ଜଗତସିଂହପୁର:ଜଗତସିଂହପୁରରେ ଭୟଙ୍କର ବାଣ ବିସ୍ଫୋରଣରେ ଭୁଶୁଡିଲା ଘରର କାନ୍ଥ, ଉଡିଲା ଛାତ । 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଜଗତସିଂହପୁର ପୌରାଞ୍ଚଳର ବଡବାଗ ଗ୍ରାମରେ ଏହି ଘଟଣା ଘଟିଛି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜଗତସିଂହପୁର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁଇ ମୃତକ ହେଉଛନ୍ତି ରାଜେଶ ଦାସ ଓ ସସ୍ମିତା ଦାସ । ପ୍ରକୃତରେ ଏହା ବାଣ ବିସ୍ଫୋରଣ ନା ଆଉ କିଛି ସେନେଇ ତଦନ୍ତ ଚାଲିଛି ।
ବିସ୍ଫୋରଣରେ ଭାଙ୍ଗିଲା ଘରର କାନ୍ଥ, ଉଡିଲା ଛାତ:
FIRE CRACKERS EXPLOSION (ETV BHARAT ODISHA) ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, 15 ଇଞ୍ଚର କାନ୍ଥ ସମ୍ପୂର୍ଣ୍ଣ ଭୁଶୁଡି ପଡିବା ସହିତ ଘରର ଛାତ ସମ୍ପୂର୍ଣ୍ଣ ଭାବରେ ଉଡିଯାଇଛି। ଆଖପାଖ ଘର ଗୁଡିକରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦ୍ଗାତା, ତହସିଲଦାର ତାରିଣୀ ପ୍ରସାଦ ରାୟ, ପୋଲିସ ଅଗ୍ନିଶମ ବିଭାଗର ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ କଟର ମେସିନ ସହାୟତାରେ ଭୁଶୁଡି ପଡିଥିବା କଂକ୍ରିଟ ଗୁଡିକୁ କାଟିବା ପରେ ସେଥିରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଭୁଶୁଡି ପଡିଥିବା ଘର ଆଉ କିଛି ବ୍ୟକ୍ତି ଚାପି ହୋଇ ରହିଥିବା କୁହାଯାଉଛି।
FIRE CRACKERS EXPLOSION (ETV BHARAT ODISHA) ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ''ଜଗତସିଂହପୁର ପୌରାଞ୍ଚଳର ବଡ଼ ବାଗ ଗ୍ରାମର ରାଜେଶ ଦାସ ଓ ତାଙ୍କ ଭାଇ ପରେସ ଦାସ କିଛିଦିନ ହେବ ନିଜ ବାଡ଼ି ପଟେ ବିଭିନ୍ନ ପ୍ରକାରର ବାଣ ତିଆରି କରୁଥିଲେ। ଶନିବାର ରାତି ସାଢ଼େ ଦଶଟାରୁ ଏଗାରଟା ମଧ୍ୟରେ ରାଜେଶ ଦାସ, ପରେସ ଦାସ, ତାଙ୍କ ପତ୍ନୀ ସସ୍ମିତା ଦାସ ଓ ଅନ୍ୟଜଣେ ସହଯୋଗୀ ଘର ଭିତରେ ଥିଲେ, ଏହି ସମୟରେ ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ଛାତ ଭୁଶୁଡିଯିବା ସହ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପଡିଶା ଘର ଲୋକେ ମଧ୍ୟ ବିସ୍ଫୋରଣ ଶବ୍ଦରେ ଡରିଯାଇଛନ୍ତି । ''
FIRE CRACKERS EXPLOSION (ETV BHARAT ODISHA) ବିସ୍ଫୋରଣର ତଦନ୍ତ ଚାଲିଛି:
FIRE CRACKERS EXPLOSION (ETV BHARAT ODISHA) ଜଗତସିଂହପୁର ତହସିଲଦାର ତାରିଣୀ ପ୍ରସାଦ ରାୟ କହିଛନ୍ତି, ''ବିସ୍ଫୋରଣ ବହୁତ ଶକ୍ତିଶାଳୀ ଥିଲା। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହା ବାଣ ବିସ୍ଫୋରଣ ନା ଆଉ କଣ ତାହା ତଦନ୍ତ ହେଉଛି । ଆହତଙ୍କୁ ମେଡିକାଲକୁ ପଠାଉଇଛି । ପୋଲିସ ପ୍ରଶାସନ, ଓଡ୍ରାଫ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ''
ଇଟିଭି ଭାରତ, ଜଗତସିଂହପୁର