ଭୁବନେଶ୍ବର: ଶିମିଳିପାଳ ଫେରିବା ପରେ ସଫ୍ଟ ଏନକ୍ଲୋଜରେ ବୁଲୁଛି ମରାଠା ବାଘୁଣୀ ଜୀନତ । ତାକୁ ଯମୁନା ରହୁଥିବା ଏନକ୍ଲୋଜର ଭିତରେ ଛଡାଯାଇଛି । ଏବେ କିପରି ରହିଛି ତାହା ସ୍ବାସ୍ଥ୍ୟଅବସ୍ଥା । ଆଗକୁ ଜୀନତକୁ ନେଇ କଣ ନିଷ୍ପତ୍ତି ନେବେ ସରକାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଗଣେଶ ରାମ ସିଂ ଖୁଣ୍ଟିଆ ।
କେଉଁଠି ଛଡାଯିବ ଜୀନତକୁ ନିଆଯିବ ନିଷ୍ପତ୍ତି:
ଜୀନତର ସ୍ୱାସ୍ଥ୍ୟବସ୍ଥା ନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ କହିଛନ୍ତି, ‘ଜୀନତର ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି । ଓଡ଼ିଶା ଆସିବା ପରେ ବର୍ତ୍ତମାନ ଏନକ୍ଲୋଜର ରହିଛି । ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ହେଉଛି । ପରବର୍ତ୍ତୀ ମୁହୂର୍ତ୍ତରେ ଦକ୍ଷିଣ କିମ୍ବା ଉତ୍ତର ପାର୍ଶ୍ଵରେ ଛଡାଯିବ ନିଷ୍ପତ୍ତି ହେବ । ଦକ୍ଷିଣରେ ପରିବେଶ ଅନୁକୂଳ ଥିବା ବେଳେ ଯମୁନା ବର୍ତ୍ତମାନ ଦକ୍ଷିଣରେ ରହିଛି । ଜୀନତକୁ ବି ଦକ୍ଷିଣରେ ଛଡ଼ାଯାଇପାରେ। ଏ ସଂକ୍ରାନ୍ତରେ ପିସିସିଏଫ ଓ ସରକାରୀ ସ୍ତରରେ ନିଷ୍ପତ୍ତି ହେବ । ମୁଖ୍ୟମନ୍ତ୍ରୀଙ୍କୁ ଏ ବାବଦରେ ଜଣାଯିବା ପରେ ନିଷ୍ପତ୍ତି ହେବ । ବର୍ତ୍ତମାନ ଜିନତ ସବୁ ପ୍ରକାର କାର୍ଯ୍ୟ କରୁଛି, ଖାଇବା ସହ ଜଳକ୍ରୀଡା ମଧ୍ୟ କରୁଛି ।’
ଦୀର୍ଘ ୨୧ ଦିନ ଧରି ବନ ବିଭାଗକୁ ନାକେଦମ୍ କରିଥିଲା ଜୀନତ:
ବାଘୁଣୀ ଜୀନତ ଓଡ଼ିଶା ଛାଡି ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗ ସୀମାକୁ ପକାଇଥିଲା । ଯାହା ୩ରାଜ୍ୟର ବନ ବିଭାଗର ମିଳିତ ଉଦ୍ୟମରେ ବାଘୁଣୀକୁ ଟ୍ରାକ କରିବାକୁ ଉଦ୍ୟମ କରାଯାଇଥିଲା । ଯାହା ଜଙ୍ଗଲ ମଧ୍ୟରେ GPS ନେଟୱର୍କ ସବୁ ସ୍ଥାନରେ ନଥିବା କାରଣରୁ ଦୀର୍ଘ ସମୟ ଲାଗିଥିଲା । ତେବେ ଶେଷରେ ବାଘୁଣୀ ଧରିବାରେ ସଫଳ ହୋଇଥିଲା ବନ ବିଭାଗ । ବର୍ତ୍ତମାନ ବାଘୁଣୀ ସ୍ୱାସ୍ଥ୍ୟବସ୍ଥା ଉତ୍ତମ ରହିଥିବା ବେଳେ ବିଭିନ୍ନ ପ୍ରକାରର ଆକ୍ଟଭିଟି କରୁଛି ମଧ୍ୟ ।
ଏହା ମଧ୍ୟ ପଢନ୍ତୁ: |