ଭୁବନେଶ୍ବର:ଜଙ୍ଗଲୀ ଜୀବଜନ୍ତୁ ଉଦ୍ଧାର କରିବା ପାଇଁ ବନ ବିଭାଗକୁ ଆଉ ସଂଘର୍ଷ କରିବାକୁ ପଡିବନି । କାରଣ ପ୍ରାଣୀ ମଣିଷ ସଂଘର୍ଷ ରୋକିବା ପାଇଁ ଗଠନ ହୋଇଛି ରାପିଡ ରେସପନ୍ସ ଟିମ୍ । ଜଙ୍ଗଲରେ ଯଦି ଜୀବଜନ୍ତୁ କୌଣସି ଅସୁବିଧାରେ ଥିବେ ତେବେ ସେମାନଙ୍କୁ ଉଦ୍ଧାର କରିବ ଏହି ଟିମ । ଏଥିପାଇଁ ନନ୍ଦନକାନନ ପକ୍ଷରୁ ଉପଯୁକ୍ତ ଇକ୍ୟୁପମେଣ୍ଟ କିଣାଯାଇ ପ୍ରଦର୍ଶିତ କରାଯାଇଛି । ଏହା ସାହାଯ୍ୟରେ କଲ୍ ଆସିବା ମାତ୍ରେ ଘଣ୍ଟେରୁ ୨ ଘଣ୍ଟା ମଧ୍ୟରେ ସ୍ବତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚିବ ବୋଲି ଜଣାପଡ଼ିଛି ।
ତେବେ ଏହି ରାପିଡ ରେସପନ୍ସ ଟିମରେ ଓଡ଼ିଶାରେ ମୋଟ ୬ ଟିମ୍ ଗଠନ ହୋଇଛି । ଯେଉଁମାନେ ଟ୍ରେନିଂ ନେଉଛନ୍ତି । ନନ୍ଦନକାନନରେ ଗଠିତ ଟିମରେ ୧୦ ସଦସ୍ୟ ରହିବେ । ଆଜି ସେଥିପାଇଁ ସମସ୍ତ ଇକ୍ୟୁପମେଣ୍ଟ ସହ ମକଡ୍ରିଲ କରାଯାଇଛି । ପ୍ରାଣୀ ମଣିଷ ସଂଘର୍ଷ ରୋକିବାକୁ ବନ ବିଭାଗର ପ୍ରୟାସ କରାଯାଉଛି । ଆଜି ନନ୍ଦନକାନନରେ ୧୦୦ରୁ ଅଧିକ ଉପକରଣ ବ୍ୟବହାର ନେଇ ପ୍ରଶିକ୍ଷଣ ଦିଆଯାଇଛି । ୧୮ଟି ବନଖଣ୍ଡ ପାଇଁ ରାପିଡ଼ ରେସ୍ପସନ୍ସ ଟିମ ଗଠନ କରାଯାଇଛି । ଫୋନ ଆସିବାର ଘଣ୍ଟେରୁ ଦେଢ଼ ଘଣ୍ଟା ଭିତରେ ଏହି ଟିମ ଘଟଣାସ୍ଥଳକୁ ପହଞ୍ଚିଵ । ଏହି ସମସ୍ତ ଉପକରଣ ବ୍ୟବହାର ଫଳରେ ପ୍ରାଣୀଙ୍କୁ ଅଧିକ କ୍ଷତି ବି ପହଞ୍ଚିବ ନାହିଁ ।
ଏହା ବି ପଢନ୍ତୁ- ମନୁଷ୍ୟ-ପଶୁ ବିବାଦ ଘଟଣା: ଉତ୍ତରାଖଣ୍ଡର 22 ଜଣଙ୍କ ମୃତ୍ୟୁ