ଓଡିଶା

odisha

ETV Bharat / state

ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା, DFO ଦେବେନ୍ଦ୍ର ବେହେରା ନିଲମ୍ବିତ - Rayagada DFO suspended

ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ମାମଲାରେ ରାୟଗଡା ‘ଡିଏଫଓ’ ଦେବେନ୍ଦ୍ର ବେହେରାଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର । ‘ପିସି’ ମାଗି ନିର୍ଯାତନା ଦେଉଥିବାରୁ ସଞ୍ଜୟ ଆତ୍ମହତ୍ୟା କରିଥିବା ପରିବାରର ଅଭିଯୋଗ ।

By ETV Bharat Odisha Team

Published : 4 hours ago

ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା, DFO ଦେବେନ୍ଦ୍ର ବେହେରା ନିଲମ୍ବିତ
ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା, DFO ଦେବେନ୍ଦ୍ର ବେହେରା ନିଲମ୍ବିତ (ETV Bharat Odisha)

ଭାବନୀପାଟଣା: ସରକାରୀ କ୍ୱାଟରରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତ୍ୟୁ ଘଟଣାରେ ଚାକିରିରୁ ନିଲମ୍ବିତ ହେଲେ ରାୟଗଡା DFO ଦେବେନ୍ଦ୍ର ବେହେରା । ଡିଏଫଓଙ୍କ ବିରୋଧରେ ମାନସିକ ନିର୍ଯାତନା ପରି ସଙ୍ଗୀନ ଅଭିଯୋଗ ଆଣିଥିଲେ ମୃତ ଫରେଷ୍ଟରଙ୍କ ପରିବାର ସଦସ୍ୟ । ଏନେଇ ଭବାନୀପାଟଣା ଟାଉନ ଥାନା ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା-୧୦୮ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଗତକାଲି ଜଙ୍ଗଲ ଓ ପରିବେଶ ବିଭାଗ ‘ଡିଏଫଓ’ ଦେବେନ୍ଦ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ କାର୍ଯ୍ୟାଳୟ ନଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

  • କ’ଣ ଥିଲା ପୂରା ଘଟଣା:-

ଗତମାସ (ସେପ୍ଟେମ୍ବର)୧୮ତାରିଖରେ କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ସିଲଭି କଳଚର୍ ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତଦେହ ଭବାନୀପାଟଣା ସ୍ଥିତ ସରକାରୀ କ୍ୱାଟରରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡାଲ୍‌ ନୋଟ୍‌ ମଧ୍ୟ ଜବତ କରିଥିଲା । ଏଥିରେ ରାୟଗଡ଼ା ସିଲଭି କଳଚର DFO ଦେବେନ୍ଦ୍ର ବେହେରା ସଞ୍ଜୟଙ୍କୁ ମାନସିକ ନିର୍ଯାତନା ଦେଉଥିବା ସହ ବାରମ୍ବାର ‘ପିସି’ ମାଗିବା ପରେ ତାଙ୍କୁ ବଲାଙ୍ଗୀରକୁ ବଦଳି କରିଦେଇଥିଲେ ବୋଲି ଉଲ୍ଲେଖ ଥିବା ପରିବାର ସଦସ୍ୟ ଅଭିଯୋଗ କରିଥିଲେ । ଏନେଇ ‘ଡିଏଫଓ’ ଦେବେନ୍ଦ୍ରଙ୍କ ବିରୋଧରେ ମୃତ ଫରେଷ୍ଟରଙ୍କ ଭାଇ ରବି ନାରାୟଣ ନାୟକ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା ।

ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା, DFO ଦେବେନ୍ଦ୍ର ବେହେରା ନିଲମ୍ବିତ (ETV Bharat Odisha)
  • DFO ଲାଞ୍ଚ ମାଗି ମାନସିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ:-

ମୃତକଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ପୋଲିସ DFO ଦେବେନ୍ଦ୍ର ବେହେରାଙ୍କୁ ଥାନାରେ ହାଜର ହେବାକୁ ପାଇଁ ସମନ କରିଥିଲା । ମାତ୍ର DFO ପୋଲିସକୁ ସହଯୋଗ କରିବା ପରିବର୍ତ୍ତେ ଫେରାର ହୋଇଯାଇଥିଲେ । ପରେ DFO ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥଲେ । ହେଲେ କୋର୍ଟ ବେଲ୍‌ ପିଟିସନକୁ ଖାରଜ କରିବା ସହ ପୋଲିସକୁ ତଦନ୍ତରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ଦୁଇ ଦିନ ଧରି ପୋଲିସ୍ DFOଙ୍କୁ ବିଭିନ୍ନ ଦିଗକୁ ନେଇ ଜେରା କରିଥିବା ବେଳେ ଗତକାଲି ସରକାର ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଗତ ଦୁଇଦିନ ଧରି DFO ଭବାନୀପାଟଣା ଟାଉନ ଥାନାରେ ଜେରା ପାଇଁ ହାଜର ହୋଇଥିଲେ । ଗତକାଲି ଭବାନୀପାଟଣା ଟାଉନ ଥାନାରେ ପୋଲିସ ରାୟଗଡା ଏରିଆ ରେଞ୍ଜର ପ୍ରକାଶ ରଥ, DFO ଦେବେନ୍ଦ୍ର ବେହେରା, ଭୁବନେଶ୍ୱର ACF ସିଲଭି କଲଚର୍ ରଜନୀକାନ୍ତ ରାଉତଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଜେରା କରିଥିଲା ।

ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା, DFO ଦେବେନ୍ଦ୍ର ବେହେରା ନିଲମ୍ବିତ, ବନ ଅଧିକାରୀଙ୍କୁ ଜେରା (Etv Bharat Odish)

ଏହା ମଧ୍ୟ ପଢନ୍ତୁ:-ଫରେଷ୍ଟର୍ ସଞ୍ଜୟ ନାୟକ ମୃତ୍ୟୁ ଘଟଣା, ଆରମ୍ଭ ହେଲା ବିଭାଗୀୟ ତଦନ୍ତ - Forester Sanjay Nayak Death Case

ଏହା ମଧ୍ୟ ପଢନ୍ତୁ:- ବୌଦ୍ଧ-କନ୍ଧମାଳ-କଳାହାଣ୍ଡିରେ ନକ୍ସଲ ସକ୍ରିୟ, ଅପରେସନ ଜରିଆରେ କରାଯିବ ଦମନ: ଡିଆଇଜି - Naxalites in Southern Range

ଏହା ମଧ୍ୟ ପଢନ୍ତୁ:- ସୀମା ଟପିଲା ରାଗିଂ, ଛାତ୍ରଙ୍କୁ ମାଡମାରି ୨ ମହଲା କୋଠାରୁ ତଳକୁ ଠେଲିଦେଲେ - College Ragging

ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା, DFO ଦେବେନ୍ଦ୍ର ବେହେରା ନିଲମ୍ବିତ (Etv Bharat Odish)
  • ‘ମୁଁ ନିର୍ଦ୍ଦୋଷ, ମୋତେ ଅଯଥାରେ ଟଣାଯାଉଛି ’

ନିଲମ୍ବିତ ‘ଡିଏଫଓ’ ଦେବେନ୍ଦ୍ର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପ୍ରଥମ ଥର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି,‘‘ମୁଁ ନିର୍ଦ୍ଦୋଷ, ମୋତେ ଅଯଥାରେ ଏହି ଘଟଣାରେ ଟଣା ଯାଉଛି । ସୁସାଇଡାଲ୍‌ ନୋଟ୍‌ ବାବଦରେ ମୁଁ କିଛି ଜାଣିନାହିଁ । ତାଙ୍କ ପରିବାର ଲଗାଇଥିବା ଆରୋପ ସବୁ ମିଥ୍ୟା । ମୋ ନାମରେ FIR ହେବାରୁ ମୁଁ ବେଲ ପାଇଁ ଆବେଦନ କରିଥିଲି । ଫରେଷ୍ଟର କଳାହାଣ୍ଡିରେ ଚାକିରିରେ ରହିବାକୁ ଚାହୁଁଥିଲେ, ହେଲେ ମୁଁ ତାଙ୍କୁ ରିଲିଫ୍‌ କଲି । ସେଥିପାଇଁ ମୋତେ ତାଙ୍କ ପରିବାର ଦୋଷାରୋପ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।’’

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details