ଭୁବନେଶ୍ବର: ଓଡିଶା ମାଟି ତଳେ ରହିଛି କ୍ରିଟିକାଲ ମିନେରାଲ ଲିଥିୟମ୍ । ନୟାଗଡ ଜିଲ୍ଲାରେ ମାଟି ତଳେ ଲିଥିୟମ ରହିଥିବା ନେଇ ଦେଇଛି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (GSI)କୁ ସଙ୍କେତ ମିଳିଛି । ‘GSI’କୁ ସଙ୍କେତ ମିଳିବା ପରେ ଏନେଇ ପ୍ରାଥମିକ ସର୍ଭେ ଜାରି ରହିଛି । ସେପଟେ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଡ୍ରୋନ୍ ମାଧ୍ୟମରେ ଖଣିଜ ପଦାର୍ଥ ସନ୍ଧାନ ଅଭିଯାନ ଆରମ୍ଭ ହୋଇଛି ।
- ଓଡ଼ିଶାର ମାଟି ତଳେ ଲିଥିୟମ ସଂକେତ:
ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲଜି । AI କହିବ କେଉଁଠି ଅଛି କେଉଁ ଖଣି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଦୀର୍ଘ ବର୍ଷ ଧରି ବନ୍ଦ ଥିବା କନ୍ଧମାଳ, ମାଲକାନଗିରି ଭଳି ଦକ୍ଷିଣ-ଓଡ଼ିଶା ଜିଲ୍ଲାରେ ବି ଜୋର୍ ଧରିବ ଖଣିଜ ସର୍ଭେ । ଲିଥିୟମ୍, କପର ଭଳି କ୍ରିଟିକାଲ ମିନେରାଲ ଖୋଜା ଉପରେ ଗୁରୁତ୍ବ ଦେଉଛନ୍ତି ଭାରତ ସରକାର । ଓଡ଼ିଶାରେ ମଧ୍ଯ ଲିଥିୟମ ଖୋଜୁଛି ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ । ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ପାଇଛି GSI । କୋଣାର୍କରେ ହେବାକୁ ଥିବା ଦୁଇଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି GSIର ବୋର୍ଡ ବୈଠକ । ସବୁ ରାଜ୍ୟର ଖଣି, GSI ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ଓଡ଼ିଶାର ଖଣି ପରିଚାଳନା ସାରା ଦେଶ ପାଇଁ ମଡେଲ ହୋଇଛି । ପ୍ରାୟ ୫୦ ଭାଗ ଖଣିଜ ଯୋଗାଇ ଦେଶର ଖଣି ରାଜଧାନୀ ଭାବେ ପରିଚିତ ଓଡ଼ିଶାରେ ଏହି ବୈଠକ ଅନେକ ଗୁରୁତ୍ବବହନ କରୁଛି ବୋଲି କେନ୍ଦ୍ର ଖଣି ସଚିବ ଏଲ.କାନ୍ତା ରାଓ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଚୀନରେ ବିଶାଳ ସୁନା ଖଣି ଠାବ; 7ଲକ୍ଷ କୋଟି ଟଙ୍କାର ସୁନା ଗଚ୍ଛିତ |