ଭୁବନେଶ୍ବର:ତମାଣ୍ଡୋରେ ଜମି ଦୁର୍ନୀତି ପଛରେ ଆଇପିଏସ ଲିଙ୍କ୍ ନେଇ ଖବର ପରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପୂର୍ବତନ IPS । ପୂର୍ବତନ ହୋମଗାର୍ଡ ଡିଜି ଏମ୍ ନାଗେଶ୍ବର ରାଓ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଏହି ଦୁର୍ନୀତି ସମ୍ପର୍କରେ ଇଓଡବ୍ଲୁରେ ସେ ଅଭିଯୋଗ କରିଥିଲେ । ହେଲେ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଏନେଇ ଚାପ ପକାଇ ଘଟଣାର ତଦନ୍ତ କରିନଥିଲେ ବରଂ ଚପାଇ ଦେଇଥିଲେ FIR କରିନଥିଲେ । ସେପଟେ ମୁହଁ ଖୋଲିଛନ୍ତି ସଞ୍ଜୀବ ମାରିକ । ସେ କହିଛନ୍ତି," ନାଗେଶ୍ବର ରାଓ ନିଜର ପୁରୁଣା ରାଗ ସୁଝାଇବାକୁ ଏଭଳି କରୁଛନ୍ତି ।"
ପୂର୍ବତନ ପୋଲିସ ଡିଜି ତଥା ଆପିଏସ ସଞ୍ଜୀବ ମାରିକ କହିଛନ୍ତି ଯେ, ନାଗେଶ୍ବର ରାଓଙ୍କ ବିରୋଧରେ ସେ ମାନହାନି ମକଦ୍ଦମା କରିବେ । କାରଣ ପୁରୁଣା ରାଗ ବୁଝାଇବାକୁ ଏଭଳି ବଦନାମ କରୁଛନ୍ତି । ଏମ୍ ନାଗେଶ୍ଵର ରାଓ CRPF ଆଇଜି ଥିବା ବେଳେ ସଞ୍ଜୀବ ମାରିକ ଏଡ଼ିଜି ଅପରେସନରେ ଥିଲେ । ସେହି ସମୟରେ କାଲିମେଳାରେ ଗୋଟିଏ ବାଟାଲିୟନର ହେଡକ୍ବାଟର କରିଥିଲେ ଏମ ନାଗେଶ୍ବର ।ଏନେଇ ସିନିୟର୍ ଅଫିସର ଭାବରେ ମାରିକ ମଧ୍ୟ ଏହାର ଆପ୍ରୁଭାଲ କରିଥିଲେ ।
ଯେହେତୁ ସେ ଏଡିଜି ଅପରେସନ ଥିଲେ, ତେଣୁ ଫୋର୍ସ ଡିପ୍ଲୋୟମେଣ୍ଟ ପାଇଁ ସେ କୋରାପୁଟରେ ଫୋର୍ସ ଚାହୁଁଥିଲେ । ଏନେଇ ସବୁ କମ୍ପାନୀ କୋରାପୁଟରେ ନିୟୋଜିତ ଥିବା ବେଳେ । ଆନ୍ଧ୍ର ବର୍ଡରରେ କାଲିମେଳାରେ ଏକ ନକ୍ସଲ ଆକ୍ରମଣରେ ଜଣେ ଡେପୁଟି କମାଣ୍ଡାଣ୍ଟ ପ୍ରାଣ ହରାଇଥିଲେ । ତେଣୁ ଡିଜି ସିଆରପିଏଫ କାରଣ ଦର୍ଶାଅ ମାଗିଥିଲେ । କାରଣ ଜାଣିବା ପରେ ଏମ ନାଗେଶ୍ବରଙ୍କୁ ୫ବର୍ଷ ସିଆରପିଏଫ ରହିବା ବଦଳରେ ସେ କିନ୍ତୁ ୩ବର୍ଷରେ ତାଙ୍କର ବଦଳି ହୋଇଥିଲା । ତେଣୁ ସେ ସବେଠୁ ରାଗ ରଖି ଏଭଳି କରୁଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଜମି ଦୁର୍ନୀତି ନେଇ ଇଓଡବ୍ଲୁରେ ସେ ଅଭିଯୋଗ କରିଥିଲେ । ତାର ଦୁଇ ଦିନ ପରେ ତାଙ୍କର ଅନ୍ୟତ୍ରକୁ ଟ୍ରାନସଫର ହୋଇଥିଲା । ଅର୍ଥାତ୍ ସେ ୫ନଭେମ୍ବର ୨୦୧୫ରେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଯାହାର ପ୍ରମାଣ ଇଓଡବ୍ଲୁ ଏସପିଙ୍କ ରିସିଭ କପି । ତାର ଦୁଇ ଦିନ ପରେ ଅର୍ଥାତ୍ ୮ନଭେମ୍ବର ୨୦୧୫ରେ ସଞ୍ଜୀବ ମାରିକ ଓଏସଆରଟିସିକୁ ବଦଳି ହୋଇଥିଲା । ତେଣୁ ସେ କିପରି ଚାପ ପକାଇଲେ ।