ଓଡିଶା

odisha

By ETV Bharat Odisha Team

Published : Feb 8, 2024, 3:51 PM IST

ETV Bharat / state

ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଂ

Odisha Hospital Ranking: ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଂ। ସ୍ଵାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର। ରାଜ୍ୟର ମେଡିକାଲ କଲେଜ, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ଉପ ଜିଲ୍ଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ରାଙ୍କିଂ ପ୍ରକାଶ ପାଇବ। ଅଧିକ ପଢନ୍ତୁ

Odisha
Odisha

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଂ। ସ୍ଵାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର। ରାଜ୍ୟର ମେଡିକାଲ କଲେଜ, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ଉପ ଜିଲ୍ଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ରାଙ୍କିଂ ପ୍ରକାଶ ପାଇବ। ଅନ୍ୟପଟେ ସ୍ଵାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର।

ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଂ। ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡିକାଲ କଲେଜ, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ଉପ ଜିଲ୍ଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ରାଙ୍କିଂ ପ୍ରକାଶ ପାଇବ। ଏନେଇ ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ - HMIS ବେଞ୍ଚମାର୍କ ଅନୁସାରେ ହସ୍ପିଟାଲର ଭିତ୍ତିଭୂମି ସମେତ ରୋଗୀ ସେବା, ରୋଗୀ ସନ୍ତୁଷ୍ଟିକରଣ, ବେଡ ଅକ୍ୟୁପାନ୍ସି, ସର୍ଜରୀ ସୁବିଧା, ଗୁଣବତ୍ତା ପ୍ରମାଣପତ୍ର ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଏହି ସରକାରୀ ହସ୍ପିଟାଲ ରାଙ୍କିଂ ପ୍ରସ୍ତୁତ ହୋଇଛି। ୨୦୨୦ -୨୧, ୨୦୨୧- ୨୨, ୨୦୨୨ -୨୩ ବର୍ଷ ପାଇଁ ପ୍ରକାଶ ପାଇବ ରାଙ୍କିଂ। ଏହାକୁ ନେଇ ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ହସ୍ପିଟାଲର ରାଙ୍କିଂ ପ୍ରକାଶ କରିବେ । କେନ୍ଦ୍ରର ଯେଉଁ ଭଳି ଭାବେ ହସ୍ପିଟାଲ ରାକିଂ କରାଯାଉଛି ସେହି ଭଳି ମଧ୍ୟ ରାଜ୍ୟରେ ଛୋଟ ହସ୍ପିଟାଲ ଠାରୁ ଆରମ୍ଭ କରି ବଡ଼ ହସ୍ପିଟାଲ ପର୍ଯ୍ୟନ୍ତ ରାଙ୍କିଂ କରାଯିବ।

ଅଧିକ ପଢନ୍ତୁ- ପିଏମପି ହସ୍ପିଟାଲ ଉଦଘାଟିତ; ମେଡିକାଲ କଲେଜରେ ପରିଣତ କରିବାରେ ସହଯୋଗ କରିବ କୋଲ ଇଣ୍ଡିଆ

ସ୍ଵାସ୍ଥ୍ୟସେବାରେ ଉତ୍କର୍ଷତା ପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର । ଆସନ୍ତା ୧୩ ତାରିଖରେ ଲୋକସେବା ଭବନରେ ଆୟୋଜିତ ହେବାକୁ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାମାରୀ କୋଭିଡ ସମୟରେ ଉତ୍ତମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ସେବା ଯୋଗାଇଥିବା ଡାକ୍ତର, ନର୍ସ, ଲାବ ଟେକ୍ନିସିଆନ, ହସ୍ପିଟାଲ ସମେତ ବିଭିନ୍ନ ବର୍ଗରେ ମୋଟ ୧୫୩ ଟି ପୁରସ୍କାର ଦିଆଯିବ । ଯାହା ଫଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆହୁରି ଉତ୍ତମ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ କର୍ମୀମାନେ ସହଯୋଗ କରିବେ। ଉନ୍ନତ ମାନର ଚିକିତ୍ସା ସାଙ୍ଗକୁ ରୋଗି ସେବାରେ ସନ୍ତୁଷ୍ଟି କୁ ନେଇ ମଧ୍ୟ ଉଚିତ ପଦକ୍ଷେପ ନେଇପାରନ୍ତି ସ୍ବାସ୍ଥ୍ୟକର୍ମୀ । ଏହି ପୁରସ୍କାର ପରଠାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details