ଓଡିଶା

odisha

ETV Bharat / state

ଏସମା ଲାଗୁ ପରେ ବି ଆନ୍ଦୋଳନରେ ନର୍ସ; SCB, MKCGରେ ବିକ୍ଷୋଭ, ସରକାରଙ୍କ ସହ ଆଲୋଚନା ବିଫଳ - Nursing Employees Association

Nursing Employees Association protest: ନର୍ସଙ୍କ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ ଡାକରା । ଆନ୍ଦୋଳନ ବେଳେ ଜରୁରୀକାଳୀନ ସେବା ଜାରି । ୧୦ ଦଫା ଦାବି ନେଇ ଦୁଇ ଦିନିଆ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଅଧିକ ପଢନ୍ତୁ

Nursing Employees Association
Nursing Employees Association (ETV Bharat Odisha)

By ETV Bharat Odisha Team

Published : Sep 25, 2024, 3:21 PM IST

Updated : Sep 25, 2024, 6:58 PM IST

ଭୁବନେଶ୍ବର/କଟକ/ବ୍ରହ୍ମପୁର:ସରକାରଙ୍କ ଚେତାବନୀକୁ ଫୁ । ଦୁଇ ଦିନିଆ ଆନ୍ଦୋଳନରେ ନର୍ସିଂ କର୍ମଚାରୀ ।10 ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ଏମକେସିଜିରେ ବିକ୍ଷୋଭ ଓ ପ୍ରତିବାଦ । ରାଜ୍ୟବ୍ୟାପି ଧାରଣା ଦେଲେ ନର୍ସ, ଏସସିବିରେ ରୋଗୀ ସେବାବଧାପ୍ରାପ୍ତ । ମଙ୍ଗଳବାର ସରକାରଙ୍କ ପକ୍ଷରୁ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ଚେତାବନୀ ଦିଆଯାଇଥିଲା । ଏସମା ଆଇନ ଲାଗୁ ହୋଇଥିବାରୁ ୬ ମାସ ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବାରେ ନିଯୁକ୍ତ କର୍ମଚାରୀଙ୍କ ଆନ୍ଦୋଳନକୁ ମନା କରିଥିଲେ ସରକାର ।

ସେପଟେ କଡା ପଦକ୍ଷେପ ଚେତାବନୀ ଦେଇଥିଲା ନର୍ସିଂ ନିର୍ଦ୍ଦେଶାଳୟ । ନର୍ସିଂ ଅଫିସର ଆନ୍ଦୋଳନ କଲେ ହେବ କାର୍ଯ୍ୟାନୁଷ୍ଠାନ । ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନକୁ ନେଇ ନର୍ସିଂ ନିର୍ଦ୍ଦେଶକ ଚିଠି ଲେଖିଥିଲେ । ସମସ୍ତ ସରକାରୀ ହସ୍ପିଟାଲର ନିର୍ଦ୍ଦେଶକ, ଅଧୀକ୍ଷକଙ୍କୁ ଚିଠି ଲେଖିଥିଲେ ନର୍ସିଂ ନିର୍ଦ୍ଦେଶାଳୟ । ତେବେ ନର୍ସିଂରେ ଏସ୍‌ମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ନର୍ସିଂ ନିର୍ଦ୍ଦେଶାଳୟ ।

Nursing Employees Association protest (ETV Bharat Odisha)

