ଓଡିଶା

odisha

ETV Bharat / state

ଭୋଟ ନଦେବାରୁ ଗାଁରୁ ବାସନ୍ଦ, ନ୍ୟାୟ ମାଗୁଛନ୍ତି ପରିବାର - FOUR FAMILIES SOCIAL BOYCOTT

ଭୋଟ ଦେଲେନି ବୋଲି ଗାଁରୁ ବାସନ୍ଦ ହେଲେ ୪ଟି ପରିବାର । ନ୍ୟାୟ ଦାବିରେ ନିମାପଡ଼ା ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ବାସନ୍ଦ ପରିବାର ।

four families social boycott in nimapara
four families social boycott in nimapara (ETV Bharat Odisha)

By ETV Bharat Odisha Team

Published : Nov 26, 2024, 5:58 PM IST

ନିମାପଡ଼ା:ଆଜି ବି ରହିଛି ସାମାଜିକ ବାସନ୍ଦ ପ୍ରଥା । ଭୋଟ ଦେଲେନି ବୋଲି ଗାଁରୁ ବାସନ୍ଦ ହେଲେ ୪ଟି ପରିବାର । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ପାଳଶ୍ରୀ ଗ୍ରାମରେ । ଗତ ବିଧାନସଭା ନିର୍ବାଚନରେ ଗାଁ କମିଟି ଦ୍ବାରା ସମର୍ଥିତ ପ୍ରାର୍ଥୀକୁ ଭୋଟ ନଦେବାରୁ ଗାଁରୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି (ସୋମବାର) ଉକ୍ତ ପରିବାର ସଦସ୍ୟମାନେ ନ୍ୟାୟ ଦାବିରେ ନିମାପଡା ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

ଚାରି ପରିବାରକୁ ସାମାଜିକ ବାସନ୍ଦ:

ସୂଚନାଯୋଗ୍ୟ, ନିମାପଡା ନିର୍ବାଚନ ମଣ୍ଡଳୀ ଚାରିଛକ ଥାନା ଅନ୍ତର୍ଗତ ପାଳଶ୍ରୀ ଗ୍ରାମର ୪ଟି ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗତ ବିଧାନସଭା ନିର୍ବାଚନରେ ପାଳଶ୍ରୀ ଗ୍ରାମ୍ୟ କମିଟି ଦ୍ବାରା ସମର୍ଥିତ ପ୍ରାର୍ଥୀ ତଥା ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ନଦେବାରୁ ଏହି ୪ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି । ଗାଁରେ କୌଣସି କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯାଉନାହିଁ । ଅନ୍ୟ ଲୋକଙ୍କ ସହ ମିଶିବା ପାଇଁ ବାରଣ କରାଯାଇଛି ।

four families social boycott in nimapara (ETV Bharat Odisha)

ମନ୍ଦିରକୁ ଯିବା ମନା !

ଏପରି କି ମନ୍ଦିର, କ୍ଷୀର ଦୋକାନ, ପିଲାଙ୍କ ଟ୍ୟୁସନ ଇତ୍ୟାଦିକୁ ମଧ୍ୟ ବାରଣ କରାଯାଇଛି । ୪ଟି ପରିବାରର ପ୍ରାୟ ୨୦ ଜଣ ଲୋକ ଏହି ନିର୍ଯାତନାର ଶିକାର ହେଉଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଥିବାବେଳେ ନ୍ୟାୟ ଦାବିରେ ନିମାପଡ଼ା ତହସିଲଦାର କାର୍ଯ୍ୟାଳୟ ଆଗରେ ଧାରଣ ଦେଇଛନ୍ତି । ଯଦି ପ୍ରଶାସନ ପକ୍ଷରୁ ନ୍ୟାୟ ନମିଳେ, ତାହାଲେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

four families social boycott in nimapara (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...କେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ

ଏହା ମଧ୍ୟ ପଢନ୍ତୁ ...ମସଜିଦ ସର୍ଭେକୁ ନେଇ ହିଂସା: ୩ ମୃତ, ଇଣ୍ଟରନେଟ ସେବା ବନ୍ଦ

ଏହା ମଧ୍ୟ ପଢନ୍ତୁ ...ଚା' ବିକି ପେଟ ପୋଷୁଛନ୍ତି ଅଭିନେତ୍ରୀ, ସହାୟତାର ହାତ ବଢାଇଲେ ହରିହର

ଏମିତି କହିଲେ ଅଭିଯୋଗକାରୀ :

four families social boycott in nimapara (ETV Bharat Odisha)

ଅଭିଯୋଗକାରୀ ମନମୋହନ ପ୍ରଧାନ କହିଛନ୍ତି," ଆମକୁ ପାଳଶ୍ରୀ ଗ୍ରାମରେ ଏକଘରିଆ କରାଯାଇଛି । କାରଣ ଗତ ସାଧାରଣ ନିର୍ବାଚନରେ ଗାଁର କିଛି ଲୋକ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ ଚାପ ପକାଇଥିଲେ । ହେଲେ ଆମେ ତାଙ୍କୁ କହିଥିଲୁ ଆମେ ସଚେତନ ନାଗରିକ । ଆମର ଭୋଟ ଦେବା ପାଇଁ ସ୍ବାଧୀନତା ରହିଛି । କାହା କଥାରେ ପରିଚାଳିତ ହୋଇ ଭୋଟ ଦେବୁ ନାହିଁ । ତେଣୁ ଆମକୁ ଗାଁକୁ ବାସନ୍ଦ କରାଯାଇଛି ।" ଏନେଇ ତହସିଲଦାର ବସନ୍ତ କୁମାର ହାତୀ କହିଛନ୍ତି,"ମୋ ପାଖକୁ ବର୍ତ୍ତମାନ ଅଭିଯୋଗ ଆସିଲା । ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ,ନିମାପଡ଼ା

ABOUT THE AUTHOR

...view details