ETV Bharat / sports

ଭାରତୀୟ ବୋଲରଙ୍କ ଆଟାକ୍‌ରେ ଘାଇଲା ବାଂଲା ବ୍ୟାଟର; ବିଜୟ ଦ୍ବାରରେ ଭାରତ - IND vs BAN Test - IND VS BAN TEST

IND vs BAN Test Day 5 : କାନପୁର ଟେଷ୍ଟ ବିଜୟ ଦ୍ବାରରେ ଭାରତ । 146 ରନରେ ଅଲ୍‌ଆଉଟ୍‌ ବାଂଲାଦେଶ । ଶେଷ ଦିନରେ ବିଜୟ ପାଇଁ ଭାରତକୁ ଆବଶ୍ୟକ କେବଳ 95 ରନ । ଅଧିକ ପଢ଼ନ୍ତୁ

IND vs BAN Test
IND vs BAN Test (IANS Photo)
author img

By ETV Bharat Sports Team

Published : Oct 1, 2024, 12:29 PM IST

Updated : Oct 1, 2024, 12:56 PM IST

କାନପୁର (ଉତ୍ତର ପ୍ରଦେଶ) : ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ବିଜୟ ଦ୍ବାରରେ ଭାରତ । 5ମ ଦିନ ଖେଳ ଆରମ୍ଭରୁ ବଂଲାଦେଶ ବ୍ୟାଟରଙ୍କୁ ଘାଇଲା କରିଥିଲେ ଭାରତୀୟ ବୋଲର । 4ର୍ଥ ଦିନ ଖେଳ ପରେ ଭାରତଠାରୁ 26 ରନ ପଛରେ ରହି 5ମ ଦିନ ବ୍ୟାଟିଂ ଆରମ୍ଭ କରିଥିଲା ବାଂଲାଦେଶ । ହେଲେ ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣରେ ବାଂଲା ବ୍ୟାଟରମାନେ ବେଶୀ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ଶେଷରେ କେବଳ 146 ରନରେ ସମସ୍ତ ୱିକେଟ ହରାଇଛି ବାଂଲାଦେଶ । ଏବେ ଆଜି ମ୍ୟାଚ୍‌ର ଅନ୍ତିମ ଦିବସରେ ଭାରତକୁ ବିଜୟ ପାଇଁ କେବଳ 95 ରନ ଆବଶ୍ୟକ ରହିଛି ।

ଦୁଇଦିନ ହୋଇପାରିନଥିଲା ଖେଳ :-

ଭାରତ ଓ ବାଂଲାଦେଶ ବିପକ୍ଷରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ କେବଳ 35 ଓଭର ବ୍ୟାଟିଂ ସମ୍ଭବ ହୋଇଥିଲା । କାନପୁରରେ ଲଗାତାର ବର୍ଷା କାରଣରୁ ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ପ୍ରଥମ ଦିନ ଖେଳ ଶେଷ ହୋଇଥିଲା । ମ୍ୟାଚ୍‌ରେ ଟସ୍‌ ପଡ଼ିବାରେ ମଧ୍ୟ ବିଳମ୍ବ ହୋଇଥିଲା । ବର୍ଷା କାରଣରୁ ଲଞ୍ଚ ବ୍ରେକ୍‌ ମଧ୍ୟ ଶୀଘ୍ର ହୋଇଥିଲା । ଶେଷରେ ପୁଣିଥରେ ବର୍ଷା ବ୍ୟାଘାତ କାରଣରୁ ଖେଳକୁ ଶୀଘ୍ର ଶେଷ କରିଦିଆଯାଇଥିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ 35 ଓଭର ବ୍ୟାଟିଂ କରିବା ସହ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ ସ୍କୋର କରିଥିଲା । ଏହାପରେ କାନପୁରରେ ଲଗାଣ ବର୍ଷା କାରଣରୁ ଦ୍ବିତୀୟ ଓ ତୃତୀୟ ଦିନ ଖେଳ ଅସମ୍ଭବ ହୋଇଥିଲା ।

4ର୍ଥ ଦିନ ଟେଷ୍ଟରେ ଟି20 ମାଡ଼ :-
4ର୍ଥ ଦିନରେ ଲଞ୍ଚ ବ୍ରେକ୍‌ ପରେ ପରେ 233 ରନରେ ସମସ୍ତ ୱିକେଟ ହରାଇଥିଲା ବାଂଲାଦେଶ । ମୋମିନୁଲ ହକ୍‌ ଦଳ ପାଇଁ ସର୍ବାଧିକ 107 ରନର ଅପରାଜିତ ପାଳି ଖେଳିଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମ୍‌ରା ସର୍ବାଧିକ 3ଟି ୱିକେଟ ହାସଲ କରିଥିବାବେଳେ ମହମ୍ମଦ ସିରାଜ, ଆକାଶ ଦୀପ ଓ ରବିଚନ୍ଦ୍ରନ ଅଶ୍ବିନ 2ଟି ଲେଖାଏଁ ସଫଳତା ହାସଲ କରିଛଥିଲେ । ଗୋଟିଏ ୱିକେଟ ହାସଲ କରି ଟେଷ୍ଟ କ୍ରିକେଟରେ 300 ୱିକେଟ ପୂରଣ କରିଥିଲେ ଜାଡେଜା ।