ଏସମା ଲାଗୁ ପରେ ବି ଆନ୍ଦୋଳନରେ ନର୍ସ ବା ସେବିକା-

ଆନ୍ଦୋଳନଙ୍କୁ ଓହ୍ଲାଇଛନ୍ତି ଅଲ ଓଡିଶା ନର୍ସିଂ ସଂଘ । ବିଭିନ୍ନ ହସ୍ପିଟାଲ ସମ୍ମୁଖରେ ନର୍ସ ମାନେ ଆନ୍ଦୋଳନ କରୁଥିବା ବେଳେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ବି ଆନ୍ଦୋଳନ ଦେଖିବାକୁ ମିଳିଛି । ଜରୁରୀକାଳୀନ ସେବା, ଆଇସିୟୁ ଓ ଓଟି ସେବାକୁ ଛାଡି ଅନ୍ୟ ବିଭାଗରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ନର୍ସ ସଂଘ । ଜିଦରେ ଅଟଳ ରହି ନର୍ସ ସଂଘ ସିରିଞ୍ଜ ଛାଡ ଆନ୍ଦୋଳନ କରିଥିବା ବେଳେ ରୋଗୀ ସେବା ବାଧା ହୋଇଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ-ଆନ୍ଦୋଳନ ପୂର୍ବରୁ ନର୍ସିଂ ଅଫିସରଙ୍କୁ କଡ଼ା ଚେତାବନୀ, ESMA ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ - Strict Action Warning

ଏହା ବି ପଢନ୍ତୁ-SCB ହାଉସ ସର୍ଜନ ଓ ନର୍ସ ସଂଘ ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ: ସ୍ୱାସ୍ଥ୍ୟମନ୍ତ୍ରୀ - Nurse and House Surgeon Dispute

ଏହା ବି ପଢନ୍ତୁ-SCBରେ ନର୍ସ ଓ ହାଉସ ସର୍ଜନ ବିବାଦ ଥମିଲା; ସମାଧାନ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି - Nurse and House Surgeon Dispute

ଏହା ବି ପଢନ୍ତୁ- ଆଜିଠୁ SCBରେ 250 ହାଉସ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ସେବା ନେଇ ଚିନ୍ତା - SCB House Surgeons

ଛଅ ମାସ ପାଇଁ ରହିଛି ଏସମା:-

ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଓଡ଼ିଶା ଜରୁରୀ ସେବା (ରକ୍ଷଣାବେକ୍ଷଣ) ଅଧିନିୟମ ୧୯୮୮ (ଓଡିଶା ଆକ୍ଟ ୯ ର ୧୯୯୨) ର ସେକ୍ସନ୍ -୨ ସହିତ ଆକ୍ଟ ଅନୁଯାୟୀ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ, ଅନ୍ୟ ତୃତୀୟ ଶ୍ରେଣୀ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିପାରିବେ ନାହିଁ । ଯାହା ନିର୍ଦ୍ଦେଶ ଅନୁଯାୟୀ ଛଅ ମାସ ଅବଧି ପାଇଁ ବଳବତ୍ତର ରହିଛି ।

Nursing Employees Association (ETV Bharat Odisha)

କଣ ବନ୍ଦ ପାଇଁ ତାଗିଦ୍ କରିଛନ୍ତି ନର୍ସିଂ ସଙ୍ଘ:-

ସମସ୍ତ ଜରୁରୀକାଳୀନ ବିଭାଗରେ ନର୍ସିଂ ସେବା ବନ୍ଦ କରାଯିବ । ଯାହା ଜେନେରାଲ ୱାର୍ଡ, ବିଭିନ୍ନ ବିଭାଗ, ଓପିଡି ସମେତ ଓଟି ଭଳି ସ୍ଥାନ ଗୁଡିକରେ ନର୍ସିଂ ଅଫିସର ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ । ଯାହା ଆସନ୍ତା ୨୫ ତାରିଖ ଅର୍ଥାତ ଆସନ୍ତାକାଲି ଏବଂ ୨୬ ତାରିଖ ଦିନ ବନ୍ଦ ପାଇଁ ତାଗିଦ୍ କରିଛନ୍ତି ନର୍ସିଂ ଅଫିସର ସଂଘ ।

Nursing Employees Association (ETV Bharat Odisha)

୧୦ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ-

୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ, ଏମକେସିଜିରେ ବିକ୍ଷୋଭ ଓ ପ୍ରତିବାଦ । ଦୀର୍ଘ ବର୍ଷ ଧରି ନିଜର ଦାବିକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପରେ ଶେଷରେ କୌଣସି ସମସ୍ୟାର ସମାଧାନ ନହେବା ଯୋଗୁଁ ଶେଷରେ ଦଶ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ଯାହାକୁ ନେଇ ସାରା ରାଜ୍ୟରେ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାକୁ ଛାଡି ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ବିକ୍ଷୋଭ ଓ ପ୍ରତିବାଦରେ ସାମିଲ ହୋଇଥିବା ଦେଖାଯାଇଛି ।

