ଓଡିଶା

odisha

By ETV Bharat Odisha Team

Published : Jun 28, 2024, 5:41 PM IST

Updated : Jun 28, 2024, 6:04 PM IST

ETV Bharat / state

ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ: ରଥଯାତ୍ରାଠୁ ବଜେଟ, ସାମ୍ନା କରିବେ ଏସବୁ ଚ୍ୟାଲେଞ୍ଜ - Manoj Ahuja New Chief Secretary

Manoj Ahuja new Chief Secretary of Odisha: ସବୁ କଳ୍ପନା ଜଳ୍ପନାର ଅନ୍ତ । ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହେଲେ ମନୋଜ ଆହୁଜା । ଅଧିକ ପଢନ୍ତୁ

ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହେଲେ ମନୋଜ ଆହୁଜା
ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହେଲେ ମନୋଜ ଆହୁଜା (ETV Bharat Odisha)

ଭୁବନେଶ୍ବର: ସବୁ ଚର୍ଚ୍ଚାର ଅବସାନ । ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେଲେ ବରିଷ୍ଠ IAS ମନୋଜ ଆହୁଜା । ନିକଟରେ ଆହୁଜା ଡେପ୍ୟୁଟେସନ ସାରି ଓଡିଶା ଫେରିଛନ୍ତି । ତାଙ୍କର ନିଯୁକ୍ତି ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମନୋଜ ଆହୁଜା 1990 ବ୍ୟାଚର ବରିଷ୍ଠ ଆଇଏସଏସ ଅଫିସର ଅଟନ୍ତି । ନିକଟରେ ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ସଚିବ ଥିଲେ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଆସନ୍ତା 30 ତାରିଖରେ ଶେଷ ହେବା ପରେ ଆହୁଜା ଦାୟିତ୍ବ ଗ୍ରହଣ କରିବେ । ଏହାପରେ ସେ ନିଜର ନୂଆ ଟିମ ଗଠନ କରିବେ ।

ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହେଲେ ମନୋଜ ଆହୁଜା (ETV Bharat Odisha)

ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ସରିବା ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ, ସେନେଇ ଚର୍ଚ୍ଚା ଓ ଆଲୋଚନା ଜାରି ରହିଥିଲା । ନୂଆ ମୁଖ୍ୟ ଶାସନ ସଚିବ ରେସରେ ଅନେକ ବରିଷ୍ଠ ଅଧିକାରୀ ରହିଥିଲେ ମଧ୍ୟ ମନୋଜ ଆହୁଜାଙ୍କ ନାଁ ସର୍ବାଗ୍ରେ ଥିଲା । 1990 ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଓଡ଼ିଶା ଫେରିବା ନେଇ କ୍ୟାବିନେଟ ମଞ୍ଜୁରୀ ପରେ ଏହି ଚର୍ଚ୍ଚା ଜୋର ଧରିଥିଲା ।

ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହେଲେ ମନୋଜ ଆହୁଜା (ETV Bharat Odisha)

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ପଦରେ ଥିବା ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରାଇବାକୁ ଓଡିଶା ସରକାର ଅନୁରୋଧ କରିଥିଲେ । ଆହୁଜା ଡିସେମ୍ବର ପହିଲାରେ ଅବସର ନେବାର ସମୟ ଧାର୍ଯ୍ୟ ହୋଇଛି । ସେମିତି ହେଲେ ସରକାରଙ୍କୁ 6 ମାସ ପରେ ପୁନର୍ବାର ଆଉ ଜଣେ ମୁଖ୍ୟ ଶାସନ ସଚିବ ଚୟନ କରିବାକୁ ପଡିବ । ନହେଲେ ମନୋଜଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ: କେଉଁଠି ଅଛନ୍ତି IPS ଆଶିଷ ସିଂ ? ଚିଠି ଲେଖି ଖୋଜୁଛି ଗୃହ ବିଭାଗ - Where Is IPS Officer Ashish Singh

ମନୋଜଙ୍କ ଆଗରେ ବଡ ଚ୍ୟାଲେଞ୍ଜ: ଜୁନ 30 ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଶେଷ ହେବ । ଜୁଲାଇ 1 ତାରିଖରେ ତାଙ୍କ ସ୍ଥାନରେ ମନୋଜ ଆହୁଜା ଦାୟିତ୍ବ ଗ୍ରହଣ କରିବେ । ମନୋଜ ଦାୟିତ୍ବ ନେବା ପରେ ରାଜ୍ୟରେ ବଡ଼ଧରଣର ପ୍ରଶାସନିକ ଅଦଳବଦଳ ହୋଇପାରେ ବୋଲି ଆକଳନ କରାଯାଉଛି । ମନୋଜଙ୍କ କାନ୍ଧରେ ବହୁ ଗୁରୁ ଦାୟିତ୍ବ ରହିବ । ମହାପ୍ରଭୁଙ୍କ ରଥଯାତ୍ରା, ବଜେଟ ପ୍ରସ୍ତୁତି, ନୂଆ ସରକାର ସହ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟ ତାଙ୍କ ଲାଗି ଚ୍ୟାଲେଞ୍ଜ ହେବ ।

ମୋହନଙ୍କ ପ୍ରିୟ ମନୋଜ ଆହୁଜା: ଜୁନ ୩୦ ତାରିଖରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଗତ ନବୀନ ସରକାରଙ୍କ ସମୟରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜାନୁଆରୀରୁ ପୁଣି ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା । ପ୍ରଦୀପଙ୍କ କାର୍ଯ୍ୟକାଳ ଆହୁରି ୬ ମାସ ବଢିବା ନେଇ ଆଲୋଚନା ହେଉଥିଲା । କିନ୍ତୁ ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ନେଇ ଦିଲ୍ଲୀରୁ ସୂଚନା ଆସିବା ପରେ ତାଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଦାୟିତ୍ବ ଦିଆଯିବା ନେଇ ଆକଳନ କରାଯାଉଥିଲା । ଯାହାକି ଆଜି ସତ ହୋଇଛି । ସେପଟେ ମୁଖ୍ୟ ଶାସନ ସଚିବ ରେସ୍‌ରେ ଅନେକ ଆଇପିଏସ ଥିବା ବେଳେ ମନୋଜଙ୍କ ନାଁରେ ବାଜିଛି ମୋହର । ମୋହନଙ୍କ ପ୍ରିୟ ମନୋଜ ବୋଲି ଏବେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 28, 2024, 6:04 PM IST

ABOUT THE AUTHOR

...view details