ଓଡିଶା

odisha

ETV Bharat / state

ଠକ ପାର୍ଟନରଙ୍କ ନାଁରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ, ମିଳିଲା ଯୁବତୀ ଚାଲାଣ ସୁରାକ - WOMEN TRAFFICKING

ଠକ ଦମ୍ପତି ଅନିଲ ଓ ହଂସିତାଙ୍କ ନାଁରେ ପୁଣି ଅଭିଯୋଗ । ରାଜଧାନୀରେ କରୁଥିଲେ ଯୁବତୀ ଚାଲାଣ । ତଦନ୍ତ ବେଳେ ପୋଲିସ ହାତରେ ଲାଗିଲା ସୁରାକ ।

Infocity Police Station
Infocity Police Station (ETV Bharat Odisha)

By ETV Bharat Odisha Team

Published : Jan 19, 2025, 10:54 PM IST

ଭୁବନେଶ୍ବର:ଠକ ପାର୍ଟନର ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସା ବିରୋଧରେ ଆଉ ଏକ ସାଙ୍ଘାତିକ ଅଭିଯୋଗ। ରାଜଧାନୀରେ ଯୁବତୀ ଚାଲାଣ କରୁଥିବା ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ। ଏନେଇ ଉଭୟ ଠକ ପାର୍ଟନରଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରିଛି ପୋଲିସ।

ଠକ ଦମ୍ପତିଙ୍କ ନାଁରେ ଆଉ ଏକ ଅଭିଯୋଗ:

ଇନଫୋସିଟି ଥାନାରେ ଦାୟର ହୋଇଥିବା ଏତଲା ନମ୍ବର 14/25 ଆଧାରରେ ଆଉ ଏକ ମାମଲା ରୁଜୁ ହୋଇଛି । ଯେଉଁଠି ଉଭୟ ଠକ ପାର୍ଟନର ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ବିରୋଧରେ ଲାଗିଛି । ଏକ ଭୟଙ୍କର ଷଡଯନ୍ତ୍ର ରଚିବା ଆଧାରରେ IPCର ଦଫା 120B ରେ ଷଡ଼ଯନ୍ତ୍ର , ଅନ୍ୟର ଅଶ୍ଳୀଳ ଫଟୋକୁ ମୋବାଇଲ ବା ଇଲୋକ୍ଟ୍ରୋନିକ ଡିଭାଇସ ବ୍ୟବହାର କରି ଫଟୋକୁ ସେୟାର କରିବା ଆଧାରରେ ଆଇଟି ଆକ୍ଟରେ ଧାରା-୬୭ ଏବଂ ଯୁବତୀ ଚାଲାଣ କରିବା ଭଳି ସାଙ୍ଘାତିକ ଦଫା ଟ୍ରାଫିକିଂ ଆକ୍ଟ ୨୦୦୦ର ଧାରା ୫ରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ । ଏହି ଘଟଣାର ତଦନ୍ତ କରୁଥିବା ସ୍ପେଶାଲ କ୍ରାଇମ ୟୁନିଟର ଇନ୍ସପେକ୍ଟର ମାନସ ସ୍ବାଇଁଙ୍କ ଦ୍ବାରା ଅଭିଯୋଗ କରାଯାଇଛି । ଅର୍ଥାତ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି ।

Infocity Police Station (ETV Bharat Odisha)