ଏହାପରେ ଭାରତ ବ୍ୟାଟିଂ କରିବାକୁ ଆସିଥିଲା । ହାତରେ ସମୟ ଅଳ୍ପ ଥିବାରୁ ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଧୂଆଁଧାର ଆରମ୍ଭ କରିଥିଲେ । କେବଳ 3 ଓଭରରେ 50 ରନ ପୂରଣ କରିଥିଲା ଭାରତ, ଯାହାକି ଟେଷ୍ଟ କ୍ରିକେଟରେ ଦ୍ରୁତତମ ଥିଲା । ଏହାପରେ ଭାରତ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା ସତ, ହେଲେ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ଟେଷ୍ଟ କ୍ରିକେଟରେ ଦ୍ରୁତତମ 100, 150, 200 ଓ 250 ରନ କରିବାର ରେକର୍ଡ ମଧ୍ୟ କରିଥିଲା ଭାରତ । ଏହାପରେ 285 ରନରେ 9 ୱିକେଟ ହରାଇବା ପରେ ରୋହିତ ପ୍ରଥମ ପାଳି ଘୋଷଣା କରିଦେଇଥିଲେ ।

ବାଂଲାଦେଶ ଦ୍ବିତୀୟ ପାଳି :-

ଭାରତ 285ରେ ପ୍ରଥମ ପାଳି ଘୋଷଣା କରିବା ପରେ ବାଂଲାଦେଶ 52 ରନ ପଛରେ ରହି ଦ୍ବିତୀୟ ପାଳି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ହେଲେ ଭାରତକୁ ଆରମ୍ଭରୁ ଲଗାତାର ଦୁଇଟି ସଫଳତା ଦେଇଥିଲେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ପ୍ରଥମେ ଜାକିର ହାସନଙ୍କୁ LBW କରି ପାଭିଲିୟନ ଫେରାଇବା ପରେ ହାସନ ମହମ୍ମୁଦଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଅଶ୍ବିନ । ଏହା ସହିତ 4ର୍ଥ ଦିନ ଖେଳ ଶେଷ ହୋଇଥିଲା । 4ର୍ଥ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦ୍ବିତୀୟ ପାଳିରେ 26 ରନ କରି 2 ୱିକେଟ ହରାଇ ସାରିଥିଲା । ଏହା ସହିତ ଭାରତ 26 ରନ ଆଗରେ ରହିଥିଲା ।

ଏହିଠାରୁ ଆରମ୍ଭ ହୋଇଥିଲା 5ମ ତଥା ଅନ୍ତିମ ଦିନ ଖେଳ । ହେଲେ ପୁଣି ଭାରତକୁ ଆଜି ପ୍ରଥମ ବ୍ରେକ୍‌ ଥ୍ରୋ ଦେଇଥିଲେ ଅଶ୍ବିନ । ମୋମିନୁଲ ହକ୍‌ଙ୍କୁ ସେ ପାଭିଲିୟନ ଫେରାଇଥିଲେ । ଦଳୀୟ ସ୍କୋର 91 ହୋଇଥିବାବେଳେ ଅଧିନାୟକ ନାଜମୋଲ ହୋସେନ ଶାନ୍ତୋ (19)ଙ୍କୁ ପାଭିଲିୟନ ଫେରାଇଥିଲେ ରବିନ୍ଦ୍ର ଜାଡେଜା । ଏହା ପରବର୍ତ୍ତୀ ଓଭରରେ ବାଂଲାଦେଶ ପାଇଁ ଏକମାତ୍ର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଓପନର ଶାଦମାନ ଇସଲାମଙ୍କୁ ଆଉଟ୍‌ କରିଥିଲେ ଆକାଶ ଦୀପ । ଏହାପରେ ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମୁଶଫିକୁର ରହିମ (37) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ତାଙ୍କୁ ଅନ୍ୟ ବ୍ୟାଟରଙ୍କ ସହଯୋଗ ମିଳିନଥିଲା । ଶେଷରେ ମୁଶଫିକୁରଙ୍କୁ କ୍ଲିନ ବୋଲ୍ଡ କରି ବାଂଲାଦେଶର ଖେଳ ଶେଷ କରିଥିଲେ ବୁମ୍‌ରା ।

ଏହି ପାଳିରେ ଭାରତ ପକ୍ଷରୁ ଜସପ୍ରୀତ ବୁମ୍‌ରା, ରବିଚନ୍ଦ୍ରନ ଅଶ୍ବିନ ଓ ରବିନ୍ଦ୍ର ଜାଡେଜା 3ଟି ଲେଖାଏଁ ୱିକେଟ ହାସଲ କରିଥିବାବେଳେ ଆକାଶ ଦୀପ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 1, 2024, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.