରାମ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ଅଭିଭାବକ ଏବଂ ଅଙ୍ଗନୱାଡି କର୍ମକର୍ତ୍ତାଙ୍କ ସହିତ ଆଲୋଚନା ପରେ କୁଜିଡିହିଠାରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀମାନଙ୍କ ସ୍ଥିତି ଏବଂ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନାର କାର୍ଯ୍ୟକାରିତା ବିଷୟରେ ପଚାରି ବୁଝିଥିଲେ ।

Governor In Mayurbhanj

ଏହାପରେ କୋଷ୍ଠା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସମସ୍ତ ବିଭାଗ ପରିଦର୍ଶନ କରିବା ସହିତ ସେଠାରେ ଉପସ୍ଥିତ ସମସ୍ତ ଡାକ୍ତର, ପାରାମେଡିକାଲ ଷ୍ଟାଫ, ଆଶାକର୍ମୀ ଏବଂ ରୋଗୀମାନଙ୍କ ସହିତ କଥା ହୋଇଥିଲେ ରାଜ୍ୟପାଳ । ସମସ୍ତ ସରକାରୀ ସୁବିଧା ଉପଲବ୍ଧ ହେଉଥିବା ନେଇ ସନ୍ତୋଷ ପ୍ରକାଶ କରିଥିଲେ । ପରେ ପରେ କୋଷ୍ଠା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ନିକଟସ୍ଥ ସାଲାସାହିରେ ଥିବା ଓରମାସ ସବାଇ କ୍ଲଷ୍ଟରର ସ୍ଵୟଂ ସହାୟକ ଗୋଷ୍ଠୀର ୨ଶହ ଜଣ ମହିଳାଙ୍କ କାର୍ଯ୍ୟ ଦେଖିଥିଲେ । ସବାଇ ଘାସରେ ତିଆରି ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଏବଂ ଗୃହ ଉପଯୋଗୀ ସାମଗ୍ରୀ ଦେଖି ରାଜ୍ୟପାଳ ଖୁସି ହୋଇଥିଲେ । ସେଠାରେ ନିଜ ବକ୍ତବ୍ୟ ରଖି ରାଜ୍ୟପାଳ କହିଥିଲେ , "ମାଆମାନେ ହେଉଛନ୍ତି ଦେଶର ଶକ୍ତି ଏବଂ ଦେଶର ଭବିଷ୍ୟତ । ସମସ୍ତ ନାରୀଙ୍କୁ ଶିକ୍ଷିତ ହେବା ଦରକାର ଏବଂ ଜଣେ ଶିକ୍ଷିତ ନାରୀ ହିଁ ପ୍ରତ୍ୟେକ ଘରର ମେରୁଦଣ୍ଡ ।"

Governor In Mayurbhanj

ଏହା ମଧ୍ୟ ପଢନ୍ତୁ...ରାଜ୍ୟପାଳଙ୍କ କେନ୍ଦୁଝର ଗସ୍ତ, ମହିଳା ଚାଷୀ ଓ ଏସଏଚଜି ମହିଳାଙ୍କୁ ଦେଲେ ପରାମର୍ଶ

ରାଜ୍ୟପାଳ ଆହୁରି ମଧ୍ୟ କହିଥିଲେ, "ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଉଚ୍ଚ ଶିକ୍ଷିତା ନାରୀ ଏବଂ ମୟୂରଭଞ୍ଜ ମାଟିର ଝିଅ । ରାଷ୍ଟ୍ରର ସର୍ବୋଚ୍ଚ ପଦବୀରେ ସ୍ଥାନିତ ଏବଂ ସେ କେବଳ ଜଣେ ନାରୀ ନୁହନ୍ତି ତ୍ୟାଗ ଏବଂ ଧୈର୍ଯ୍ୟର ଏକ ଜ୍ୱଳନ୍ତ ପ୍ରତୀକ ।" ଏହାପରେ ଶୁଳିଆପଦା ବ୍ଲକ ସ୍ଥିତ ବଡଢେଙ୍କିଆ ଗ୍ରାମଠାରେ ଚାଷୀମାନଙ୍କୁ ଉଦବୋଧନ ଦେବା ସହିତ ସେହି ଗ୍ରାମର ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ ରାଜ୍ୟପାଳ ।

ନିଜ ଅଭିଭାଷଣରେ ରାଜ୍ୟପାଳ କହିଥିଲେ, "ଚାଷ ଏବଂ ଚାଷୀ ହେଉଛନ୍ତି ଦେଶର ଅଭିବୃଦ୍ଧିର ମାନଦଣ୍ଡ । ଯେଉଁ ଦେଶର କୃଷକ ଯେତେ ସଶକ୍ତ ସେ ଦେଶର ଅର୍ଥନୀତି ସେତେ ସୁଦୃଢ ।" ରାଜ୍ୟପାଳଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଏସ ସୁଶ୍ରୀ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିଥିଲେ । ମଧ୍ୟାହ୍ନ ସମୟରେ ରାଜ୍ୟପାଳ ରଘୁବର ଦାସ ବାରିପଦା ସ୍ଥିତ ଶ୍ରୀହରି ବଳଦେବଜୀଉ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଜାମଶେଦପୁର ଅଭିମୁଖେ ଯାତ୍ରା କରିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details