ସ୍ପେଶାଲ କ୍ରାଇମ୍ ୟୁନିଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହଂସିତା ଓ ଅନିଲଙ୍କ ମୋବାଇଲର ତଥ୍ୟ ଆଧାରରେ ତଦନ୍ତ କରୁଛନ୍ତି ତଦନ୍ତକାରୀ ଟିମ୍ । ସ୍ପେଶାଲ କ୍ରାଇମ ୟୁନିଟର ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ହଂସିତାଙ୍କ ମୋବାଇଲରୁ ହୋଇଥିବା କିଛି ମେସେଜ ଓ ଚାଟିଂ। ଯେଉଁଥିରେ ସେ ଝାଡଖଣ୍ଡରୁ ଯୁବତୀ ଆଣି ରାଜଧାନୀରେ ଚାଲାଣ କରୁଥିଲେ। ଏକ ବ୍ୟବସ୍ଥିତ ଢଙ୍ଗରେ ସେକ୍ସ ରାକେଟ ଚଳାଉଥିବା ନେଇ ପୋଲିସ ସେମାନଙ୍କ ଚାଟରୁ ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ । ଏପରିକି କିଛି ବଡବଡିଆଙ୍କୁ ମଧ୍ୟ ଯୁବତୀଙ୍କ ଅଶ୍ଳୀଳ ଫଟୋ ପଠାଇ ଥିବା ପୋଲିସ ଦେଖିବାକୁ ପାଇଛି । ଏପରି ପ୍ରମାଣ ଆଧାରରେ ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି ।

ଏହା ବି ପଢନ୍ତୁ...

ଖୋଲୁଛି ଠକ ପାର୍ଟନରଙ୍କ ଠକେଇ ପେଡି, ସାମ୍ନାକୁ ଆସୁଛି ହଂସିତାଙ୍କ ଜମି ଜବରଦଖଲ କାହାଣୀ

ଏହା ବି ପଢନ୍ତୁ...ଦାମୀ କାରରେ ବୁଲୁଥିଲେ ଠକ ପାର୍ଟନର, 3 କାର ସିଜ୍‌ କଲା ପୋଲିସ

ଏହା ବି ପଢନ୍ତୁ...ଠକ ପାର୍ଟନରଙ୍କ ଘରେ ଇନକମ୍ ଟ୍ୟାକ୍ସ, ଓଡ଼ିଶା ସମେତ 12ଟି ସ୍ଥାନରେ ଚଢ଼ାଉ ଜାରି

ସ୍ପେଶାଲ କ୍ରାଇମ୍ ୟୁନିଟ ହାତରେ ସାଙ୍ଘାତିକ ତଥ୍ୟ:
କହିରଖୁଛୁ, ହାଇପ୍ରୋଫାଇଲ ଠକ ପାର୍ଟନର ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଚିବ ପିକେ ମିଶ୍ରଙ୍କ ଝିଅ ଜ୍ବାଇଁଙ୍କ ପରିଚୟ ଦେଇ ଅନେକଙ୍କୁ ଠକେଇ କରିଥିଲେ । ଏହି ମାମଲାରେ ଦୁଇ ଅଭିଯୁକ୍ତ ପୁର୍ବରୁ ପୋଲିସ ଗିରଫ କରିଥିଲା‌। ଯେଉଁମାନେ ଏବେ ବିଚାର ବିଭାଗୀୟ ହାଜତରେ ଝାରପଡ଼ା ଜେଲରେ ଅଛନ୍ତି । ପୂର୍ବରୁ ଇନଫୋସିଟି ଥାନା ପକ୍ଷରୁ ଜଣେ ବ୍ୟବସାୟୀଙ୍କୁ ଠକେଇ ପାଇଁ ମେଲ ପଠାଇ ବ୍ଲାକ ମେଲ କରୁଥିବାବେଳେ ସେମାନଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । IT ଆକ୍ଟ 2000 ସେକ୍ସନ 67 ଅନୁସାରେ, କୌଣସି ବ୍ୟକ୍ତିଙ୍କୁ ଅପରାଧିକ ଉଦ୍ଦେଶ୍ୟରେ ତାର ଅଶ୍ଳୀଳ ଫଟୋ ପଠାଇବା ବା ଏଡିଟ୍ କରି ଅପବ୍ୟବହାର କଲେ 3ବର୍ଷ ପର୍ଯ୍ୟନ୍ତ ଜେଲ ସହ 5ଲକ୍ଷ ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିଛି । ସେହିପରି ମାନବ ଚାଲାଣ ମାମଲାରେ 3 ବର୍ଷରୁ 7 ବର୍ଷ ପର୍ଯ୍ୟନ୍ତ ଦଣ୍ଡର ପ୍ରାବଧାନ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details