Nursing Employees Association (ETV Bharat Odisha)

ଗତ ୨୦୧୩ ମସିହାରେ ନିଯୁକ୍ତି ପାଇଥିବା ନର୍ସିଂ କର୍ମଚାରୀ ମାନଙ୍କୁ ୨୦୧୩ ପୂର୍ବରୁ ଥିବା ୬ ବର୍ଷର ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରୀରେ ମିଶାଇବା , ସି.ଏଚ୍.ଓ ପୋଷ୍ଟରେ ନର୍ସିଂ ଅଫିସର ମାନଙ୍କୁ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ପ୍ରତି ଗୁରୁତ୍ବ ଦେଇ ପୋଷ୍ଟିଙ୍ଗ କରିବା, ପ୍ରସ୍ତାବିତ ଡ୍ରେସ୍ କୋର୍ଡକୁ ଲାଗୁ କରିବା, ପଦୋନ୍ନତି ପାଇଁ ରହିଥିବା ସ୍ଥିରିକୃତ ସମୟସୀମାକୁ କୋହଳ କରିବାକୁ, କେବିକେ ଅଞ୍ଚଳରେ ନିଯୁକ୍ତ ପ୍ରାପ୍ତ ନର୍ସିଂ କର୍ମଚାରୀ ମାନଙ୍କୁ ସରକାରଙ୍କ ଡାକ୍ତରଙ୍କ ଭଳି ଦିଆଯାଉଥିବା ସୁବିଧା ସୁଯୋଗ ପ୍ରଦାନ କରିବା ଭଳି ପ୍ରମୁଖ ଦାବି ନେଇ ନର୍ସିଂ କର୍ମଚାରୀ ସଂଘ ଡାକରାକୁ ସମର୍ଥନ ଜଣାଇ ବ୍ରହ୍ମପୁର ସହରର ଏମ୍.କେ.ସି.ଜି ମେଡିକାଲ ସମ୍ମୁଖରେ ଏଭଳି ଆନ୍ଦୋଳନ କରାଯାଇଛି ।

Nursing Employees Association (ETV Bharat Odisha)

ରାଜ୍ୟବ୍ୟାପି ଧାରଣା ଦେଲେ ନର୍ସ, ଏସସିବିରେ ରୋଗୀ ସେବାବାଧାପ୍ରାପ୍ତ ମୁହାଁ-

୧୦ ଦଫା ଦାବିରେ କାର୍ଯ୍ୟବନ୍ଦ ଡାକରା ଦେଲା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିଲା ସଂଘ । ରାଜ୍ୟର ସମସ୍ତ ସରକାରୀ ମେଡିକାଲ ରେ ଆଜିଠୁ ଆନ୍ଦୋଳନ ଆରମ୍ଭ ହୋଇଛି। ଯାହା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦେଇଛି ସଂଘ । ଦାବି ଅନୁଯାୟୀ ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ଚାକିରିରେ ମିଶାଇ ପଦୋନ୍ନତି କରିବା, ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂଙ୍କୁ ପଦୋନ୍ନତି, ସହକାରୀ ନର୍ସିଂ ଅଧିକ୍ଷକ ପଦବୀରେ ପଦୋନ୍ନତି ଲାଗି ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମ କରି ୧୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେବା ଯୋଗଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସରଙ୍କ ଦୁଇଟା ପଦୋନ୍ନତି କରିବା, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନର୍ସିଂ ଅଫିସରଙ୍କୁ ସିଏଚଓ ପଦବୀରୁ ଫେରାଇ ଆଣି ସରକାରୀ ହସ୍ପିଟାଲରେ ମୁତୟନ କରିବା ଭଳି ଦାବି ଉପସ୍ଥାପନ କରିଛି ସଂଘ । ଏହାବ୍ୟତୀତ, ଆଚାର୍ଯ୍ୟ ହରିହର ସ୍ନାତେକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ନର୍ସିଂ ଅଫିସରଙ୍କୁ ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡରେ ଅନ୍ତର୍ଭୁକ୍ତ କରିବା, ଡ୍ରେସ କୋର୍ଡ ପରିବର୍ତ୍ତନ, ଠିକା ସଂସ୍ଥା ମାଧ୍ୟରେ ହେଉଥିବା ନିର୍ସିଂ ଅଫିସରଙ୍କ ନିଯୁକ୍ତି ବନ୍ଦ କରିବା ଭଳି ଦାବି ରଖିଛି ସଂଘ ।

