ଓଡିଶା

odisha

ETV Bharat / state

ନିର୍ବାଚନ ପାଇଁ ଗଡ଼ ସଜାଡୁଛି ବିଜେଡ଼ି, ଭୁବନରେ ଘରେ ଘରେ ଶଙ୍ଖର ପ୍ରଶିକ୍ଷଣ ଶିବିର - dhenkanal news

BJD Workshop In Dhenkanal: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ଦଳର ସ୍ଥିତିକୁ ମଜବୁତ କରୁଛି । ଏଥିପାଇଁ କାମାକ୍ଷାନଗର ଏବଂ ଭୁବନରେ ଦଳ ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଅଧିକ ପଢନ୍ତୁ

ନିର୍ବାଚନ ପାଇଁ ଗଡ଼ ସଜାଡୁଛି ବିଜେଡ଼ି ,  ଭୁବନରେ ଘରେ ଘରେ ଶଙ୍ଖର ପ୍ରଶିକ୍ଷଣ ଶିବିର
ନିର୍ବାଚନ ପାଇଁ ଗଡ଼ ସଜାଡୁଛି ବିଜେଡ଼ି , ଭୁବନରେ ଘରେ ଘରେ ଶଙ୍ଖର ପ୍ରଶିକ୍ଷଣ ଶିବିର

By ETV Bharat Odisha Team

Published : Jan 29, 2024, 10:29 PM IST

ନିର୍ବାଚନ ପାଇଁ ଗଡ଼ ସଜାଡୁଛି ବିଜେଡ଼ି , ଭୁବନରେ ଘରେ ଘରେ ଶଙ୍ଖର ପ୍ରଶିକ୍ଷଣ ଶିବିର

ଢେଙ୍କାନାଳ:ଚଳିତ ବର୍ଷ ସଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି । ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି , ବିଜେପି ଏବଂ କଂଗ୍ରେସ ନେତାମାନେ ସେତିକି ତତ୍ପର ହୋଇପଡିଛନ୍ତି । ଫଳରେଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ବ୍ଲକରେ ବିଜେଡି ପକ୍ଷରୁ ରାଜ୍ୟ ସରକାରଙ୍କ ଜଣ କଲ୍ୟାଣ ବାର୍ତ୍ତା ପହଞ୍ଚାଇବାରେ ଲାଗି ପଡିଛନ୍ତି ନେତା । ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ପ୍ରମୁଖ ଅସ୍ତ୍ର ଭାବେ ପ୍ରୟୋଗ କରୁଛି ଦଳ । ଏହି କ୍ରମରେ ଢେଙ୍କାନାଳଜିଲ୍ଲାରେ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ତାଙ୍କ ନିର୍ବାଚନ ମଣ୍ଡଳୀ କାମାକ୍ଷାନଗର ଉପଖଣ୍ଡରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

ଏହାରି ଭିତରେ ଭୁବନରେ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ଘରେ ଘରେ ଶଙ୍ଖ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ଭୁବନ ବିଜୁ ଜନତା ଦଳ ତରଫରୁ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଘରେ ଘରେ ଶଙ୍ଖ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଶା ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ।

ଏହି ଅବସରରେ ସେ କହିଛନ୍ତି ," ଓଡିଶାର ବିକାଶକୁ ଆହୁରି ଆଗକୁ ନେବା ପାଇଁ ହେଲେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଆଜିଠାରୁ ଶପଥ ନେବା । ଏହା ସହିତ ବିଜୁ ଜନତା ଦଳ ତରଫରୁ ସରକାରଙ୍କ ଜନହିତକର ଯୋଜନାକୁ ଲୋକମାନଙ୍କ ନିକଟତର ପହଞ୍ଚାଇବା ପାଇଁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ଲକ୍ଷ । ଏଥିପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ ....ବିଜେଡିରେ ମିଶିଲେ ବରିଷ୍ଠ ନ୍ୟୁରୋସର୍ଜନ ଡଃ ପ୍ରତାପ ପାଣି

ଏହା ମଧ୍ୟ ପଢନ୍ତୁ....ବିଜେଡିରେ ସାମିଲ ହେଲେ ଖ୍ୟାତନାମା ଯାତ୍ରା ଓ ମଞ୍ଚ କଳାକାର

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ତଥା ଗ୍ରାମଞ୍ଚଳରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦିତ ବିଭିନ୍ନ ପ୍ରକଳ୍ପର ଅନୁଦାନ ସମ୍ପର୍କରେ ଲୋକମାନଙ୍କୁ ଆଲୋକପାତ କରାଯାଇଥିଲା । ଏହା ସହିତ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଓ ଗରିବ କଲ୍ୟାଣ ଯୋଜନାଗୁଡିକ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା ।ଏହି ଅବସରରେ ସମ୍ମାନିତ ଅତିଥିଭାବରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ଉପନଗର ପାଳିକା ମାନିନୀ ସାହୁ, ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ଉପାଧ୍ୟକ୍ଷା ସରୋଜିନୀ ଦ୍ବିବେଦୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଭୁବନ ବିଜୁ ଜନତାଦଳ ସଭାପତି ରମେଶ ଚନ୍ଦ୍ର ସାହୁ ସମେତ ବହୁ ଜନପ୍ରତିନିଧି ଯୋଗଦେଇଥିଲେ ।


ଇଟିଭି ଭାରତ, ଢେଙ୍କାନଳ

ABOUT THE AUTHOR

...view details