ବରଗଡ଼:କୁଢକୁଢ ଅଳିଆ ଆବର୍ଜନା ପାଇଁ ଦୁର୍ଗନ୍ଧରେ ଫାଟି ପଡ଼ୁଛି ସାରା ପରିବେଶ । ସ୍ବାସ୍ଥ୍ୟ ବିଭାଗ ସ୍ବଚ୍ଛତାର ବାର୍ତ୍ତା ବାଣ୍ଟୁଥିବାବେଳେ ବରଗଡ ମୁଖ୍ୟ ଚିକିତ୍ସାଳୟ ଓଲଟା ଚିତ୍ର ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେବ ମେଡ଼ିକାଲ ପରିସରରେ ଅଳିଆ ଆବର୍ଜନା ପଡ଼ି ରହିଥିବାବେଳେ ଏଥିପ୍ରତି ପ୍ରଶାସନର ନଜର ପଡୁନାହିଁ ।ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୃଦ୍ଧିଜୀବୀ ।
ଦୁର୍ଗନ୍ଧରେ ଫାଟି ପଡ଼ୁଛି ସାରା ପରିବେଶ:
ବରଗଡ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଛି କୋରୋନା ପରୀକ୍ଷାଗାର ଏବଂ ଏହାର ସମ୍ମୁଖରେ ରହିଛି ବ୍ୟବଚ୍ଛେଦ ଗୃହ । ତାହାରି ପାଖରେ ଦୀର୍ଘ ଦିନରୁ ପଡି ରହିଛି କୁଢ଼ କୁଢ଼ ଆବର୍ଜନା । ଯାହାକି ବର୍ଷା ପାଣିରେ ଭିଜି ପୋକ ସାଲୁବାଲୁ ହୋଇ ଦୁର୍ଗନ୍ଧରେ ପରିବେଶ ଦୂଷିତ ହେଉଛି । ଏଠାରୁ ବ୍ୟାପକ ମଶା ଉତ୍ପତ୍ତି ହୋଇ ହସ୍ପିଟାଲ ସାରା ବ୍ୟାପିବାରେ ଲାଗିଛି । ପ୍ରତିଦିନ ହସ୍ପିଟାଲକୁ ହଜାର ହଜାର ରୋଗୀ ଆସୁଛନ୍ତି । ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ମେଲେରିଆ ଓ ଫାଇଲେରିଆ ବ୍ୟାପିବାର ଯେତେ ବିପଦ ରହିଛି ଏଠାକାର କର୍ମଚାରୀଙ୍କୁ ମଧ୍ୟ ସେତେ ଭୟ ରହିଛି । ତଥାପି ସ୍ୱାସ୍ଥ୍ୟ ବିଭାଗ ଜାଣି ଅଜଣା ପରି ଚେଇଁ ଶୋଇଛି । ମେଲେରିଆ ଓ ଫାଇଲେରିଆ ରୋଗର ନିବାରଣ ପାଇଁ ନିଜେ ସ୍ୱାସ୍ଥ୍ୟ ବିଭାଗ ସଚେତନ ନଥିବାବେଳେ ଆଜି ସାରା ସମାଜକୁ ସଚେତନତା କରିବାକୁ ବାହାରିଥିବା ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତିି," ପୌରପରିଷଦକୁ ଏହି ସମସ୍ୟା ଉପରେ ଅବଗତ କରାଯାଇଛି । "