Nursing Employees Association (ETV Bharat Odisha)

ଆଜି ସରକାରୀ ସ୍ତରରେ ଡ଼କାଯାଇଥିବା ବୈଠକରେ ଲିଖିତ ଆକାରରେ ଯଦି ସ୍ବାସ୍ଥ୍ୟମନ୍ତ୍ରୀ ଦାବି ଗ୍ରହଣ ନ କରନ୍ତି ତେବେ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ରାଜ୍ୟ ନର୍ସିଂ କର୍ମଚାରୀ ସଂଘ । ଅନ୍ୟପଟେ ଏସସିବିରେ ଏଯାବତ ରୋଗୀସେବା ବାଧାପ୍ରାପ୍ତ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସସିବି କୁଳ ସଚିବ ।

Nursing Employees Association (ETV Bharat Odisha)


ନର୍ସିଂ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ:-

"ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନ ନେଇ ନର୍ସିଂ ନିର୍ଦ୍ଦେଶକ କଡା ନିର୍ଦ୍ଦେଶ ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗ ପାଇଁ ଏସ୍‌ମା ଲାଗିଥିବାରୁ ଆନ୍ଦୋଳନ କରିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋଲି ନିର୍ଦ୍ଦେଶ ଥିଲା । ଅଗଷ୍ଟ ୭ ତାରିଖରୁ ଏସ୍‌ମା ଲାଗିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୫ରୁ ଆନ୍ଦୋଳନ କରିବାକୁ କହିଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ" ବୋଲି ଚିଠି ମାଧ୍ୟମରେ କହିଥିଲା ନର୍ସିଂ ନିର୍ଦ୍ଦେଶାଳୟ।

Nursing Employees Association (ETV Bharat Odisha)
ହସ୍ପିଟାଲକୁ ନିର୍ଦ୍ଦେଶ:-

କଟକର AHPGIC ନିର୍ଦ୍ଦେଶକ, କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ, RGH ରାଉରକେଲାର ନିର୍ଦ୍ଦେଶକ ସମେତ ସମସ୍ତ ସରକାରୀ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହା ସମେତ ରାଜ୍ୟରେ ଥିବା ସମସ୍ତ CDM ଏବଂ PHOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Nursing Employees Association (ETV Bharat Odisha)
  • ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ
  • ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ ପ୍ରସଙ୍ଗ
  • ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିବା ସଂଘର ସୂଚନା
  • ସ୍ବାସ୍ଥ୍ୟ ସଚିବ ସହ ଆଲୋଚନା ପରେ ସଂଘର ନିଷ୍ପତ୍ତି
  • ୧୦ ଦଫା ଦାବିରେ ଆନ୍ଦୋଳନ ଜାରି ରଖିବ ସଂଘ
  • ଉଚ୍ଚସ୍ତରୀୟ ବୈଠକ ଦାବି, ସମୟ ମାଗିଲେ ସ୍ବାସ୍ଥ୍ୟ ସଚିବ

ଓଡିଶା ସେବିକା କର୍ମଚାରୀ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା-

ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ବୈଠକ ଆଜି ଲୋକସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ଦିବା 11.30 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନର୍ସିଂ ଅଫିସରମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।

Nursing Employees Association (ETV Bharat Odisha)

