ଓଡିଶା

odisha

ETV Bharat / state

Chikiti Tragedy: ଚିକିଟି ମଦମୃତ୍ୟୁ ପରେ ଆକ୍ସନ ମୋଡରେ ପ୍ରଶାସନ, ବିଭିନ୍ନ ସ୍ଥାନରେ ରେଡ୍, ମିଶୁଥିଲା କି ବିଷାକ୍ତ ଚେର ? - GANJAM HOOCH TRAGEDY RAID - GANJAM HOOCH TRAGEDY RAID

Ganjam Chikiti Hooch Tragedy Raid: ଚିକିଟି ମଦମୃତ୍ୟୁ ଘଟଣା ପରେ ଆଖପାଖ ଅଞ୍ଚଳରେ ଚାଲିଛି ଘନ ଘନ ରେଡ୍। ମଦ ପ୍ରସ୍ତୁତି ବେଳେ ଅଜଣା ଗଛର ଚେର ମିଶିବା କଥା ଶୁଣିବାକୁ ମିଳିଛି । ଯାହାର ଛାନଭିନ ଚଳାଇଛି ପୋଲିସ । ଅଧିକ ପଢନ୍ତୁ,

Hooch Tragedy
Hooch Tragedy (ETV Bharat Odisha)

By ETV Bharat Odisha Team

Published : Aug 29, 2024, 9:58 AM IST

Updated : Aug 29, 2024, 10:26 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାଚିକିଟି ମଦମୃତ୍ୟୁ ଘଟଣାରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗ । ଅଭିଯୁକ୍ତମାନେଙ୍କୁ ଗିରଫ ସହ ପୋଲିସ ଜାରି ରଖିଛି ଦେଶୀ ମଦ ଧରପଗଡ ଅଭିଯାନ । ବର୍ତ୍ତମାନ ସୁଦ୍ଧା 11 ଜଣ ଗିରଫ ହୋଇଥିବା ଜଣାପଡ଼ିଛି । ଆଖପାଖ ଅଞ୍ଚଳରେ ଚାଲିଛି ଘନ ଘନ ଚଢ଼ାଉ । ମଦ ପ୍ରସ୍ତୁତି ବେଳେ ଅଜଣା ଗଛର ଚେର ମିଶିବା କଥା ଶୁଣିବାକୁ ମିଳିଛି । ଯାହାର ଛାନଭିନ ଚଳାଇଛି ପୋଲିସ ଟିମ୍ ।

Hooch Tragedy (ETV Bharat Odisha)

ଦେଶୀ ମଦ ଧରପଗଡ ଅଭିଯାନ:
ରାଜ୍ୟ ପୋଲିସ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟରେ ଚାଲିଛି ଦେଶୀ ମଦ ଧରପଗଡ ଅଭିଯାନ। ବ୍ରହ୍ମପୁର ପୋଲିସ ଜିଲ୍ଲାର ଚିକିଟି,ଦିଗପହଣ୍ଡି ଏବଂ ଜରଡା ଆଦି ଅଞ୍ଚଳରେ ମଦ ପ୍ରସ୍ତୁତ ପାଇଁ ଗଚ୍ଛିତ ରହିଥିବା ପୋଚକୁ ନଷ୍ଟ କରିବା ସହିତ ମଦ ଧରପଗଡ ଅଭିଯାନ ଜାରି ରଖିଛି । ବ୍ରହ୍ମପୁରର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଦାୟିତ୍ୱରେ ରହିଥିବା ଡକ୍ଟର ସାର୍ଥକ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଯେଉଁ 9 ଜଣ ଗିରଫ ହୋଇଛନ୍ତି ସେମାନେ ମଦ ଯୋଗାଇଥିଲେ ଏବଂ ମଦ ବିକ୍ରି କରିଥିଲେ । ଏହି ଘଟଣାରେ ସମସ୍ତଙ୍କୁ ନଜରରେ ରଖାଯାଇଛି । ଚିକିଟି ମଦମୃତ୍ୟୁ ଘଟଣାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ 3 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେବି ଦୁଇ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।"

Hooch Tragedy (ETV Bharat Odisha)

ମଦରେ ମିଶିଥିଲା କି ବିଷାକ୍ତ ଚେର ?

ସେପଟେ ମଦ ପ୍ରସ୍ତୁତ ହେବା ପରେ ସେଥିରେ ସ୍ଥାନୀୟ ଅଞ୍ଚଳର ଚେର ପକାଯିବା ଘଟଣାରେ ଗିରଫ ଅଭିଯୁକ୍ତମାନେ ସ୍ୱୀକାର କରିଥିବା ଚର୍ଚ୍ଚା ହେଉଛି । ହେଲେ ସେଭଳି କୌଣସି ଚେର ହସ୍ତଗତ ହୋଇନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ଦେଶୀ ମଦ ପ୍ରସ୍ତୁତ କରାଯିବା ପରେ କେତେ ପରିମାଣରେ ସେହି ଚେର ପକାଯାଉଥିଲା ତାହାକୁ ଖୋଜା ଚାଲିଥିବାବେଳେ ଜବତ ହୋଇଥିବା ନମୁନା ଏବଂ ମୃତକଙ୍କର ଭିସାରା ରିପୋର୍ଟରୁ ଏହା ସ୍ପଷ୍ଟ ହେବ ବୋଲି କୁହାଯାଇଛି।

Hooch Tragedy (ETV Bharat Odisha)

ପୋଲିସ ଓ ଅବକାରୀ ବିଭାଗ ଚଢାଉ:
ଏହି ଘଟଣା ପରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଉଥିବାବେଳେ 15 ରୁ 17 ଟି ଅବକାରୀ ମାମଲା ରୁଜୁ ହୋଇଛି । ସେହିପରି ନିୟମିତ ଭାବରେ 1 ହଜାରରୁ 2 ହଜାର ଲିଟର ମଦ ପୋଚ ନଷ୍ଟ କରାଯାଉଛି ।

ଏହା ବି ପଢନ୍ତୁ...ଗଞ୍ଜାମ ମଦମୃତ୍ୟୁର ଚାଲିଛି କାରଣ ଖୋଜା: ଶାସକ-ବିରୋଧୀ ମୁହାଁମୁହିଁ, ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଚଳ ଗୃହ - Ganjam hooch tragedy

ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ଚିକିଟି ବ୍ଳକ ମାଉନ୍ଦପୁର ଗ୍ରାମରେ ବିଷାକ୍ତ ମଦ ପିଇ ଗତ 20 ତାରିଖରୁ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ 16 ଜଣ ଅସୁସ୍ଥ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତୀ ହୋଇଥିବା ବେଳେ ଏବେବି ଅନେକ ଚିକିତ୍ସାଧୀନ ରହିଛନ୍ତି । ସେପଟେ ଅନ୍ୟ ଅସୁସ୍ଥଙ୍କ ସ୍ଵାସ୍ଥ୍ୟବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି । ମଦମୃତ୍ୟୁ ଘଟଣାରେ ଗିରଫ ସଂଖ୍ୟା ୧୧ ହୋଇଥିବାବେଳେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ଼ କରୁଛି ପୋଲିସ । ଗ୍ରାମାଞ୍ଚଳ, ଅପହଞ୍ଚ ଇଲାକା ଏବଂ ଦୁର୍ଗମ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଉଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 29, 2024, 10:26 AM IST

ABOUT THE AUTHOR

...view details