ଓଡିଶା

odisha

ETV Bharat / state

ବରିଷ୍ଠ ନେତା ଦାମୋଦର ରାଉତ ଗୁରୁତର - Damodar Rout Critical

Damodar Rout Critical With Brain Dead: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କର ବ୍ରେନ ଡେଡ୍ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Damodar Rout
Damodar Rout

By ETV Bharat Odisha Team

Published : Mar 21, 2024, 12:51 PM IST

ଭୁବନେଶ୍ବର:ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର । ଗତ ୧୮ ତାରିଖରେ ଦାମଙ୍କୁ ହୃଦଘାତ ହୋଇଥିବା ବେଳେ ତାଙ୍କ ବ୍ରେନ ଡେଡ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଦାମୋଦର ରାଉତ । ପ୍ରକାଶଥାଉକି, ଗତ 18 ତାରିଖରେ ଦାମଦୋର ରାଉତଙ୍କୁ ହୃଦଘାତ ହୋଇଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି । ତେବେ ଗୁରୁତର ଅବସ୍ଥାରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:ବହିଷ୍କାର ଆଦେଶ ଆଉ ଟିକେ ଆଗରୁ ଉଠିଥିଲେ ଭଲ ହୋଇଥାନ୍ତା: ସମ୍ବିତ ରାଉତରାୟ

ହୃଦଘାତ ପରେ ବ୍ରେନ ଡେଡ୍‌ରେ ଗୁରୁତର ହେବା କାରଣରୁୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ନେଇ ସୂଚନା ମିଳିଛି । ନିକଟରେ ସୁସ୍ଥ ହୋଇ ଘରକୁ ଫେରିଥିବା ଦାମୋଦରଙ୍କୁ ଗତ ୧୮ ତାରିଖରେ ହୃଦଘାତ ହୋଇଥିଲା । ତେବେ ଏହା ପରେ ଦାମୋଦରଙ୍କର ବ୍ରେନ ଡେଡ ହୋଇଥିବା ଜଣାପଡିଛି । ଗତ ବର୍ଷ ଡିସେମ୍ବର ମାସରେ ବୟସାଧିକ କାରଣରୁ ଦାମୋଦରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ତାଙ୍କର କିଡନୀ ଜନିତ ସମସ୍ୟା ମଧ୍ୟ ଥିଲା । ତେବେ ସେ ଡାକ୍ତରଙ୍କ ସହ ଯୋଗାଯୋଗରେ ରହିଥିବା ବେଳେ ଘରକୁ ଫେରିଥିଲେ । କିନ୍ତୁ ତାଙ୍କର ଡାଇଲୋସିସ ଚାଲୁଥିଲା । ତେବେ ବର୍ତ୍ତମାନ ବ୍ରେଡ ଡେଡ୍‌ରେ ପୀଡିତ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଦାମଙ୍କ ଉପରୁ ବହିଷ୍କାର ହଟିବା ପରେ ଭୋ ଭୋ କାନ୍ଦିଲେ ପୁଅ ସମ୍ବିତ

ଦାମଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କ ଉପରୁ ବହିଷ୍କାର ଆଦେଶ ହଟାଇ ଦେଇଥିଲା ବିଜୁ ଜନତା ଦଳ । ନୂଆବର୍ଷରେ ଦଳର ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି ଏକ ନିଷ୍ପତ୍ତି ନେଇଥିଲେ । ୨୦୧୮ ମସିହାରେ ଦାମଦୋର ରାଉତଙ୍କୁ ଦଳରୁ ବହିଷ୍କୃତ କରିଥିଲେ ନବୀନ । ଓମଫେଡ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦାମୋଦର ସରକାରକୁ ଅଡୁଆରେ ପକାଇଥିଲେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଚାରା ରୋପଣରେ ଠକେଇ ହୋଇଥିବା ସେ ଅଭିଯୋଗ କରିଥିଲେ । ଏପରିକି ସେ ବାରମ୍ବାର କିଛି ପ୍ରଭାବଶାଳୀ ଅମଲା ଏବଂ ଦଳର କିଛି ଯୁବ ନେତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details