ସରକାରଙ୍କ ପକ୍ଷରୁ ନର୍ସିଂ ଅଫିସରଙ୍କ ପାଇଁ ନିଆଯାଇଥିବା ବିବିଧ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ :-

୨୦୨୧ ମସିହାରେ ଖାଲି ଥିବା ୬୪୩୨ ଟି ପଦବୀମଧ୍ୟରୁ ୪୬୮୩ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା ।

- ସେହିପରି ଦୁଇବର୍ଷ ପରେ ପୁନଶ୍ଚ ୨୦୨୩ ମସିହାରେ ୭୪୮୩ ଟି ଖାଲି ପଦବୀ ମଧ୍ୟରୁ ୩୭୩୮ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା ।

- ବିଭିନ୍ନ ଯୋଜନା ଅଧୀନରେ କାର୍ଯ୍ୟରତ ୩୦୧୬ ଜଣ ସେବିକାଙ୍କୁ ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡରର ବେସଲେବେଲ ପଦବୀରେ ସାମିଲ କରାଯାଇଛି ଏବଂ ଚୁକ୍ତିଭିତ୍ତିକ ନିୟମ-୨୦୨୨ ଲାଗୁ ହେବା ପରେ କ୍ୟାଡର ନିୟମ ଅନୁଯାୟୀ ଆଜି ସୁଦ୍ଧା ୨୮୮୩ ଜଣ ସେବିକାଙ୍କୁ ନିୟମିତ କରାଯାଇଛି

- ଚୁକ୍ତିଭିତ୍ତିକ ନର୍ସିଂ ଅଫିସରମାନଙ୍କ ଚାକିରୀ ନିୟମିତ ହେଲାପରେ ରିପିଲ ନିୟମ - ୨୦୨୨ ଅନୁଯାୟୀ ସେମାନଙ୍କୁ ସେବାକ୍ଷେତ୍ରରେ ବରିଷ୍ଠତାର ସୁବିଧା ପ୍ରଦାନ କରାଯାଇଛି।

- କ୍ୟାଡର ପୁନର୍ଗଠନ ଯୋଗୁଁ ପ୍ରାୟ ୧୧୯୩୩ ଜଣ ନର୍ସିଂ ଅଫିସର ପଦୋନ୍ନତିପାଇ ବିଶେଷ ଭାବରେ ଉପକୃତ ହେବେ ।

- ସେବିକାମାନଙ୍କର ଉତ୍ସର୍ଗିକୃତ ସେବାକୁ ସମ୍ମାନ ଜଣାଇ ସେମାନଙ୍କୁ ନର୍ସିଂ ଅଫିସର ଭାବେ ପୁନଃନିଯୁକ୍ତ କରାଯାଇଛି।

ଏହି ବୈଠକରେ ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନେ ସରକାରଙ୍କୁ ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ। ସମସ୍ୟାଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ସମସ୍ୟା ଗୁଡିକୁ ସମ୍ବେଦନତା ସହିତ ଗ୍ରହଣ କରାଯାଇ ନର୍ସିଂ ଅଫିସରମାନଙ୍କ ସହିତ ନିୟମିତ ଭାବରେ ଆଲୋଚନା କରାଯିବ। ନର୍ସିଂ ଅଫିସରଙ୍କ ସେବା ଅତ୍ୟାବଶ୍ୟକ ସେବା ହୋଇଥିବାରୁ ସେମାନଙ୍କୁ ଆନ୍ଦୋଳନ ପଥରୁ ଓହରି ରୋଗୀମାନଙ୍କୁ ସେବା ଯୋଗାଇଦେବା ପାଇଁ ତୁରନ୍ତ କାର୍ଯ୍ୟରେ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ, ନିର୍ଦ୍ଦେଶକ, ନର୍ସିଂ, ବିଭାଗର ବରିଷ୍ଠ ଅଧିକାରୀ ଏବଂ ଓଡିଶା ସେବିକା କର୍ମଚାରୀ ସଂଘର ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ।

Last Updated : Sep 25, 2024, 6:58 PM IST

ABOUT THE AUTHOR

...view details